Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଜେରା ପରେ ଦୀପିକା, ଶ୍ରଦ୍ଧା, ସାରା ଓ ରାକୁଲ୍‌ଙ୍କ ମୋବାଇଲ୍‌ ସିଜ୍‌ କଲା ଏନ୍‌ସିବି

ମୁମ୍ବାଇ : ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ୍‌ ଲଳନାଙ୍କୁ ଜେରା କରାଯିବା ପରେ ସେମାନଙ୍କ ମୋବାଇଲ୍‌ ସିଜ୍‌ କରାଯାଇଛି ।ଜେରାର ସମ୍ମୁଖୀନ ହୋଇଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମୋବାଇଲ୍‌ ସିଜ୍‌ ହୋଇଥିବାର ସୂଚନା ରହିଛି । ଜେରା ପରେ ଅଭିନେତ୍ରୀମାନଙ୍କ ମୋବାଇଲ୍‌ ସିଜ୍‌ ହୋଇଥିବା ନେଇ ସୂଚନା ଦେଇଛି ଏନ୍‌ସିବି । ଦୀପିକା, ସାରା, ଶ୍ରଦ୍ଧା, ରାକୁଲ୍‌,  ସିମୋନ ଖମ୍ବାଟା, କରିସ୍ମା ପ୍ରକାଶ, ଜୟା ଶାହାଙ୍କର ମଧ୍ୟ ମୋବାଇଲ୍‌ ସିଜ୍‌ କରାଯାଇଛି । ଅଧିକ ତଦନ୍ତ ପାଇଁ ମୋବାଇଲ୍‌ ସିଜ୍‌ କରଯାଇଥିବାର କହିଛି ଏନ୍‌ସିବି ।

ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ନାକୁ ଆସିବା ପରେ ବହୁ ବଡବଡ ନାମୀଦାମୀ ବଲିଉଡ୍‌ ହସ୍ତୀମାନେ ଏବେ ହରଡଘଣାରେ ପଡିଛନ୍ତି । ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁର୍‌, ରାକୁଳ୍‌ ପ୍ରୀତ୍‌ ସିଂହଙ୍କ ପରି ବହୁ ଅଭିନେତ୍ରୀମାନେ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇଛନ୍ତି ।(ଏଜେନ୍ସି)