Categories
ଆଜିର ଖବର ଖେଳ

ଓ୍ବେଲିଂଟନ୍‌ ଟେଷ୍ଟ : ବ୍ୟାଟିଂ ବିପର୍ଯ୍ୟୟ ପରେ 39 ରନ୍‌ରେ ପଛୁଆ ଭାରତ

ଓ୍ବେଲିଂଟନ୍‌ : ଓ୍ବେଲିଙ୍ଗଟନ୍‌ର ବେସିନ୍‌ ରିଜର୍ଭରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବାରୁ ଦଳ 39 ରନ୍‌ ପଛରେ ରହିଛି । ଭାରତ ମାତ୍ର 165 ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ 348 ରନ୍‌ ସଂଗ୍ରହ କରିଥିଲା । କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ 89ଙ୍କ ବ୍ୟତିତ ନିମ୍ନକ୍ରମରେ କାଇଲ୍‌ ଜାମିସାନେ (44) ଏବଂ ଟ୍ରେଣ୍ଟ ବୋଲ୍ଟ (38) ରନ୍‌ ସଂଗ୍ରହ କରିବାରୁ ନ୍ୟୁଜିଲ୍ୟାଣ୍ଡ 183 ରନ୍‌ର ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ସର୍ବାଧିକ 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । 183 ରନ୍‌ରେ ପଛୁଆ ରହିଥିବା ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା 144/4ରେ ପହଞ୍ଚିଛି । ଭାରତ ପକ୍ଷରୁ ଓପ୍ନର ପୃଥ୍ବୀ ଶ(14) ପୁନର୍ବାର ବିଫଳ ହୋଇଥିଲେ । ମୟଙ୍କ ଅଗ୍ରଓ୍ବାଲ (58) ଏବଂ ଚେତେଶ୍ବର ପୂଜାରା (11)ଙ୍କ ମଧ୍ୟରେ 51 ରନ୍‌ର ଭାଗିଦାରୀ କରିଥିଲେ । ମାତ୍ର ପୂଜାରଙ୍କ ଓ୍ବିକେଟ ପତନ ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟ୍ରେଣ୍ଟ ବୋଲ୍ଟ 3ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (25) ଏବଂ ହନୁମା ବିହାରୀ(14)ଙ୍କ ମଧ୍ୟରେ 31ରନ୍‌ର ଅବିଭାଜିତ ଭାଗିଦାରୀ ହୋଇଛି ।

Categories
ଆଜିର ଖବର

ବିରାଟ କୋହଲିଙ୍କ 70 ତମ ଅନ୍ତରାଷ୍ଟ୍ରୀୟ ଶତକ : 175 ରନ୍‌ରେ ଆଗୁଆ ଭାରତ

କଲିକତା,23/11 : କଲିକତାର ଇଡେନ ଗାର୍ଡେନ୍‌ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର 26 ତମ ଶତକ ସହିତ ଅନ୍ତର୍ଜାତିୟ ସର୍କିଟ୍‌ରେ କୋହଲି ନିଜର 70 ତମ ଶତକ ପୂରଣ କରିଛନ୍ତି । କୋହଲିଙ୍କ ଶତକ ଫଳରେ ଭାରତ 4 ଓ୍ବିକେଟ୍‌ ହରାଇ 283 ରନ୍‌ ସଂଗ୍ରହ କରିଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ ଅକ୍ତିଆର ଫଳରେ ବାଂଲାଦେଶ 106 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ଦ୍ବିତୀୟ ଦିନରେ କୋହଲିଙ୍କ ବ୍ୟତିତ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(51) ରନ୍‌ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ଇବାଦତ ହୋସେନ୍‌ ସର୍ବାଧିକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)