Categories
ଆଜିର ଖବର

ରାମଗୋପାଲ ବର୍ମାଙ୍କ ଫିଲ୍ମକୁ ନେଇ ବିବାଦ : ନାଇଡୁ ଖଳନାୟକ, ଜଗନ ହିରୋ

ଆନ୍ଧ୍ରପ୍ରଦେଶ, ୨୯/୧୧:  ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନୂଆ ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ରାଜନୀତି ଉପରେ ନିର୍ମିତ ହୋଇଛି । ‘କମ୍ମା ରାଜ୍ୟମ୍‌ ଲୋ କଡପା ରେଡଲୁ’  ଶୀର୍ଷକ ଏହି ଫିଲ୍ମଟିରେ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ର ଚନ୍ଦ୍ରବାବୁ ନାଇଡୁଙ୍କ ପତନ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ରାଜନୈତିକ କ୍ୟାରିଅର କାହାଣୀକୁ ଦର୍ଶାଯାଇଛି । ଫିଲ୍ମର ପ୍ରଥମ ଟ୍ରେଲ୍‌ର ଆସିବା ପରେ ଏହାକୁ ନେଇ ରାଜେନୖତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଏବେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟ ଓ ସେନ୍‌ସର ବୋର୍ଡ ଏହି ଫିଲ୍ମ ବିରୋଧରେ ମମାଲା ରୁଜୁ କରିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପଦେଷ୍ଟା ରାମକୃଷ୍ଣ ରେଡ୍ଡି ରାଜ୍ୟ ସେନ୍ସର ବୋର୍ଡକୁ ଏହି ସମ୍ପର୍କରେ ଲେଖିବା ସହିତ ଏହି ଫିଲ୍ମର ନାମକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି । ଏହି ଫିଲ୍ମରେ ଜଗନ ମୋହନ ରେଡ୍ଡିଙ୍କୁ ନେଇ ହୋଇଥିବା ଏହି ଫିଲ୍ମରେ ନାମ, ଜାତିର ଉପଯୋଗ କରାଯାଇଛି, ଯାହାକୁ ବରଦାସ୍ତ କରାଯାଇପାରିବ ନାହିଁ । ୩ ମିନିଟ୍‌ର ଏହି ଟ୍ରେଲ୍‌ରରେ ଆନ୍ଧ୍ରପ୍ରଦେଶର ରାଜନୀତିକୁ ହଲଚଲ କରିଦେଇଛି। ଏହି ଫିଲ୍ମରେ ଚନ୍ଦ୍ରବାବୁ ନାଇଡୁ ଖଳନାୟକ, ଜଗନ ମୋହନ ହିରୋ ଭାବେ ଦର୍ଶାଯାଇଥିବାବେଳେ ଏହି ଫିଲ୍ମର କିଛି ଅଂଶରେ ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଚରିତ୍ରକୁ ମଧ୍ୟ ଦର୍ଶାଯାଇଛି ।

ଏହା ପୂର୍ବରୁ ରାମଗୋପାଲ ବର୍ମା ଏନ୍‌ଟିଆରଙ୍କୁ ନେଇ ‘ଲକ୍ଷ୍ମୀ ଏନ୍‌ଟିଆର’ର ନିର୍ମାଣ କରିଥିଲେ । ଏହି ଫିଲ୍ମରେ ଏନ୍‌ଟିଆର ଓ ଟିଡିପିର କାହାଣୀ ଦର୍ଶାଯାଇଥିଲା । ଏହି ଫିଲ୍ମକୁ ନେଇ ମଧ୍ୟ ସେତେବେଳ ବହୁ ବିବାଦ ହୋଇଥିଲା । ବିବାଦୀୟ ଫିଲ୍ମ କରି ରାମଗୋପାଲା ବର୍ମା ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

କେସିଆର ବାୟୋପିକ୍‌ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ବିବାଦୀୟ ଫିଲ୍ମ ମେକର ରାମଗୋପାଳ ବର୍ମା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କାଲଭାକୁନ୍ତଲା ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଜୀବନିକୁ ନେଇ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ନିକଟରେ ଏନ୍‌ଟିଆରଙ୍କ ଜୀବନଦିକୁ ନେଇ ଲକ୍ଷ୍ମୀସ ଏନ୍‌ଟିଆର ନିର୍ମାଣ କରିଥିଲେ ରାମୁ। କେସିଆରଙ୍କ ବାୟୋପିକ୍‌ର ନାମ ଟାଇଗର୍‌ : ଦ ଆଗ୍ରେସିଭ୍‌ ଗାନ୍ଧୀ ରଖାଯାଇଛି। ଫିଲ୍ମରେ କେସିଆରଙ୍କ ରାଜନୈତିକ ଜୀବନ ସହିତ ତେଲେଙ୍ଗାନା ବିଭାଜନ ମଧ୍ୟ ଦେଖାଯିବ ବୋଲି ରାମୁ କହିଛନ୍ତି। ଗୁରୁବାର ରାତିରେ ଏହି ବାୟୋ ପିକ୍‌ମର ପୋଷ୍ଟର ସେୟାର କରିଛନ୍ତି ବର୍ମା। ଏହି ଚଳଚିତ୍ର ପାଇଁ ଅଭିନେତା ଏବଂ ଅଭିନେତ୍ରୀ ମନୋନୟନ ହୋଇନଥିବା ରାମୁ କହିଛନ୍ତି। ପୂର୍ବରୁ ଶଶୀକଳା ଏବଂ ଜୟଲଳିତାଙ୍କ ଉପରେ ଫିଲ୍ମ ନିର୍ମାଣ ନେଇ ରାମୁ ଘୋଷଣା କରିଥିବା ବେଳେ କେସିଆର ବାୟୋପିକ୍‌ ପରେ ଏହି ଶଶୀକଳା ଚଳଚିତ୍ର ନିର୍ମାଣ ହେବ ବୋଲି ରାମୁ ଘୋଷଣା କରିଛନ୍ତି।