ମୁମ୍ବାଇ : 4 ହଜାର କୋଟିର ଠକେଇ ମାମଲାରେ ଉତ୍ତର ପ୍ରଦେଶ ଏବଂ ମୁମ୍ବାଇର 13ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଫ୍ରଷ୍ଟ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ ନାମରେ 4 ହଜାର କୋଟିର ଠକେଇ ମାମଲାକୁ ନେଇ 13ଟି ସ୍ଥାନରେ ଚଢାଉ କରାଯାଇଛି । ଦିଲ୍ଲୀ,ମୁମ୍ବାଇ ଏବଂ ୟୁପିର ମୁଖ୍ୟାଳୟ ସମେତ 13ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ମୁମ୍ବାଇର ତିନିସ୍ଥାନରେ ଏବଂ ଦିଲ୍ଲୀର 4 ସ୍ଥାନ ବ୍ୟତିରେକ କାନପୁରର 6ଟି କାର୍ଯ୍ୟାଳୟ ଉପରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ 14ଟି ରାଷ୍ଟ୍ରାୟତ ବ୍ୟାଙ୍କରୁ 4061.17 କୋଟି ଟଙ୍କାର ଠକେଇ ଅଭିଯୋଗ ଆସିବା ପରେ 19 ତାରିଖ ଦିନ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)
Tag: raid
ନୂଆଦିଲ୍ଲୀ,31/12 : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଦିନ 127 କୋଟିର ସମ୍ପତ୍ତି ଜବତ କରାଯାଇଛି । ପିକ୍ସିଅନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମୁମ୍ବାଇ, କୋଲକାତା ଏବଂ ନୋଇଡା ସ୍ଥିତ ସମ୍ପତ୍ତିକୁ ଜବତ କରାଯାଇଛି । ଏକ 26ଶହ କୋଟିର ବ୍ୟାଙ୍କ ଠକେଇ କାରଣରୁ ଇଡି କମ୍ପାନୀର ସମ୍ପତ୍ତି ଜବତ କରିଛି । ସମୁଦାୟ 127.44 କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ମୁମ୍ବାଇରେ କମ୍ପାନୀର ଦୁଇଟି ବ୍ୟବସାୟିକ ପ୍ଲଟ୍କୁ ଜବତ କରାଯିବା ସହିତ ମୁମ୍ବାଇ, ଚେନ୍ନାଇ, ନୋଇଡା ଏବଂ କୋଲକାତାରେ ଥିବା 9ଟି କାର୍ଯ୍ୟାଳୟକୁ ଜବତ କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ
କଳାହାଣ୍ଡି,31/12 : ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା ଡିଆରଡିଏର ବରିଷ୍ଠ କିରାଣୀ ହରପ୍ରସାଦ ଆଚାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସୋମବାର ଭିଜିଲାନ୍ସ ପକ୍ଷରୁ ହରପ୍ରସାଦଙ୍କ ତିନୋଟି ଘରରେ ଏକକାଳୀନ ଚଢାଉ କରାଯାଇଥିଲା । କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ 3ଟି ଟିମ ଏହି ଚଢାଉ କରିଥିଲେ । ହରପ୍ରସାଦଙ୍କ ରାମନଗର ସ୍ଥିତ ବାସଭବନ, ମନ୍ଦାର ବଗିଚାସ୍ଥିତ ପୈତୃକ ଘର ଓ ଅଫିସରେ ଚଢ଼ଉ କରାଯାଇଛି ।
ସମୀକ୍ଷା ବ୍ୟୁରୋ,26/11: ଜିଏସ୍ଟି ଠକେଇ ଅଭିଯୋଗରେ ରାଉରକେଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଙ୍ଗଳବାର ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ସମେତ 4ଟି ସ୍ଥାନରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଭୁବନେଶ୍ବର ଏବଂ ରାଉରକେଲା ଜିଏସ୍ଟି ଟିମ୍ ପକ୍ଷରୁ ମିଳିତ ଭାବରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।
କଲିକତା ଆକାଶରେ ଉଡିଲା ଟଙ୍କା
ଆକାଶରୁ ବର୍ଷିଲା ଟଙ୍କା । କଲିକତାରେ ଏକ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ପୂର୍ବରୁ ଏହି ଘଟଣା ଦେଖିବାକୁ ମିଳିଥିଲା । ଏକ କୋଠାର ଷଷ୍ଠ ମହଲାର ଝରକା ମଧ୍ୟ ଦେଇ ଏହି ନୋଟ ଫିଙ୍ଗା ଯାଇଥିଲା । ଉଡା ଯାଇଥିବା ନୋଟ ଗୁଡିକ ମଧ୍ୟରେ 2 ହଜାର, 5 ଶହ ଟଙ୍କିଆ ଏବଂ ଶହେ ଟଙ୍କିଆ ସାମିଲ ଥିଲା । ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିଲା । ଆୟକର ଠକିଥିବା ଅଭିଯୋଗରେ ଏକ ଘରୋଇ କମ୍ପାନୀ ଉପରେ ଏହି ଚଢାଉ କରାଯାଉଥିଲା । ଟ୍ବିଟ୍ଟରରେ ଏହି ଭିଡିଓ ଜାରି କରାଯାଇଥିଲେ ମଧ୍ୟ ଉଡାଯାଇଥିବା ଟଙ୍କା ଏବଂ କମ୍ପାନୀ ମଧ୍ୟରେ ସମ୍ପର୍କ ଅଛି କି ନା ତାହା ଇଡି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଭାରତୀୟ ବାୟୁସେନାର କିଛି ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। କେବଳ ବାୟୁସେନା ଅଧିକାରୀ ନୁହନ୍ତି ବରଂ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୦୯ରେ ସ୍ବିଜରଲ୍ୟାଣ୍ଡ ନିକଟରୁ ୭୫ଟି ବିମାନ କିଣାଯାଇଥିଲା। ଏହି ବିମାନ କିଣିବାରେ ୩୩୯ କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ହୋଇଥିଲା। ଭଣ୍ଡାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯିବା ସହିତ ଭଣ୍ଡାରୀଙ୍କ ଅଫିସ୍ରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି। ସ୍ବିଜରଲ୍ୟାଣ୍ଡ ନିକଟରୁ ଏହି ସମୟରେ ପିଲାକ୍ଟସ୍ ପିସି-୭ ଏମ୍କେ-୨ ଏବଂ ଏଚ୍ଟିପି-୩୨ ବିମାନ କିଣାଯାଇଥିଲା।
ଟିଡିପି ସାଂସଦ ତଥା ଜନସେନା ସାଂସଦ ପ୍ରାର୍ଥୀ ଏସ୍ପିଓ୍ବାଇ ରେଡ୍ଡୀଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚଢାଉ କରିଛି। ନନ୍ଦ୍ୟାଲ୍ରୁ ଚଳିତ ଲୋକସଭା ନିର୍ବାଚନରେ ଜନସେନାର ସାଂସଦ ପ୍ରାର୍ଥୀ ରହିଥିବା ଏହି ନେତା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ୫୦୦ କୋଟିର ଋଣ ନେଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ସିଣ୍ଡିକେଟ୍ ବ୍ୟାଙ୍କରୁ ଏହି ଋଣ ନିଆଯାଇଥିବା ଜଣାପଡିଛି। ଏହି ଚଢାଉ ସମୟରେ ସିବିଆମଇ ରେଡ୍ଡୀଙ୍କ ବିଭିନ୍ନ ଶିଳ୍ପ ସଂସ୍ଥାନର କାଗଜପତ୍ର ଜବତ କରିଛି। ନିଜ ଜ୍ବାଇଁଙ୍କ ପାଇଁ ନନ୍ଦି ଇଣ୍ଡଷ୍ଟ୍ରିଜ୍ ନାମରେ ଏହି ଲୋନ୍ ନେଇଛନ୍ତି ରେଡ୍ଡୀ। ଏହି ଚଢାଉ ସମୟରେ ରେଡ୍ହୀ ବଞ୍ଜାରା ହିଲ୍ସର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଘରେ କେବଳ ତାଙ୍କ ଜ୍ବାଇଁ ଏସ୍ ଶ୍ରୀଧର ରେଡ୍ଡୀ ଉପସ୍ଥିତ ଥିଲେ।
ମଧ୍ୟପ୍ରଦେଶ ଏବଂ ଦିଲ୍ଲୀରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିଲା। ଯାହ ଦ୍ବାରା ୨୮୧ କୋଟି ଟଙ୍କାର ହଓ୍ବଲା ନେଟ୍ଓ୍ବର୍କ ଅର୍ଥ ମିଳିଥିବା ବେଳେ ୧୪ କୋଟି ଟଙ୍କାର ନଗଦ ଅର୍ଥ ମିଳିଥିଲା। ଆଜି ପୁନର୍ବାର ଜାରି ରହିଥିବା ଏହି ରେଡ୍ରୁ ଆଉ ୨୦ କୋଟି ଟଙ୍କା ଜବତ କରାଯାଇଛି। ଏକ ଗାଡିରେ ଦିଲ୍ଲୀର ଏକ ରାଜନୈତିକ ଦଳର ମୁଖ୍ୟାଳୟକୁ ଏହି ଅର୍ଥ ନିଆଯାଉଥିଲା ବୋଲି ଆୟକର ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହା ସହିତ ଏହି ଚଢାଉରେ ୨୫୨ ବୋତଲ ମଦ ଜବତ କରାଯାଇଥିବା ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮୦ ରୁ ଅଧିକ କମ୍ପାନୀର ୨୩୦କୋଟି ଟଙ୍କାର ତଥ୍ୟ ହାସଲ ହୋଇଥିବା ବେଳେ ଦିଲ୍ଲୀର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅନେକ ବେନାମୀ ସମ୍ପତ୍ତି ଠାବ କରାଯାଇଛି ବୋଲି ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ଆୟକର ବିଭାଗ ରବିବାର ଦିନ ମଧ୍ୟପ୍ରଦେଶ, ନୂଆଦିଲ୍ଲୀ ଏବଂ ଗୋଆର ପ୍ରାୟ ୫୦ ଟି ସ୍ଥାନର ଏକକାଳୀନ ଚଢାଉ କରିଥିଲେ। ଏହି ରେଡରେ ଏମପି ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅନେକ ନିକଟତରଙ୍କ ଅଫିସ ଏବଂ ଘରେ ରେଡ କରାଯାଇଥିଲା। ଏହା ମଧ୍ୟରେ କମଲନାଥଙ୍କ ପୁତୁରା ରତୁଲ୍ ପୁରୀ, ପ୍ରବୀଣ କକ୍କଡ ଏବଂ ରାଜେନ୍ଦ୍ର କୁମାର ମିଗ୍ଲାନୀ ଅନ୍ତର୍ଭୁକ୍ତ। କମଲନାଥ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରି କହିଥିଲେ ଯେ ସାଧାରଣ ନିର୍ବାଚନ ସମୟରେ ଏହିପରି ପଦକ୍ଷେପ ହେବ ବୋଲି ଆମେ ଜାଣିଥିଲୁ, ଅନ୍ୟପଟେ ବିଜେପି କହିଛି ଯେ କମଳନାଥ ନିଜର ସହଯୋଗୀଙ୍କୁ ସଂରକ୍ଷଣ ଦେଉଥିବା ଗମ୍ଭୀର ଅଭିଯୋଗ ଲଗାଇଛି।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସଚିବ ପ୍ରବୀଣ କକ୍କରଙ୍କ ଘର ସମେତ ଦୁଇ ନିକଟତରଙ୍କ ଘରୁ ଆୟକର ବିଭାଗ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ପାଖାପାଖି ୯ କୋଟି ଟଙ୍କା ଜବତ ହୋଇଛି। ଶନିବାର ରାତି ପ୍ରାୟ ୩ଟାରେ ଆୟକର ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ରାଜଧାନୀ ଦିଲ୍ଲୀ, ମଧ୍ୟପ୍ରଦେଶର ଭେପାଳା ଓ ଇନ୍ଦୋରର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ତେବେ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ନିର୍ବାଚନ ସମୟରେ କେନ୍ଦ୍ର ସରକାର ଆୟକର ବିଭାଗକୁ ଅସ୍ତ୍ର କରି ବିରୋଧୀମାନଙ୍କ ଘରେ ଚଢ଼ାଉ କରୁଛନ୍ତି ବୋଲି ଚନ୍ଦ୍ରବାବୁ ଅଭିଯୋଗ କରିବା ସହ ଏହା ପ୍ରତିବାଦରେ ବିଜୟୱାଡାଠାରେ ଧାରଣା ଦେଇଥିଲେ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )