Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର: ପ୍ରସୂତିଙ୍କ ଗର୍ଭରୁ ବାହାରିଲା ଦେଢ଼ କିଲୋ ଓଜନର ଟ୍ୟୁମର

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା ସ୍ଥିତ କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। ଏହି ବିଶାଳ ଟ୍ୟୁମର ବାହାର କରିବା ସହ ସଫଳ ପ୍ରସବ ଦ୍ୱାରା ଉଭୟ ମା ଏବଂ ଶିଶୁ ପୁତ୍ରର ଜୀବନ ରକ୍ଷା ହୋଇପାରିଛି।

ଗଙ୍ଗପଡ଼ା ଅଂଚଳର ରୁପାଲୀ ମାର୍ଥା ନାମକ ଜନୈକା ଗର୍ଭବତୀ ତାଙ୍କ ପେଟରେ ଟ୍ୟୁମର ମଧ୍ୟ ରହିଥିବା ଜାଣି ପ୍ରସବ ନିମନ୍ତେ ଆଇଏମ୍‌ଏସ୍ ଫୁଲନଖରା କ୍ୟାମ୍ପସ ସ୍ଥିତ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ।

ପ୍ରସୂତୀ ଓ ଶିଶୁର ଜୀବନ ରକ୍ଷା କରିବା ନିମନ୍ତେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସର୍ଜନ ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଉଭୟ ସିଜରିଆନ୍ ସେକ୍ସନ୍ ଓ ମାୟୋମେକ୍ଟୋମି ଅସ୍ତ୍ରୋପଚାର ଜରିଆରେ ମହିଳାଙ୍କ ଶରୀରରୁ ଫାଇବ୍ରେଡ ୟୁଟ୍ରସ୍‌କୁ ବାହାର କରାଯାଇଥିଲା।

ମା ଓ ଶିଶୁର ଜୀବନ ରକ୍ଷା କରିଥିବା ହସ୍ପିଟାଲ୍‌ର ଡାକ୍ତର ଓ ଟିମ୍ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳାଙ୍କ ପରିବାର।

ଏହି ସଫଳ ଅସ୍ତ୍ରୋପଚାର ସମ୍ପନ୍ନ କରିବାରେ ଆଇଏମଏସ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ ଲେଙ୍କା, ଫାର୍ମାକୋଲୋଜି ବିଭାଗର ଡାକ୍ତର ସିଦ୍ଧାର୍ଥ ଗୌତମ, ଶିଶୁରୋଗ ବିଭାଗର ଡାକ୍ତର ସୌମ୍ୟ ରଞ୍ଜନ ସାମଲ, ଆନେସ୍‌ଥେସିଆ ବିଭାଗର ଡାକ୍ତର ପ୍ରଜ୍ଞା ନନ୍ଦ, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ୍‌, ଓଟି ସହାୟିକା ଲିପ୍ସା ରାଣୀ ଓଝା, ପ୍ରିୟଙ୍କା ସ୍ୱାଇଁ ଏବଂ ଫାର୍ମାସିଷ୍ଟ ଶୁଭଙ୍କର ମହାପାତ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଗତ ଜାନୁଆରୀ ୨୨ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିଲା।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ୨୦୦୦ ଶଯ୍ୟା ବିଶିଷ୍ଟ ଏହି ନୂଆ ହସ୍ପିଟାଲରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ବ୍ୟବସ୍ଥା ରହିଛି।

ଏଠାରେ ୨୪ ଘଂଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ଅଛି। ସୁଲଭ ମୂଲ୍ୟରେ ଏଠାରେ ଉତମ ମାନର ସ୍ପେଶିଆଲିଷ୍ଟ୍ ଓ ସୁପର ସ୍ପେଶିଆଲିଷ୍ଟ୍ ଚିକିତ୍ସା ସୁବିଧା ରୋଗୀମାନଙ୍କୁ ପ୍ରଦାନ କରାଯାଉଛି।

ଏହି ହସ୍ପିଟାଲରେ ରାଜ୍ୟସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ମଧ୍ୟ ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର

ଅଧ ରାତ୍ରିରେ 20 କିଲୋମିଟର ଅଟୋ ଚଳାଇ ଗର୍ଭବତୀଙ୍କୁ ସୁରକ୍ଷିତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚାଇଲେ ଆଶା କର୍ମୀ :  ପ୍ରଶଂସା କଲେ ଉପରାଷ୍ଟ୍ରପତି

କର୍ଣ୍ଣାଟକ : କୋଭିଡ୍‌ ଯୁଦ୍ଧରେ ଡାକ୍ତର, ନର୍ସ, ଆଶକର୍ମୀମାନେ କୋଭିଡ୍‌ ଯୋଦ୍ଧା ସାଜି ଜୀବନ ବଞ୍ଚାଉଛନ୍ତି । କେବଳ କୋଭିଡ୍‌ ମହାମାରୀ ନୁହେଁ, ଏହି ଯୋଦ୍ଧାମାନେ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି । କର୍ଣ୍ଣାଟକର ଜଣେ ଆଶାକର୍ମୀ ଜଣେ ଗର୍ଭବତୀ ମହିଳାକୁ ରକ୍ଷା କରି ସମସ୍ତଙ୍କୁ ଉଦାହରଣ ସୃଷ୍ଟି କରିଛନ୍ତି ।

ଆଶାକର୍ମୀ ଜଣକ ଜଣେ ଗର୍ଭବତୀ ମହିଳାଙ୍କ ଅଧ ରାତ୍ରିରେ ନିଜ ଅଟୋ ରିକ୍ସାରେ ପ୍ରାୟ 20 କିଲୋମିଟର ଦୂର ସ୍ଥିତ ସରକାରୀ ହସ୍ପିଟାଲରେ ସୁରକ୍ଷିତ ଭାବେ ପହଞ୍ଚାଇଛନ୍ତି । ତା’ପରଦିନ ଗର୍ଭବତୀ ମହିଳା ଜଣକ ଉଡ୍ଡୁପୀ ସରକାରୀ ହସ୍ପିଟାଲରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଛନ୍ତି ।

ଉଡ୍ଡୁପୀର ପଣ୍ଣାନିକଲା ଗ୍ରାମରେ ଏହି ଘଟଣାଟି ଘଟିଛି । ଦେବଦୂତ ସାଜି ମହିଳାଙ୍କୁ ଜୀବନ ଦେଇଥିବା ଆଶାକର୍ମୀଙ୍କ ନାମ ହେଉଛି ରାଜୀବ । ଆଶା କର୍ମୀଙ୍କୁ ରାଜୀବ ଗୁରୁବାର ଦିନ ସ୍ଥାନୀୟ ଲୋକେ ଜଣେ ଗର୍ଭବତୀଙ୍କ ଅବସ୍ଥା ଠିକ୍‌ ନଥିବା କଥା କହିଥିଲେ । ମାମଲାର ଗମ୍ଭୀରତାକୁ ଦେଖି  ଆଶା କର୍ମୀ ରାଜୀବୀ ନିଜେ ଅଟୋ ଚଳାଇ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଅଟୋରେ ହସ୍ପିଟାଲ ନେଇଥିଲେ । ରାଜୀବୀ ଙ୍କ ପାଖରେ ଏକ ଅଟୋ ରହିଛି । ଯାହାକୁ ସେ ନିଜ ଆର୍ଥିକ ସ୍ଥିତି ପାଇଁ ବ୍ୟବହାର କରିଥା’ନ୍ତି।

ରାଜୀବୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉପରାଷ୍ଟ୍ରପତି ରାଜୀବୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଟୁଇଟ୍‌ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ରାଜୀବୀ ପର୍ଣ୍ଣାନକିଲା ଗ୍ରାମ ପଞ୍ଚାୟତର ସ୍ବଚ୍ଛ ଭାରତ ମିଶନର ଆମ୍ବାସାଡାର ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଦେଶରୁ ଫେରିଥିବା ଗର୍ଭବତୀଙ୍କୁ ଆପାର୍ଟମେଣ୍ଟ ଓ ହସ୍ପିଟାଲରେ ମିଳିଲାନି ପ୍ରବେଶ ଅନୁମତି : ଗର୍ଭସ୍ଥ ସନ୍ତାନର ମୃତ୍ୟୁ

ମାଙ୍ଗାଲୋର୍‌ : କରୋନା ସଂକଟ ସମୟରେ ସମେସ୍ତ ଭେଦଭାବ ଭୁଲି ମାନବତା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହି ସଂକଟ ସମୟରେ ଲୋକଙ୍କ କଠୋରତା ମଧ୍ୟ ଦେଖିବାକୁ ମିଳୁଛି । ଏପରି ଏକ ମାମଲା ମାଙ୍ଗଲୋର୍‌ରେ ଘଟିଥିବାର ସାମ୍ନାକୁ ଆସିଛି । ବନ୍ଦେ ଭାରତ ଫ୍ଲାଇଟରେ ଜଣେ ଗର୍ଭବତୀ ମହିଳା ଭାରତ ଫେରିଥିବାବେଳେ ତାଙ୍କୁ ପ୍ରଥମେ ଆପାର୍ଟମେଣ୍ଟ ଓ ପରେ ତାଙ୍କୁ ପ୍ରାଇଭେଟ୍‌ ହସ୍ପିଟାଲକୁ ପ୍ରବେଶ ଅନୁମତି ନ ମିଳିବା ଫଳରେ ତାଙ୍କ ଗର୍ଭସ୍ଥ ସନ୍ତାନର ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ ବନ୍ଦେ ଭାରତ ମିଶନ ଯୋଜନା ଆାଧାରରେ ଜଣେ ଗର୍ଭବତୀ ମହିଳା ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । କିନ୍ତୁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପରେ ମଙ୍ଗଲୋର୍‌ ସ୍ଥିତ ରହୁଥିବା ଆପାର୍ଟମେଣ୍ଟରେ ତାଙ୍କୁ ଯିବାକୁ ଅନୁମତି ମିଳିଲା ନାହିଁ । ଆପାର୍ଟମେଣ୍ଟ ଆସୋସିଏସନ୍‌ ତାଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ଅନୁମତି ଦେଲେ ନାହିଁ । ଏହି ଆପାର୍ଟମେଣ୍ଟରେ ତାଙ୍କ ପୂରା ପରିବାର ରହୁଥିବାବେଳେ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳିନଥିଲା । ଏହାପରେ ମହିଳା ଜଣକ ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ପହଞ୍ଚିଥିଲେ । କିନ୍ତୁ ସେ ବିଦେଶରୁ ଫେରିଥିବା କାରଣରୁ ହସ୍ପିଟାଲ ମଧ୍ୟ ତାଙ୍କ ଚିକିତ୍ସା କରିବା ପାଇଁ ମନା କରିଥିଲେ । ଘରୋଇ ହସ୍ପିଟାଲର ଏପରି ଅମାନବୀୟତା କାର୍ଯ୍ୟ ପାଇଁ ମହିଳାଙ୍କ ଗର୍ଭରେ ତାଙ୍କ ସନ୍ତାନର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ତେବେ ଏହି ଘଟଣା ପାଇଁ ମାଙ୍ଗଲୋର୍‌ ନଗର ନିଗମ କମିଶନର ସମ୍ପୃକ୍ତ ଆପାର୍ଟମେଣ୍ଟ ଆସୋସିଏସନ୍‌କୁ ନୋଟିସ୍‌ ଜାରି କରିଛନ୍ତି । ଏହା ସହିତ ମହିଳା ଜଣକ ତାଙ୍କ ଘରକୁ ଯିବାରେ କେହି ବି ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏପରି କେହି କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନି ନିଆଯିବ ବୋଲି ସୂଚନା ଦେଇଛନ୍ତି ନଗର ନିଗମ କମିଶନର । (ଏଜେନ୍ସି)