Categories
ଆଜିର ଖବର ରାଜ୍ୟ ଖବର

ଗଙ୍ଗାଧରପୁର ଷ୍ଟେସନ ନିକଟସ୍ଥ ଟ୍ରାକରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନ ନିକଟସ୍ଥ ଟ୍ରାକରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ମୃତକଙ୍କ ବୟସ ଆନୁମାନିକ ୪୦ ହୋଇଥିବା ବେଳେ ସେ ଏକ ନାଲି ରଙ୍ଗର ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିଥିବାର ଦେଖିବାକୁ ମିଳିଛି।

ତେବେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି ଏବଂ ସେ କୌଣସି ଚଳନ୍ତା ଟ୍ରେନରୁ ଖସିଯାଇଥିବା ଜିଆରପି ଅନୁମାନ କରୁଛି। ଏ ନେଇ କେସ ନମ୍ବର ୧୨/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନିରାକାରପୁର ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି।

Categories
ଫଟୋ ଖବର

ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ ବିଲ୍‌କୁ ବିରୋଧ କରି ରେଳଧାରଣାରେ ପ୍ରତିବାଦ

AGARTALA, DEC 5 (UNI):- Indigenous Nationalist Party of Twipra activists blocking rail track in protest against the Citizenship Amendment Bill -2109, near Agartala on Thursday. UNI PHOTO- 6U