ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପଞ୍ଚାୟତ ଗ୍ରାମୀଣ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ PRO ଆତ୍ମହତ୍ୟା କରିଛନ୍ତି। ଜନସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ପୂଜା ଥାପକଙ୍କ ଆତ୍ମହତ୍ୟା ହେବାର କାରଣ ସମ୍ପୂର୍ଣ୍ଣ ଭାବେ ପ୍ରକାଶ କରାଯାଇ ନାହିଁ। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ତେବେ ପାରିବାରିକ କାରଣରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି।
ବାସ୍ତବରେ ମଧ୍ୟପ୍ରଦେଶ ସରକାରୀ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ PRO ପୂଜା ଥାପକ ଗତକାଲି ରାତି ୧୨ ଟା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ଯେ, ପୂଜା ଥାପକଙ୍କ ସ୍ୱାମୀଙ୍କ ସହ ବିବାଦ ହୋଇଥିଲା। ସ୍ୱାମୀ ମଧ୍ୟ ଜଣେ ସହକାରୀ ନିର୍ଦ୍ଦେଶକ ସ୍ତରର ଅଧିକାରୀ। ପୂଜା ଥାପକ ମଙ୍ଗଳବାର ରାତି ୯ ଟାରେ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ବିଭାଗ ସମ୍ବନ୍ଧୀୟ ଖବର ପଠାଇଥିଲେ।
ଗୋବିନ୍ଦପୁରା ପୋଲିସର ସୂଚନାନୁସାରେ, ପୂଜା ଥାପକ ତାଙ୍କ ପରିବାର ସହ ସାକେତ ନଗର ଅଞ୍ଚଳରେ ରହୁଥିଲେ। ମଙ୍ଗଳବାର ରାତିରେ ତାଙ୍କ ସ୍ୱାମୀଙ୍କ ସହ ବିବାଦ ହୋଇଥିଲା, ଏହା ପରେ ମଙ୍ଗଳବାର-ବୁଧବାର ମଧ୍ୟବର୍ତ୍ତୀ ରାତିରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ପୂଜା ଥାପକ ମଧ୍ୟପ୍ରଦେଶ ଜନସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ବର୍ତ୍ତମାନ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ଲୋକସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ତାଙ୍କ ସ୍ୱାମୀ ମଧ୍ୟପ୍ରଦେଶ ସରକାରୀ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଜଣେ ବୈଜ୍ଞାନିକ ଏବଂ ସହକାରୀ ନିର୍ଦ୍ଦେଶକ ସ୍ତରର ଅଧିକାରୀ ଅଟନ୍ତି। ପୂଜା ୨୦୨୨ ମସିହାରେ ବିବାହ କରିଥିଲେ, ତାଙ୍କର ଏକ ପୁଅ ମଧ୍ୟ ଅଛି।