Categories
ଆଜିର ଖବର ଜାତୀୟ ଖବର

ସୁସ୍ଥ ଶିଶୁକୁ ଜନ୍ମ ଦେଲେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ନେପାଳୀ ମହିଳା

ରାମପୁର : କରୋନା ଭାଇରସ୍‌ ସହ ଲଢେଇ ପାଇଁ ସାରା ଭାରତବର୍ଷରେ 21 ଦିନିଆ ଲକ୍‌ଡାଉନ୍‌ ଜାରି କରାଯାଇଛି । ଏହି କାରଣରୁ ବହୁ କମ୍ପାନୀ ସହ ହୋଟେଲ୍‌, ରେଷ୍ଟୁରାଣ୍ଟ ଆଦି ବନ୍ଦରହିଛି । ବସ୍, ଟ୍ରେନ୍‌, ରେଳ ଓ ବିମାନ ପର ଯାତାୟତ ସାଧନ ମଧ୍ୟ ବନ୍ଦ ରହିଛି । ଲକ୍‌ ଡାଉନ୍‌ ଯୋଗୁଁ ବହୁ ଖଟିଖିଆ ଶ୍ରମିକମାନେ ନିଜ ପେଟ ପୋଷିବା ପାଇଁ ନିଜ ନିଜ ଭିଟାମାଟି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକେ ନିଜ ଘରେ ପହଞ୍ଚିଥିବାବେଳେ ଆଉ କିଛି ଲୋକେ ରାସ୍ତାରେ ରହିଛନ୍ତି । ପ୍ରଶାସନ ସେମାନଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିଛନ୍ତି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏକ ହୋଟେଲରେ କାମ କରୁଥିବା ନେପାଳୀ ଦମ୍ପତି ଏବେ ରାମପୁର ପ୍ରଶାସନ ଦ୍ବାରା ଇଣ୍ଟର କଲେଜରେ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି । ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବା ଜଣେ ନେପାଳୀ ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଏହି ଶିଶୁଟିର ନାକୁ କୋଭିଡ୍‌ ବୋଲି ରଖିଛନ୍ତି । ମା’ ଓ ଶିଶୁ ଦୁହେଁସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ନେପାଳର ବଜାଙ୍ଗ ଜିଲ୍ଲାରେ ରହୁଥିବା ଏହି ଦମ୍ପତି ଦିଲ୍ଳୀର ଏକ ହୋଟେଲ୍‌ରେ କାମ କରୁଥିଲେ । କରୋନା ଯୋଗୁଁ ଲକ୍‌ ଡାଉନ୍‌ ହେବା ପରେ ତାଙ୍କୁ ହୋଟେଲ୍‌ ମାଲିକ ଘରକୁ ଫେରିଯିବାକୁ କହିଥିଲେ ।  ଏହି ଦମ୍ପତି କିଛି ବାଟ ଚାଲି ଚାଲି ତ କିଛି ବାଟ ସାଇକେଲ୍‌ ଜରିଆରେ ଆସି ରାମପୁର ପର୍ଯ୍ୟନ୍ତ ପହଞ୍ଚିଥିଲେ ।

ଦୁହେଁ ରାମପୁରର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବାବେଳେ ସ୍ତ୍ରୀଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ଜିଲ୍ଲା ମହିଳା ହସ୍ପିଟାଲ ନିଆଯାଇଥିଲା । ଏଠାରେ ସେ ଏକ ନବଜାତକୁ ଜନ୍ମ ଦେଇଥିଲେ । ନବଜାତର ନାମକୁ ସେଠାକାର ହସ୍ପିଟାଲର କର୍ମଚାରୀମାନେ କୋଭିଡ୍‌ ରଖିଥିବାବେଳେ ମାତା ପିତା ଶିଶୁଟିର ନାମକରଣ ନିଜ ଇଚ୍ଛା ହିସାବରେ କରିବେ ବୋଲି ସ୍ବାସ୍ଥ୍ୟ କର୍ମଚାରୀ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର ହୋଇଥିବା ଦୁଇ ବ୍ୟକ୍ତିଙ୍କ ଘରୁ ଚୋରି

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମରର ବନ୍ଦିପୋରାର ଦୁଇ ଘରୁ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଖବର ମିଳିଛି । ଏହି ଘରେ ରହିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବାବେଳେ  ଏହି ମଉକାରେ ଚୋରମାନେ ଏହ ଘରୁ ସବୁ ଲୁଟିନେଇଛନ୍ତି ।

ଏହି ଦୁଇ ଘରର ଲୋକଙ୍କୁ ପ୍ରଶାସନ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ସ୍ଥାନାନ୍ତର କରିଥିଲେ । ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭି ଥିବାବେଳେ ଆଉ ଜଣେ କରୋନା ସନ୍ଦିଗ୍ଧ ଥିଲେ । ପୋଲିସ ସୂତ୍ରରୁ ଜଣାପଡିଛି ଏହି ଦୁଇ ଘରୁ ନଗଦ ତିନି ଲକ୍ଷ ଟଙ୍କା ସହିତ ଲକ୍ଷ ଲକ୍ଷଟଙ୍କାର ଜିନିଷର ଚୋରି ହୋଇଛି । ଚୋରମାନେ ଧରାପଡିନଥିବାବେଳେ ପୋଲିସ୍ ଚୋରଙ୍କୁ ଯଥାଶୀଘ୍ର ଧରିବ ବୋଲି କହିଛି । (ଏଜେନ୍ସି)