ନୂଆଦିଲ୍ଲୀ: ଆଜି ଜମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାରେ ଭାରତୀୟ ସେନାର ଏକ ଗାଡ଼ି ରାସ୍ତାରୁ ୭୦୦ ଫୁଟ ଗଭୀର ଘାଟିକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ତିନି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତିଲେ।
ଅଧିକାରୀମାନେ କହିଛନ୍ତି ଯେ, ସେନା ଟ୍ରକଟି ଜାତୀୟ ରାଜପଥ ୪୪ ରେ ଜମ୍ମୁରୁ ଶ୍ରୀନଗର ଯାଉଥିଲା। ସକାଳ ପ୍ରାୟ ୧୧:୩୦ ସମୟରେ ବ୍ୟାଟେରୀ ଚଷମା ନିକଟରେ ଜାତୀୟ ରାଜପଥ ୪୪ ରେ ଏହି ଦୁର୍ଘଟଣା ଘଟିଥିଲା। ଅଧିକାରୀମାନେ କହିଛନ୍ତି ଯେ, ସେନା, ପୋଲିସ, ରାଜ୍ୟ ବିପର୍ଯ୍ୟୟ ଉଦ୍ଧାର ବାହିନୀ (SDRF) ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଏକ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେ କହିଛନ୍ତି ଯେ, ଦୁର୍ଘଟଣାରେ ତିନି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି, ଯେଉଁମାନେ ସିପାହୀ ଅମିତ କୁମାର, ସୁଜିତ କୁମାର ଏବଂ ମାନ ବାହାଦୁର ବୋଲି ଚିହ୍ନଟ ହୋଇଛନ୍ତି।