Categories
ଆଜିର ଖବର ରାଜ୍ୟ ଖବର

ପୁରୀରୁ ଚାଲିବ ତିନୋଟି ଟ୍ରେନ୍‌: ଜାଣନ୍ତୁ କେଉଁ କେଉଁ ଟ୍ରେନ୍‌ ଚଳାଚଳକୁ ମିଳିଛି ଅନୁମତି

ଭୁବନେଶ୍ବର : ପୁରୀରୁ ଆଜି ସନ୍ଧ୍ୟାରେ 3ଟି ଟ୍ରେନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ତିନୋଟି ଏକ୍ସପ୍ରେସ ଟ୍ରେନ ପୁରୀରୁ ଗଡ଼ିବ । ତେବେ କରୋନା ପାଇଁ ପୁରୀକୁ ସମସ୍ତ ଟ୍ରେନ ବନ୍ଦ କରିଦିଆଯାଇଥିଲା । କରୋନା କଟକଣା ଯୋଗୁଁ ଟ୍ରେନ ସେବାକୁ ବନ୍ଦ ରଖାଯାଇଥିଲା । ତେବେ ଦୀର୍ଘ ସାତ ମାସ ପରେ ପୁରୀକୁ ଟ୍ରେନ ଚଳାଚଳକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ ଗୁଡ଼ିକ ହେଲା ପୁରୀ-ଦୁର୍ଗ, ପୁରୀ- ଅହମ୍ମଦାବାଦ ଓ ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ । କୋଭିଡ ନିୟମ ମାନି ଏହି ତିନୋଟି ଟ୍ରେନ ଚଳାଚଳ କରିବା ନେଇ ସୂଚନା ଦିଆଯାଇଛି ।

ପ୍ରକାଶ ଯେ, ପର୍ଯ୍ୟଟନ ସହର ପୁରୀକୁ କରୋନା ଲକଡାଉନ ସମୟରେ ବହୁ କ୍ଷତି ସହିବାକୁ ପଡ଼ିଛି । ପର୍ଯ୍ୟଟନ ସ୍ଥଳୀ ଓ ହୋଟେଲ ବନ୍ଦ ରହିଥିବାରୁ ଲୋକଙ୍କୁ ବହୁ ଅସୁବିଧା ସହିବାକୁ ପଡ଼ିବା ସହିତ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପଡ଼ିଥିଲା । ଏବେ ସ୍ଥିତି କିଛି ସୁଧିରି ଥିବା ବେଳେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯିବା ଆସିବା ପାଇଁ ଅନୁମତି ମିଳିଛି । ଟ୍ରେନ ଚଳାଚଳ କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଲୋଚନା ହେଉଛି । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ । ଯାତ୍ରୀମାନେ ଦୁଇଘଂଟା ପୂର୍ବରୁ ଷ୍ଟେସନରେ ପଂହଚିବେ । ଏହାଛଡା ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଆଜିଠାରୁ ଟ୍ରେନ ଚାଲିବାକୁ ଥିବାରୁ ପୁରୀ ରେଳଷ୍ଟେସନକୁ ବିଶୋଧନ କରାଯାଇଛି ।