Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତରେ ଟିକସ ମୁକ୍ତ ହେଲା ଏହି କାର: କ୍ରୟ କଲେ ହେବ ଲକ୍ଷ ଲକ୍ଷ ଟଙ୍କାର ସଞ୍ଚୟ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଯାନବାହାନ ଉପରେ ଅନେକ ପ୍ରକାରର ଅଫର ଦିଆଯାଏ। ଲୋକମାନେ ଏହି ଅଫରର ସୁଯୋଗ ନେଇ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ। ଏଥିସହିତ କମ୍ପାନୀ ଭାରତୀୟ ବଜାରର ଲୋକପ୍ରିୟ କାର ମାରୁତି ବଲେନୋର ସିଏନଜି ଭାରିଆଣ୍ଟକୁ ଟିକସମୁକ୍ତ କରିଛି। କୌଣସି ଅତିରିକ୍ତ ଟିକସ ନ ଦେଇ ଏହି କାର କ୍ୟାଣ୍ଟିନ ଷ୍ଟୋରସ ଡିପାର୍ଟମେଣ୍ଟ ଯଥା CSD ରୁ କ୍ରୟ କରାଯାଇପାରିବ।

ଏହି ବିଶେଷ ଲୋକଙ୍କୁ ଅଫର୍ ର ଲାଭ:

ଏହି CSDରେ ଦେଶ ସେବା କରୁଥିବା ସୈନିକମାନଙ୍କ ପାଇଁ କାର ବିକ୍ରି ହୁଏ। ଯଦି ଦେଶ ସେବା କରୁଥିବା ସୈନିକମାନେ ଏହି ଦୋକାନରୁ ଏକ କାର କିଣନ୍ତି, ତେବେ ସେମାନଙ୍କୁ କାରରେ ବହୁତ କମ୍ ଜିଏସ୍ଟି ଦେବାକୁ ପଡିବ। ଯାନ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ କରାଯାଇଛି। ଯେଉଁଠାରେ ଯେଉଁମାନେ CSD ରୁ କାର କିଣନ୍ତି ସେମାନଙ୍କୁ ଏହି ଟ୍ୟାକ୍ସର ମାତ୍ର ୧୪ ପ୍ରତିଶତ ଦେବାକୁ ପଡିବ।

ମାରୁତି ବାଲେନୋର CNG ଭାରିଆଣ୍ଟରେ ଦୁଇଟି ମଡେଲ୍ ଅନ୍ତର୍ଭୁକ୍ତ। ଏହି କାରର ଉଭୟ ଡେଲଟା ଏବଂ ଜେଟା ମଡେଲ ଭାରତୀୟ ବଜାରରେ ଉପଲବ୍ଧ। ମାରୁତି ବଲେନୋର ଡେଲଟା ସିଏନଜି ମଡେଲର ଏକ୍ସ-ସୋରୁମ୍ ମୂଲ୍ୟ ୮.୪୦ ଲକ୍ଷ ଟଙ୍କା। ଯଦି ଏହି କାର CSD ରୁ କିଣାଯାଏ, ତେବେ ଏହାର ମୂଲ୍ୟ ୭,୨୪,୯୪୨ ଟଙ୍କା ହେବ।

ମାରୁତି ବାଲେନୋର ଜେଟା ସିଏନଜିର ଏକ୍ସ-ଶୋ’ରୁମ୍ ମୂଲ୍ୟ ୯.୩୩ ଲକ୍ଷ ଟଙ୍କା। କ୍ୟାଣ୍ଟିନ ଷ୍ଟୋର ଡିପାର୍ଟମେଣ୍ଟରୁ ଏହି କାର କିଣିବାର ମୂଲ୍ୟ ହେଉଛି ୮,୦୭,୧୮୭ ଟଙ୍କା। CSD ରୁ ଏହି ଯାନଗୁଡିକ କ୍ରୟ କଲେ ପ୍ରାୟ ୧.୨୫ ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିବ।