Categories
ଖେଳ ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ଓଡିଶାର ୧୩ଟି ସ୍ଥାନରେ ପେଟ୍ରୋଲିୟମ ବିଭାଗ କରିବ ସାଇକ୍ଲୋଥୋନ, ଜାଣନ୍ତୁ କେଉଁଠି

ଭୁବନେଶ୍ବର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଫ୍ଲାଗଶିପ୍ ଅଧିନରେ ଆସନ୍ତାକାଲି ଓଡ଼ିଶାର ୧୩ଟି ସ୍ଥାନରେ ସାଇକ୍ଲୋଥୋନ ଅନୁଷ୍ଠିତ ହେବ । ଜିଲ୍ଲାରେ ତୈଳ ଶିଳ୍ପ (IOCL, BPCL, HPCL ଏବଂ GAIL) ତରଫରୁ ସକ୍ଷମ-୨୦୨୧ ପାଳନ ହେବ।
ଗ୍ୟାସ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ପ୍ରତିବର୍ଷ ୧୬ ଜାନୁୟାରୀରୁ ୧୫ ଫେବୃୟାରୀ ଯାଏଁ ‘ସକ୍ଷମ’ ଅଭିଯାନ ଚାଲିଥାଏ। ତୈଳ ଓ ଗ୍ୟାସ ସଂରକ୍ଷଣ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଓ ଦୈନନ୍ଦିନ ଜୀବନରେ ଲୋକେ ଏହି ସଂରକ୍ଷଣ କରିବା ଏହି ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ ।

ଏହି ଏକମାସ ଅବଧି ମଧ୍ୟରେ ଇନ୍ଧନ ସଂରକ୍ଷଣ ଉପରେ ବାର୍ତ୍ତା ବିସ୍ତାର କରିବା ପାଇଁ ପରିବହନ, ଶିଳ୍ପ, କୃଷି ଏବଂ ଘରେ ଆଦି କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ କରାଯାଇଥାଏ।
ତୈଳ ଏବଂ ଗ୍ୟାସ ସଂରକ୍ଷଣ ଦିଗରେ ଏହିପରି ସଚେତନତା ଅଭିଯାନ ମଧ୍ୟରେ ସାଇକ୍ଲୋଥୋନ ହେଉଛି ଅନ୍ୟତମ ପ୍ରମୁଖ କାର‌୍ୟ୍ୟକ୍ରମ । ଯାହାକି ଲୋକଙ୍କ ମନ ଉପରେ ଏହିଭଳି କାର‌୍ୟ୍ୟକ୍ରମ ବେଶ୍ ପ୍ରଭାବ ପକାଇଥାଏ ।

ଏହି ପରିପ୍ରେକ୍ଷୀରେ ସାଇକ୍ଲୋଥୋନ କାର‌୍ୟ୍ୟକ୍ରମ ‘ସକ୍ଷମ ୨୦୨୧- ତୈଳ ଏବଂ ଗ୍ୟାସ ସଂରକ୍ଷଣ ଉପରେ ସଚେତନତା ଅଭିଯାନ’ ଉଦ୍ଦେଶ୍ୟରେ ଆସନ୍ତାକାଲି ଓଡ଼ିଶାର ୧୩ଟି ଜିଲାରେ ତୈଳ ଶିଳ୍ପ ଯଥା IOCL, BPCL, HPCL ଏବଂ GAIL ଦ୍ୱାରା ଆୟୋଜିତ ହେବାକୁ ଯାଉଛି । ସମଗ୍ର ଦେଶରେ ୩୦୦ ସ୍ଥାନରେ ମଧ୍ୟ ଏହି ସମାନ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ସଚେତନତା କାର‌୍ୟ୍ୟକ୍ରମ ସମସ୍ତ ପିଢ଼ିକୁ ବିଶେଷ କରି ଭବିଷ୍ୟତ ପିଢ଼ିକୁ ସହାୟତା କରିବ ଏବଂ ପରିବହନ ଓ ଘରୋଇ କ୍ଷେତ୍ରରେ ମଧ୍ୟ ଏହି ସଂରକ୍ଷଣ ଅନେକ ସହାୟତା କରିପାରିବ । ତେବେ ଏହି ସାଇକ୍ଲୋଥୋନ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରମାନେ ଅଂଶଗ୍ରହଣ କରିବାକୁୁ ଯାଉଛନ୍ତି । PSU ତୈଳ
କମ୍ପାନୀଗୁଡ଼ିକର ପ୍ରତିନିଧି, ସେମାନଙ୍କର ଡିଲର ଏବଂ ଏଲପିଜି ବିତରକମାନେ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ।

୧୩ଟି ଜିଲାର କାର୍ଯ୍ୟକ୍ରମ ବିବରଣୀ

୧- ଅନୁଗୋଳ- ଅନୁଗୋଳ ଷ୍ଟାଡିୟମ
୨- ଢେଙ୍କାନାଳ- ଢେଙ୍କାନାଳ ମିନି ଷ୍ଟାଡିୟମ
୩- ଢେଙ୍କାନାଳ- ଗୋପାଳଜୀୟୁ ମନ୍ଦିର
୪- ସମ୍ବଲପୁର- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଲେଜ
୫- ରାଉଲକେଲା- ସେକ୍ଟର ୨ ଫିଲ୍ଡ
୬- ଝାରସୁଗୁଡ଼ା- ବିଟିଏମ୍ ଫିଲ୍ଡ
୭- କଳାହାଣ୍ଡି- ମଣିକେଶ୍ୱରୀ ମନ୍ଦିର
୮- ଗଜପତି- ଅର୍ବାନ ବ୍ୟାଙ୍କ ପଡ଼ିଆ

୯- ବ୍ରହ୍ମପୁର- ମେଡିକାଲ ଗେଟ ପ୍ରବେଶ
୧୦- ପୁରୀ- ଗୁଣ୍ଡିଚା ମନ୍ଦିର
୧୧- ମୟୁରଭଞ୍ଜ- ଛଉ ଫିଲ୍ଡ
୧୨- କଟକ- କଲେଜ ଛକ
୧୩- ଭଦ୍ରକ- ଗାନ୍ଧୀ ପଡ଼ିଆ, ମହତାବ ଛକ

Categories
ଆଜିର ଖବର

ପିଏସ୍‌ୟୁର ଘରୋଇକରଣ ପ୍ରସ୍ତାବ : ସର୍ବଦଳୀୟ ବୈଠକ ପାଇଁ ମମତାଙ୍କ ଦାବି

ପିଏସ୍‌ୟୁର ଘରୋଇକରଣ ନିଷ୍ପତ୍ତିକୁ ବିଭିନ୍ନ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦଳୀୟ ବୈଠକର ଦାବି କରିଛନ୍ତି । ଗୁରୁବାର ମମତା କହିଛନ୍ତି କୌଣସି ନିଷ୍ପତ୍ତି ପୂର୍ବରୁ ମୋଦି ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ସହିତ ଏକ ସର୍ବଦଳୀୟ ବୈଠକ ଡକାଇବା ଉଚିତ୍‌ ବୋଲି ମମତା କହିଛନ୍ତି । ପିଏସ୍‌ୟୁ ଗୁଡିକର ଘରୋଇକରଣ କରି ବର୍ତ୍ତମାନର ସଙ୍କଟର ମୁକାବିଲା କରିବା ଏକ ଅସ୍ଥାୟୀ ସମାଧାନ । ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସୁଦୀର୍ଘ ଯୋଜନା ଆବଶ୍ୟକ ବୋଲି ମୁର୍ସିଦାବାଦର ବରହମ୍‌ପୁରରେ ମମତା ପ୍ରକାଶ କରିଛନ୍ତି । ଘରୋଇକରଣ ପ୍ରକ୍ରିୟା ଦ୍ବାରା ଅନେକ ନୂତନ ସମସ୍ୟା ସୃଷ୍ଟି ହେବ ବୋଲି ମମତା ମତ ଦେଇଛନ୍ତି ।

Categories
ଆଜିର ଖବର

ଇଲୋକ୍ଟରାଲ ବଣ୍ଡ ପ୍ରତିବାଦରେ ଗୃହତ୍ୟାଗ କଲା କଂଗ୍ରେସ

ଇଲୋକ୍ଟରାଲ ବଣ୍ଡ ଏବଂ ପିଏସ୍‌ୟୁ ଗୁଡିକର ଘରୋଇକରଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି କଂଗ୍ରେସ ସାଂସଦ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଉଭୟ ଘଟଣାକୁ ଦୁର୍ନୀତି ବୋଲି ଅଭିହିତ କରି ସାଂସଦ ମାନେ ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ସାଂସଦଙ୍କ ହଙ୍ଗାମା ଫଳରେ ରାଜ୍ୟସଭାକୁ ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିବା ବେଳେ ଲୋକସଭାକୁ 15 ମିନିଟ୍‌ ମୁଲତବୀ ରଖାଯାଇଥିଲା । ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ନେତୃତ୍ବରେ ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହି ନିୟମ ଦ୍ବାରା ସରକାର ଦେଶବାସୀଙ୍କୁ ଲୁଟୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏକ ସ୍ବଚ୍ଛ ସରକାର ପରିଚାଳିତ ହେଉଛି । ଏଥିରେ ଦୁର୍ନୀତିର କୌଣସି ଅବକାଶ ନାହିଁ ବୋଲି ଯୋଶୀ ମତବ୍ୟକ୍ତ କରିଥିଲେ ।