Categories
ଆଜିର ଖବର ମନୋରଂଜନ ସିନେମା

ଚର୍ଚ୍ଚାରେ ରଣବୀର୍‌ଙ୍କ ଗୋଲ୍ଡେନ୍‌ ଆଉଟ୍‌ଫିଟ୍‌ : ଇଣ୍ଡିଆନ୍‌ ଲେଡି ଗାଗା ବୋଲି କହିଲେ ପ୍ରଶଂସକ

ମୁମ୍ବାଇ : ନିଜ ଫ୍ୟାଶନ ତଥା ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ରଣବୀର୍‌ ସିଂଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୈନନ୍ଦୀନ ଜୀବନ ହେଉ ଅଥବା କୌଣସି ରାମ୍ପ୍‌ ଶୋ’ କି ଇଭେଟ କିମ୍ବା ଫିଲ୍ମ ପ୍ରମୋସନ ସବୁ ଜାଗାରେ ତାଙ୍କ ଆଉଟ୍‌ଫିଟ୍‌କୁ  ନେଇ ଚର୍ଚ୍ଚା ଲାଗିରହିଥାଏ । ନିକଟରେ ଏବେ ରଣବୀର୍‌ଙ୍କ ଲୁକ୍‌କୁ ନେଇ ଲୋକଙ୍କ ହୋସ୍‌ ଉଡିଯାଇଛି । ଫିଲ୍ମଫେୟାର୍‌ 2020ରେ ସାମିଲ୍‌ ହେବା ପାଇଁ ଆସାମର ଗୌହ୍ବାଟୀଠାରେ ରଣବୀର ସିଂହ ପହଞ୍ଚିଥିଲେ । ଏଠାରେ ସେ ଷ୍ଟାଇଲିଶ୍‌ ପ୍ରିଣ୍ଟେଟ୍‌ ଆଉଟ୍‌ଫିଟ୍‌ରେ ନଜର ଆସିଥିଲେ । କିନ୍ତୁ ସବୁଠୁ ବେଶି ଚର୍ଚ୍ଚାରେ ରହିଥିଲା ତାଙ୍କର  ଚମକିଲା ଗୋଲ୍ଡେନ୍‌ ସୁଟ୍‌ ।ରଣବୀର ଗୋଲ୍ଡେନ୍‌ ସୁଟ୍‌  ସହିତ ବ୍ଲାକ୍‌ ହାଇ ନେକ୍‌ ଓ କ୍ୟାପ୍‌ ପିନ୍ଧିଥିବାର ନଜର ଆସିଥିଲେ। ରଣବୀର୍‌ ଏଥିରେ ବ୍ଲାକ୍‌ ଚଷମା ଲଗାଇବା ସହିତ ଏକ ଅଲଗା ଅନ୍ଦାଜରେ ନଜର ଆସିଥିଲେ । ରଣବୀର୍‌ଙ୍କ ଏହି ଲୁକ୍‌କୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ସହିତ କମେଣ୍ଟ ଜାରି ରହିଛି । କେହି କେହି ତାଙ୍କୁ ଚାନ୍ଦକୁ ଯିବାର ପ୍ରସ୍ତୁତି ବୋଲି କହିବା ସହିତ କେହି କେହି ତାଙ୍କୁ ଇଣ୍ଡିଆନ୍‌ ଲେଡି ଗାଗା ବୋଲି କହିଛନ୍ତି। ଆଉ କେହି କେହି ତାଙ୍କୁ ଗିପ୍ଟ ପେପର୍‌ରେ ଗୁଡେଇ ହୋଇଥିବାର କହିଛନ୍ତି । ଫିଲ୍ମଫେୟାର 2020ରେ ରଣବୀରଙ୍କ ଅଭିନୀତ ‘ଗଲିବୟ’କୁ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ଅଭିନେତା ସହିତ 10ଟି ଫୁରସ୍କାର ମିଳିଛି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ଚର୍ଚ୍ଚାରେ ରଣବୀର୍‌ଙ୍କ ଫଙ୍କି ଆଉଟ୍‌ଫିଟ୍‌

ମୁମ୍ବାଇ: ଅଭିନେତା ରଣବୀର୍‌ ସିଂ ସବୁବେଳେ ନିଜ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କୁ ଏକ ନୂଆ ଢଙ୍ଗରେ ବିମାନବନ୍ଦରରେ ନୋଟିସ୍‌ କରାଯାଇଛି । ରଣବୀର ସିଂହ ବ୍ଲାକ୍‌ ଏଣ୍ଡ୍‌ ହ୍ବାଇଟ୍‌ର ଫୋଲ୍‌କା ଡଟ୍‌ ସାର୍ଟ ସହିତ ମ୍ୟାଚିଂ କ୍ୟାପ୍‌ ଓ ଫକୀର ପିଙ୍କ୍‌ ଏଣ୍ଡ୍‌ ଗୋଲେଡ୍ନ ହାଇବେଷ୍ଟ  ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ରଣବୀରଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ରଣବୀର୍‌ଙ୍କ ଏହି ଫଙ୍କି ଲୁକ୍‌କୁ ସୋସିଆଲ୍‌ ମିଡିଆରେ ବହୁତ୍‌ ମଜାକ୍‌ କରାଯାଇଛି । ଲୋକମାନେ ତାଙ୍କ ଆଉଟଫିଟ୍‌କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ଦୀପିକାଙ୍କ ଡ୍ରେସ୍‌ ପିନ୍ଧିଛନ୍ତି ବୋଲି କହିବା ସହିତ ଆଉ କେହି କେହି ଦୀପିକାଙ୍କ ସବୁ ଡ୍ରେସ୍‌କୁ କ’ଣ ଆପଣ ପ୍ରଥମେ ଟ୍ରାଏଲ୍‌ କରୁଛନ୍ତି ବୋଲି କହିଛନ୍ତି । ଦୀପିକାଙ୍କୁ ଫୋଲ୍‌କା ଡଟ୍‌ ପ୍ରିଣ୍ଟ୍‌ ବହୁତ ପସନ୍ଦ । ସେ ସର୍ବଦା ଏହିଧରଣର ଡିଜାଇନ୍‌ ପୋଷାକ ପିନ୍ଧିଥା’ନ୍ତି । ରଣବୀର୍‌ ଏବେ ତାଙ୍କର ଆଗାମୀ ଫିଲ୍ମ ଜୟେଶ୍‌ ଭାଇ ଜୋରଦାର୍‌ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହାବ୍ୟତୀତ ସେ କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83’ରେ ନଜର ଆସୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପୂରା ଝକାସ୍‌ ଲୁକ୍‌ରେ ‘ଜୟେସ୍‌ ଭାଇ’

ସମୀକ୍ଷା ବ୍ୟୁରୋ

ମୁମ୍ବାଇ, ୪/୧୨: ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘ଜୟେଶ ଭାଇ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ରଣବୀର୍‌ ସିଂହ ଗୁଜୁରାଟୀ ଟୋକା ଚରିତ୍ରରେ ନଜର ଆସିବେ । ଗୁଜୁରାତୀ ପୁଅ ଚରିତ୍ରରେ ରଣବୀର ସିଂ ବେଶ୍‌ ଆକର୍ଷକ ଲାଗୁଛନ୍ତି ।

ଏହି ପୋଷ୍ଟରରେ ରଣବୀର ସିଂ ପୋଲକା ଡଟସ୍‌ ଥିବା କମଳା ରଙ୍ଗର ଟି ସାର୍ଟ ସାଙ୍ଗକୁ ଫେଡ୍ଡ୍‌ ପ୍ୟାଣ୍ଟରେ ବେଶ୍‌ ସ୍ମାର୍ଟ ଲାଗୁଛନ୍ତି । ଏବଂ ରଣବୀର୍‌ ପଛ ପଟେ ବହୁତ ସାରା ମହିଳା ମୁଣ୍ଡରେ ଓଢଣା ଟାଣି ଛିଡ଼ା ହୋଇଛନ୍ତି । ରଣବୀର୍‌ ସିଂଙ୍କ ଆଗାମୀ ଫିଲ୍ମ ତଥା କବୀର୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ ‘୮୩’ରେ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ଏହି ଫିଲ୍ମଟି ଭାରତୀୟ କ୍ରିକେଟିୟର୍‌ କପିଲ୍‌ ଦେବଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି। ଏଥିରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ନଜର ଆସିବେ । ଚଳିତ ବର୍ଷ ରଣବୀର୍‌ ସିଂଙ୍କ ‘ଗଲି ବୟ’ ବେଶ୍‌ ସଫଳତା ଲାଭ କରିଥିଲା । (ଏଜେନ୍ସି)