ନୂଆଦିଲ୍ଲୀ: ବର୍ତ୍ତମାନ ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ସାରା ବିଶ୍ୱରେ ସ୍ୱର ଉତ୍ତୋଳନ କରାଯାଉଛି। ISKCON ପୁରୋହିତ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରି ଗିରଫ ହେବା ପରେ ବାଂଲାଦେଶରେ ହୋଇଥିବା ଅଶାନ୍ତି ନେଇ ଆମେରିକା କଂଗ୍ରେସ ନେତା ରାଜା କୃଷ୍ଣମୂର୍ତ୍ତି ଉଦ୍ବେଗ ପ୍ରକାଶ କରିଛନ୍ତି। ମାନବିକ ଅଧିକାରକୁ ବଜାୟ ରଖିବା, ଆଇନଗତ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ସେ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ଅନୁରୋଧ କରିଛନ୍ତି।
ସେ କହିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟମାନଙ୍କ ବିରୋଧରେ ଚାଲିଥିବା ହିଂସା ଗ୍ରହଣୀୟ ନୁହେଁ ଏବଂ ତୁରନ୍ତ ଶେଷ ହେବା ଆବଶ୍ୟକ। ଅକ୍ଟୋବର ୨୫ ତାରିଖରେ ଚଟଗାଓଁରେ ବାଂଲାଦେଶର ଜାତୀୟ ପତାକାକୁ ଅସମ୍ମାନିତ କରିଥିବା ଅଭିଯୋଗରେ ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ବାଂଲାଦେଶରେ ଅଶାନ୍ତି ତୀବ୍ର ହୋଇଥିଲା।