Categories
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ ରଘୁନାଥ ମହାନ୍ତି

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି ବିଜେପିରେ ଯୋଗଦେଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଶ୍ୱଭୁଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଜି ରଘୁନାଥ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗତ ଦୁଇଦିନ ତଳେ ସେ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜୁ ଜନତା ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ ଦଳୀୟ ନେତୃତ୍ୱ ଉପରେ ବର୍ଷିଥିଲେ ।  ରଘୁନାଥ ବାଲେଶ୍ବର ଜିଲ୍ଲାର ଜଣେ ଟାଣୁଆ ନେତା ସହ ବସ୍ତା ବିଧାନସଭାର  ବିଧାୟକ ରହିଥିଲେ ।

Categories
ଆଜିର ଖବର

ବିଜେଡ଼ି ଛାଡ଼ିଲେ ରଘୁନାଥ ମହାନ୍ତି, କାଲି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ

ବିଜେଡ଼ି  ଛାଡ଼ିଲେ ରଘୁନାଥ ମହାନ୍ତି।  ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। କାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଜନତା ଦଳ ପଥ ଭ୍ରଷ୍ଟ ହୋଇଯାଇଛି, କିଛି ନ୍ୟସ୍ତ ସ୍ବାର୍ଥଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପ୍ରଭାବିତ ହୋଇଯାଇଛି। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରିଛି ବୋଲି କହିଛନ୍ତି ରଘୁନାଥ। ତେବେ ସେ ନିର୍ବାଚନ ଲଢିବା ନ ଲଢିବା ନେଇ କୌଣସି ସୂଚନା ଦେଇନାହାନ୍ତି।

 

Categories
ଆଜିର ଖବର

ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ବସ୍ତା ବିଧାୟକ ଓ ମନ୍ତ୍ରୀ ରଘୁନାଥ ମହାନ୍ତି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସରେ ନବୀନଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଟିକେଟ ମିଳିବା ପ୍ରସଙ୍ଗ ଉପରେ ମତ ଦେଇ ରଘୁ ମହାନ୍ତି କହିଛନ୍ତି ଯେ, ଏହା ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ। ତେବେ ସେ ବିଜେଡ଼ିରେ ରହିଛନ୍ତି ଓ ଦଳ ପାଇଁ କାମ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।