Categories
ଆଜିର ଖବର ରାଜ୍ୟ ଖବର

ବାଇକ ଓ ଆଇଚର ମୁହାଁ ମୁହିଁ ଧକା, ଜଣେ ଯୁବକ ମୃତ

ରଣପୁର: ଶୁକ୍ରବାର ସନ୍ଧ୍ୟାରେ ରଣପୁର ତଳ ବାଇପାସରେ ଏକ ଆଇଚର ଓ ବାଇକ ମୁହାଁ ମୁହିଁ ଧକା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇ ପଡ଼ିଥିଲେ।  ସ୍ଥାନୀୟ ଯୁବକମାନେ ବାଇକ ଚାଳକକୁ ଉଦ୍ଧାର କରି ରଣପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ନେବାରେ ଜଣା ପଡିଛି କି ରଣ୍ଡା ଗ୍ରାମରୁ ଝିଅର ବିବାହ ସାମଗ୍ରୀ ନୟାଗଡ଼ ନେଇ ଯାଉଥିବା ଆଇଚର ସହ ବାଇକ ଚାଳକଙ୍କ ମଧ୍ୟରେ ଧକା ହୋଇଥିଲା। ମୃତ ବାଇକ ଚାଳକ ହେଉଛନ୍ତି ରଣପୁର ବ୍ଲକ ବାସୁଦିଆ ଗ୍ରାମର ଗୋପାଳ ପ୍ରଧାନଙ୍କ ସାନ ପୁଅ ମହିମା ପ୍ରଧାନ, ବୟସ ୨୦ ବୋଲି ଜଣା ପଡିଛି।

Categories
ଆଜିର ଖବର

କଂଗ୍ରେସରୁ ଟିକେଟ ପାଇଲେ ମାଓନେତା ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା

କଂଗ୍ରେସ ତରଫରୁ ଏଥର ରଣପୁରର ବିଧାନସଭା କ୍ଷେତ୍ରରୁ ଲଢୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ରେ ଶୁଭଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ‘ଆମ ଓଡ଼ିଶା‘ ପାର୍ଟି ତରଫରୁ ନିର୍ବାଚନ ଲଢିଥିବାବେଳେ ଏଥର କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଥର ରଣପୁରରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ୨୦୧୪ ସାଧାରଣ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୁରୁଣା ଦଳ ଆମ ଓଡ଼ିଶା ପାର୍ଟି ତରଫରୁ ରଣପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।