Categories
ଆଜିର ଖବର ଜାତୀୟ ଖବର

ଧୌଲପୁରରେ ହୋଇଥିବା ସଡକ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: ସହାୟତା ରାଶି ଘୋଷଣା

ନୁଆଦିଲ୍ଲୀ: ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଧୌଲପୁର ସଡକ ଦୁର୍ଘଟଣାରେ ହୋଇଥିବା ପ୍ରାଣହାନୀ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି ବୋଲି ସେ ନିଶ୍ଚିତ କରିଛନ୍ତି।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ରାଜସ୍ଥାନର ଧୌଲପୁରରେ ଘଟିଥିବା ଦୁର୍ଘଟଣା ହୃଦୟ ବିଦାରକ। ନିରୀହ ପିଲାମାନଙ୍କ ସମେତ ପ୍ରାଣ ହରାଇଥିବା ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଭଗବାନ ସେମାନଙ୍କୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ। ଏଥିସହ ମୁଁ ସମସ୍ତ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି।”

ରାଜସ୍ଥାନର ଧୌଲପୁରରେ ଘଟିଥିବା ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦୀ ପିଏମ୍‌ଏନ୍‌ଆରଏଫ୍‌ରୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହାଛଡା ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

“ପ୍ରଧାନମନ୍ତ୍ରୀ ରାଜସ୍ଥାନର ଧୌଲପୁରରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପିଏମ୍‌ଏନ୍‌ଆର୍‌ଫ୍‌ରୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କ ପାଇଁ ମଧ୍ୟ ୫୦,୦୦୦ ଟଙ୍କାର ସହାୟତା ଘୋଷଣା କରାଯାଇଛି।”

Categories
ଆଜିର ଖବର

କୃଷ୍ଣସାର ମୃଗ ହତ୍ୟା ମାମଲା : ସୈଫ୍‌, ସୋନାଲିଙ୍କ ସମେତ ୫ ଜଣଙ୍କୁ ହାଇକୋର୍ଟ ନୋଟିସ୍‌

କୃଷ୍ଣସାର ମୃଗ ହତ୍ୟା ମାମଲାରେ ରାଜସ୍ଥାନ ହାଇକୋର୍ଟ ସୈଫ୍‌ ଅଲ୍ଲୀ ଖାନ୍‌, ସୋନାଲି ବେନ୍ଦ୍ରେଙ୍କ ସମେତ ୫ ଜଣଙ୍କୁ ନୂତନ ନୋଟିସ୍‌ ଜାରି କରିଛି। କୋର୍ଟ ସୈଫ୍‌ ଏବଂ ସୋନାଲିଙ୍କ ବ୍ୟତୀତ ନୀଲମ, ତବୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରୁ ଛାଡ ପାଇବା ପାଇଁ ଏହି ୫ ଜଣ ଆବେଦନ କରିବା ଯୋଗୁଁ କୋର୍ଟ ପକ୍ଷରୁ ଏହି ନୂତନ ନୋଟିସ୍‌ ପଠାଯାଇଛି। ‘ହମ୍‌ ସାଥ୍‌ ସାଥ୍‌ ହୈ’ ସେଟ୍‌ରେ ହୋଇଥିବା ଏହି ଘଟଣାରୁ ମୁକ୍ତ ହେବା ପାଇଁ ଆବେଦନକୁ ବିରୋଧ କରି ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆବେଦନ କରାଯିବା ପରେ କୋର୍ଟ ଏହି ନୋଟିସ୍‌ ଜାରି କରିଥିଲେ। ଏହି ପାଞ୍ଚ ଜଣଙ୍କୁ ଦୁଇ ମାସ ପରେ ହେବାକୁ ଥିବା ଶୁଣାଣିରେ ଯୋଗ ଦେବା ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆାଯାଇଛି। ପୂର୍ବରୁ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି।