Categories
ଆଜିର ଖବର ମନୋରଂଜନ ସିନେମା

ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ଦାୟର କଲେ ପୁନମ ପାଣ୍ଡେ

ମୁମ୍ବାଇ : ବିବାଦ ଓ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ଏକ ମାମଲା ରୁଜୁ କରିଛନ୍ତି । ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୁନମ ଏହି ମାମଲା ରୁଜୁ କରିଛନ୍ତି । ପୋଲିସ୍‌ ପକ୍ଷରୁ ଏଫ୍‌ଆଇଆର ଗ୍ରହଣ କରାନଯିବା କାରଣରୁ ପୁନମ ଏହି ମାମଲା ରୁଜୁ କରିଛନ୍ତି । ରାଜ କୁନ୍ଦ୍ରାଙ୍କ କମ୍ପାନୀ ଆର୍ମସପ୍ରାଇମ୍‌ ମିଡିଆ ସହିତ 2019 ମସିହାରେ ପୁନମ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଅନୁଯାୟୀ ପୁନମଙ୍କୁ ଲାଭର ଏକ ଅଂଶ କମ୍ପାନୀକୁ ପ୍ରଦାନ କରାଯିବ । ପୁନମ ଏହି ଚୁକ୍ତିକୁ ବିରୋଧ କରିବା ସହିତ ମୁମ୍ବାଇ ହାଇକୋର୍ଟରେ ଶନିବାର ଏହି ମାମଲା ରୁଜୁ କରିଛନ୍ତି । (ଏଜେନ୍ସି)