Categories
ଆଜିର ଖବର

କରୋନା ପାଇଁ ଜେଇଇ ମେନ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଆସନ୍ତା ଏପ୍ରିଲ୍‌ 5,7.9.11ରେ ଜେଇଇର ମେନ୍‌ ପରୀକ୍ଷା କରାଯିବା ପାଇଁ ସ୍ଥିର କରାଯାଇଥିଲା। ଏହି ପରୀକ୍ଷାରେ ଦେଶର ବିଭିନ୍ନ ସହରରେ ପରୀକ୍ଷା ସେଣ୍ଟର କରାଯାଇଥାଏ। ତେବେ ଦେଶରେ ବଢୁଥିବା କରୋନା ସଂକଟକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ତେବେ ପରୀକ୍ଷା କେବେ ସେନେଇ ମାର୍ଚ୍ଚ 31ରେ ଜଣାପଡିବ। କରୋନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

କରୋନା ଭୟ : ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋର ଓ ଭୋପାଳରେ ହେବାକୁ ଥିବା ଅନ୍ତର୍ରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଅକାଦେମୀ ପୁରସ୍କାର (ଆଇଫା ଆଓ୍ବାର୍ଡସ୍‌)କୁ ସ୍ଥଗିତ ରଖାଯାଇଛି। ଆଇଫା ଆଓ୍ବାର୍ଡ ଉତ୍ସବ ଚଳିତ ମାସ 19-20 ଓ 21 ହେବାକୁ ରହିଥିଲା। ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ପ୍ରତିଷ୍ଠିତ ସମାରୋହ ଭାବେ ଆଇଫା ଆଓ୍ବାର୍ଡ ଅନନ୍ୟ। ଏହା ଦ୍ବିତୀୟ ଥର ପାଇଁ ଭାରତରେ ଆୟୋଜିତ କରାଯାଉଥିଲା।

ଚଳିତ ପୁରସ୍କାର ଉତ୍ସବକୁ ସଲମାନ୍‌ ଖାନ୍‌ ଓ ରୀତେଶ ଦେଶମୁଖ ହୋଷ୍ଟ କରିବାକୁ ଥିବାବେଳେ ଏହି ଉତ୍ସବରେ ଶାହରୁଖ ଖାନ୍‌, ହ୍ରିଥିକ୍‌ ରୋଶନ୍‌, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌, କରୀନା କପୁର୍‌, କ୍ୟାଟ୍ରିନା କୈଫ୍‌, କାର୍ତ୍ତିକ ଆର୍ଯ୍ୟାନ୍‌ଙ୍କ ପରି ବହୁ ବଲିଉଡ୍‌ ସେଲିବ୍ରିଟିମାନେ ପରଫର୍ମାନ୍ସ କରିଥାନ୍ତେ।

ଆଇଫା ଉତ୍ସବର ପ୍ରଥମ ଦିନ କାର୍ଯ୍ୟକ୍ରମ ଭୋପାଳର ଆଇଫା ଷ୍ଟାର୍ମଙ୍କ ନାମରେ ହେବ ବୋଲି ରହିଥିଲା। ସେହିପରି ଦ୍ବିତୀୟ ଓ ତୃତୀୟ ଦିନ କାର୍ଯ୍ୟକ୍ରମ ଇନ୍ଦୋରଠାରେ ହୋଇଥାନ୍ତା। ଦ୍ବିତୀୟ ଦିନ ସଙ୍ଗୀତ ଓ ତୃତୀୟ ଦିନ ଅଲଗା ଅଲଗା କ୍ୟାଟେଗୋରିର ଆଓ୍ବାର୍ଡ ଦିଆଯିବା ବୋଲି ସୂଚନା ରହିଥିଲା। ତେବେ ଖୁବ୍‌ ଶୀଘ୍ର ଏହି ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହେବା ନେଇ ନୂତନ ତାରିଖ ରିଲିଜ୍‌ କରାଯିବ ।

Categories
ଆଜିର ଖବର

ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ

ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ଦେହାନ୍ତ ଯୋଗୁ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ। ସ୍ଥଗିତ ନେଇ ରିଟର୍ଣ୍ଣିଂ ଅଫିସର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆସନରୁ ବିଜେପିର ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ତେବେ ଗତକାଲି ବିଜେଡ଼ି ପ୍ରାର୍ଥୀଙ୍କ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ସେହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଇସିଆଇଙ୍କ ପରବର୍ତ୍ତୀ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି  ନିର୍ବାଚନକୁ ସ୍ଥଗିତ ରଖାଯାଇଛି।