ଭୁବନେଶ୍ଵର: ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସସ୍ପେଣ୍ଡ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍ପେଣ୍ଡ ହୋଇଛନ୍ତି। ଯାହାଫଳରେ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି।
