Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ

କଟକ:  ଆଜି ଭିଜିଲାନସ ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି। ଆୟ ବର୍ହିଃଭୂତ ସଂପତ୍ତି ଠୁଳ ମାମଲାରେ ଏହା ଚଢାଉ କରାଯାଇଛି। ସେ ହେଉଛନ୍ତି ମୟୁରଭଂଜ ଜିଲ୍ଲା ଉଦଲା ସବଡିଭିଜନର ଆରଡବ୍ଲୁଏସଏସର ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ତାଙ୍କ ନାମ ହେଉଛି ରବିନାରାୟଣ ପଣ୍ଡା।

ଏହି ଚଢାଉରେ ଜଣେ ଆଡସିନାଲ ଏସପି, ଆଠ ଜଣ ଡେପୁଟି ଏସପି, ପାଞ୍ଚ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, 11ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।ଏକକାଳିନ ତାଙ୍କର ଭୁବନେଶ୍ୱର, କେନ୍ଦ୍ରାପଡା ଏବଂ ଉଦଲାରେ ଚଢାଉ ଚାଲିଛି। ସେଗୁଡିକ ହେଲା

1) ଖାରବେଳ କମ୍ପ୍ଲେକ୍ସ, ଆଇଗିଣିଆ, ଖଣ୍ଡଗିରି, ଭୁବନେଶ୍ୱରେ ଥିବା ତିନି ମହଲା କୋଠା

2)ଭୁବନେଶ୍ବର ପାତ୍ରପଡାରେ ଥିବା ଟାୱାର ବ୍ଲୁ ହିଲ ଆପାର୍ଟମେଣ୍ଟର ଡି ବ୍ଲକର 4ର୍ଥ ମହଲାରେ ଥିବା 401 ଫ୍ଲାଟ।

3) ଭୁବନେଶ୍ବର ଖଣ୍ଡଗିରି ସପିଂ ପ୍ଲାଜାରେ ଅବସ୍ଥିତ SPS ନିର୍ମାଣଧିନ ଦୋକାନ ନଂ D-2 & D-3

4) ପ୍ଲଟ ନଂ -6-536, ନୟାପାଲ୍ଲୀ, ଭୁବନେଶ୍ୱରରେ ଅବସ୍ଥିତ ତ୍ରିବେଣୀ ଅଟୋଟେକ୍ ପିଭି ଲିମିଟେଡ୍ ର ପରିସର 

5) କେନ୍ଦ୍ରାପଡା ଠାରେ ଅବସ୍ଥିତ ଦାନାପୁର ଗ୍ରାମରେ ଥିବା ତାଙ୍କର ବାସଭବନ

6) କେନ୍ଦ୍ରାପଡା ଓସ୍ତପୁରରେ ଥିବା ତାଙ୍କର ସଂପର୍କିୟଙ୍କ ଘର

7) ମୟୁରଭଂଜ ଉଦଳାରେ ଥିବା ତାଙ୍କ କାର୍ଯ୍ୟାଳୟ

8) ଉଦଳାରେ ଥିବା ତାଙ୍କର ସରକାରୀ ବାସଭବନ