Categories
ଆଜିର ଖବର ରାଜ୍ୟ ଖବର

ବିଭାଗୀୟ ସ୍ଥାୟୀ କମିଟି-7ଙ୍କ ଏକାଦଶ ବୈଠକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଧାୟକ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବିଭାଗୀୟ ସ୍ଥାୟୀ କମିଟି-7ଙ୍କ ଏକାଦଶ ବୈଠକ । ବିଧାନସଭାର 55 ନମ୍ବର ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଥମିକ ଆଲୋଚନା ପରେ ଯୋଜନା ଓ ସଂଯୋଜନ ବିଭାଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।