Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: କଦଳୀ ପତ୍ରରେ ଗଜପତିଙ୍କ ସହ ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

ପୁରୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀଜୀୟୁଙ୍କୁ ଦର୍ଶନ କରିବା ପରେ ପୁରୀ ରାଜଭବନରେ ସେ ମହାପ୍ରସାଦ ସେବନ କରିଛନ୍ତି। ସେ ରାଜଭବନର ଚଟଣାରେ ବସି କଦଳୀ ପତ୍ରରେ ମହାପ୍ରସାଦ ସେବନ କରିଛନ୍ତି। ତାଙ୍କ ସହିତ ପୁରୀ ଗଜପତି ଦିବ୍ୟସିଂହଦେବ, ମହାରାଣୀ ଏବଂ ତାଙ୍କ ଝିଅଜୋଇଁ ଏକତ୍ର ଖାଇ ବସିଥିଲେ।

ଏ ନେଇ ରାଜଭବନ ତଥା ମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରପତିଙ୍କ ପାଇଁ ବିଭିନ୍ନ ପ୍ରକାରର ମହାପ୍ରସାଦ ମନ୍ଦିରରୁ ଅଣାଯାଇଥିଲା। ସମସ୍ତେ କଦଳୀ ପତ୍ର ସହିତ ମାଟି କୁଡୁଆରେ ଡାଲି ପ୍ରଭୃତି ଜିନିଷ ପରଷା ଯାଇଥିଲା। ଏଥିସହିତ ହାତ ଧୋଇବା ପାଇଁ ସ୍ବତନ୍ତ୍ର ଭାବେ କଂସା ପାତ୍ରର ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିଛନ୍ତି। ସେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଁଚିଛନ୍ତି। ତାଙ୍କ ସହିତ ତାଙ୍କର ଝିଅ ଓ ଜୁଆଁଇ ମଧ୍ୟ ଆସିଛନ୍ତି। ସେ ରାଷ୍ଟ୍ରପତି ହେବା ପରେ ତାଙ୍କର ଏହା ହେଉଛି ପ୍ରଥମ ଓଡିଶା ଗସ୍ତ।

ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଏହାପରେ ସେ ହେଲିକାପ୍ଟରରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।