Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା : ଶ’ଙ୍କ ପ୍ରତ୍ୟାବର୍ତ୍ତନ, ଦିନିକିଆରେ ରୋହିତଙ୍କ ସ୍ଥାନରେ ମୟଙ୍କ

ମୁମ୍ବାଇ : ନ୍ୟୁଜିଲାଣ୍ଡ ବାନମ ଭାରତ ମଧ୍ୟରେ ହୋଇଥିବା ପାଞ୍ଚମ୍ୟାଚ୍‌ ବିଶିଷ୍ଟ ଟିଟ୍ବେଣ୍ଟି ଶୃଙ୍ଖଳରେ ଭାରତର ଐତିହାସିକ ବିଜୟ ପରେ ନ୍ୟୁଜିଲାଣ୍ଡ୍‌ ବାନମ ଭାରତ ଟେଷ୍ଟ ଗସ୍ତ ପାଇଁ  ଭାରତୀୟ ଦଳର ଘୋଷଣା କରାଯାଇଛି । ଟିଟ୍ବେଣ୍ଟି ସିରିଜ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଧୂଳି ଚଟାଇଥିବା ଭାରତୀୟ କ୍ରିକେଟ୍‌ ଦଳକୁ ଓ୍ବାନ୍‌ଡେ’ ଏବଂ ଟେଷ୍ଟ ସିରିଜ୍‌ ପୂର୍ବରୁ ବଡ ଝଟ୍‌କା ଲାଗିଛି । ଏହି ଟେଷ୍ଟ୍‌ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଭାରତୀୟ ଓପନର୍‌ ରୋହିତ ଶର୍ମା ।

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରିଛି ବିସିସିଆଇ । ମଙ୍ଗଳବାର ଘୋଷଣା କରାଯାଇଥିବା ଭାରତୀୟ ଦଳକୁ ଓପ୍‌ନର ପୃଥ୍ବୀ ଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଅନ୍ତିମ ଟି 20 ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ଟାଣି ହୋଇଯାଇଥିବାରୁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ତିନି ଟିକିଆ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ମୟଙ୍କ ଅଗ୍ରଓ୍ବାଲ। ସେହିପରି ଦୁଇ ଓପ୍‌ନର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏବଂ ଶିଖର ଧଓ୍ବନଙ୍କ ଅନୁପସ୍ଥିତିରେ ଶୁଭମାନ ଗିଲ୍‌ ରିଜର୍ଭ ଓପ୍‌ନର ଭାବରେ ଦଳରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ଏ ବିପକ୍ଷ ଅନଅଫିସିଆଲ ଟେଷ୍ଟର ଦୁଇ ଇନିଂସରେ 83 ଏବଂ 204 ରନ୍‌ କରି ଗିଲ୍‌ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ପେସ୍‌ ବୋଲର ଇଶାନ୍ତ ଶର୍ମା ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଫିଟ୍‌ନେସ୍‌ ଟେଷ୍ଟ ପରେ ଇଶାନ୍ତଙ୍କ ନାମ ଘୋଷଣା କରାଯିବ । ସେହିପରି ଟି 20 ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପରେ ନବଦୀପ ସାଇନିଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ପୁନର୍ବାର କୁଲଦୀପ ଯାଦବଙ୍କୁ ବାହାରେ ବସିବାକୁ ପଡିଛି । ଭାରତୀୟ ମ୍ୟାନେଜମେଣ୍ଟ ପୁନର୍ବାର ଅଶ୍ବିନ୍‌-ଜାଡେଜା ଯୋଡି ଉପରେ ଭରସା ପ୍ରକଟ କରିଛି ।
ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, ଶୁଭମାନ ଗିଲ୍‌, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହା, ଋଷଭ ପନ୍ତ, ଆର. ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି ଏବଂ ଇଶାନ୍ତ ଶର୍ମା(ଫିଟନେସ୍‌) ।

ସୂଚନାଯାେଗ୍ୟ, ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ 15ରୁ ଫେବୃଆରୀ 21 ଓ ଦ୍ବିତୀୟ ଟେଷ୍ଟ୍‌ ଫେବୃଆରୀ 29ରୁ ମାର୍ଚ୍ଚ ଚାରି ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡକୁ 5 ଓ୍ବିକେଟ୍‌ରେ ପରାସ୍ତ କଲା ଭାରତ ‘ଏ’

ଅକ୍‌ଲାଣ୍ଡ : ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରହିଥିବା ଭାରତୀୟ ‘ଏ’ ଦଳ କ୍ରମାଗତ ତୃତୀୟ ବିଜୟ ସହିତ ସିରିଜ୍‌ ବିଜୟୀ ହୋଇଛି । ତୃତୀୟ ମ୍ୟାଚ୍‌ରେ ଭାରତ ‘ଏ’ 5 ଓ୍ବିକେଟ୍‌ରେ ବିଜୟୀ ହେବା ସହିତ ସିରିଜ୍‌ ବିଜୟୀ ହୋଇଛି । ଭାରତୀୟ ବୋଲର ନ୍ୟୁଜିଲ୍ୟାଣ୍ଡକୁ 230 ରନ୍‌ରେ ସୀମିତ ରଖିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ 30 ଓଭର ମଧ୍ୟରେ 5 ଓ୍ବିକେଟ ହରାଇ ଭାରତ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ 3ଟି ଓ୍ବିକେଟ ହାସଲ କରିଥିବା ବେଳେ ଅକ୍ଷର ପଟେଲ ଏବଂ ଖଲୀଲ ଅହମଦ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । 231 ରନ୍‌ର ପିଛା କରୁଥିବା ଭାରତ ପକ୍ଷରୁ ପୃଥ୍ବୀ ଶ (48) ଏବଂ ମୟଙ୍କ ଅଗ୍ରଓ୍ବାଲ(29) 79 ରନ୍‌ର ଭାଗିଦାରୀ କରିଥିଲେ । ଶୁଭମାନ ଗିଲ୍‌(30) ରନ୍‌ ସଂଗ୍ରହ କରିଥିବା ବେଳେ ସଞ୍ଜୁ ସାମ୍‌ସନ୍‌ (39) ଏବଂ ସୂର୍ଯ୍ୟ କୁମାର ଯାଦବ (35) ଆକ୍ରମଣାତ୍ମକ ବ୍ୟାଟିଂ କରି ମ୍ୟାଚ୍‌ 30 ଓଭର ମଧ୍ୟରେ ଶେଷ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜିମି ନିଶାମ୍‌ 25 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଲେ ଧଓ୍ବନ୍‌

ମୁମ୍ବାଇ : ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶୃଙ୍ଖଳାରୁ ବାଦ ପଡିଛନ୍ତି ଶିଖର ଧଓ୍ବନ୍‌ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ସିରିଜ୍‌ରେ ଆହତ ହେବା କାରଣରୁ ଧଓ୍ବନ୍‌ଙ୍କୁ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଛନ୍ତି । ରାଜକୋଟ ଦିନିକିଆରେ ଧଓ୍ବନ୍‌ଙ୍କ ପଞ୍ଜରାରେ ବଲ୍‌ ବାଜିଥିବା ବେଳେ ସେ ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଫିଲ୍‌ଡିଂ କରିନଥିଲେ । ଫିଜିଓ ତୃତୀୟ ଦିନିକିଆ ପାଇଁ ଫିଟ୍‌ ଘୋଷଣା କରିବା ପରେ ଧଓ୍ବନ୍‌ ଖେଳିଥିବା ବେଳେ ଫିଲ୍‌ଡିଂ କରି ଆହତ ହୋଇଥିଲେ । ଆହତ ହେବା ପରେ ଧଓ୍ବନ୍‌ ବ୍ୟାଟିଂ କରିନଥିଲେ । ଜାନୁୟାରୀ 24ରୁ 5 ମ୍ୟାଚ୍‌ ବିଶିଷ୍ଟ ଟି20 ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଧଓ୍ବନ୍‌ଙ୍କ ବଦଳ ଖେଳାଳି ଭାବରେ ସଞ୍ଜୁ ସାମ୍‌ସନ୍‌, ମୟଙ୍କ ଅଗ୍ରଓ୍ବାଲ କିମ୍ବା ପୃଥ୍ବୀ ଶଙ୍କୁ ଦଳରେ ସାମିଲ କରାଯାଇପାରେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ପୃଥ୍ବୀ ଶଙ୍କ ଶତକ : ନ୍ୟୁଜିଲ୍ୟାଣ୍ଡ ‘ଏ’କୁ 12 ରନ୍‌ରେ ପରାସ୍ତ କଲା ଭାରତ

ଅକଲ୍ୟାଣ୍ଡ : ନ୍ୟୁଜିଲାଣ୍ଡ ଗସ୍ତରେ ରହିଥିବା ଭାରତୀୟ ଦଳ ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଏ ବିଜୟୀ ହୋଇଛି । ପୃଥ୍ବୀ ଶ‘ଙ୍କ 150 ରନ୍‌ ବଳରେ ଭାରତ 372 ରନ୍‌ ସଂଗ୍ରହ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବିଜୟ ଠାରୁ 12 ରନ୍‌ ପଛରେ ରହିଥିଲା । ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ପୃଥ୍ବୀ ଶ 100 ବଲ୍‌ର ସମ୍ମୁଖୀନ ହୋଇ 150 ରନ୍‌ କରିଥିଲେ । ପୃଥ୍ବୀଙ୍କ ଇନିଂସରେ 22ଟି ଚୌକା ଏବଂ 2ଟି ଛକ୍କା ସାମିଲ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଶଙ୍କର 41 ଟି ବଲ୍‌ରୁ 6 ଚୌକା ସହାୟତାରେ 58 ରନ୍‌ ସଂଗ୍ରହ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଜ୍ୟାକ୍‌ ବଏଲ୍‌ଙ୍କ130 ରନ୍‌ ସତ୍ତ୍ବେ ବିଜୟ ଠାରୁ 12 ରନ୍‌ ଦୂରରେ ରହିଥିଲା । ଭାରତ ପକ୍ଷରୁ ଇଶାନ ପୋରେଲ୍‌ ଏବଂ କୃଣାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ପ୍ରତ୍ୟାବର୍ତ୍ତନ ଟେଷ୍ଟରେ ବରୋଦା ବିପକ୍ଷରେ ପୃଥ୍ବୀ ଶଙ୍କ ଦ୍ବିଶତକ

ମୁମ୍ବାଇ, 11/12 : ମୁମ୍ବାଇର ୟଙ୍ଗ ସେନସେସନ୍‌ ପୃଥ୍ବୀ ଶ ରଣଜୀ ଟ୍ରଫିରେ ଦ୍ବିଶତକ ହାସଲ କରିଛନ୍ତି । ବରୋଦା ବିପକ୍ଷ ମୁକାବିଲାର ଦ୍ବିତୀୟ ଇନିଂସରେ ଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମୁମ୍ବାଇର ଦ୍ବିତୀୟ ଇନିଂସରେ ଶ 179ଟି ବଲ୍‌ର ସମ୍ମୁଖୀନ ହୋଇ 202 ରନ୍‌ ସଂଗ୍ରହ କରିଥିଲେ । ଶଙ୍କ ଇନିଂସ ମଧ୍ୟରେ 19ଟି ଚୌକା ଏବଂ 7ଟି ଛକ୍କା ସାମିଲ ଥିଲା । ଦୀର୍ଘ 8 ମାସର ବ୍ୟବଧାନ ପରେ 4 ଦିନିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ ପ୍ରଥମ ଇନିଂସରେ ମଧ୍ୟ 66 ରନ୍‌ର ଇନିଂସ ଖେଳିଥିଲେ । ପ୍ରଥମ ଇନିଂସରେ ମୁମ୍ବାଇ 431 ରନ୍‌ କରିଥିବା ବେଳେ ବରୋଦା 307 ରନ୍‌ରେ ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଶ(202) ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଅପରାଜିତ 102 ଫଳରେ ମୁମ୍ବାଇ 4 ଓ୍ବିକେଟ୍‌ ହରାଇ 409 ରନ୍‌ ସଂଗ୍ରହ କରିଛି । (ଏଜେନ୍ସୀ)