Categories
ଆଜିର ଖବର

‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଉଠିଲା ଝଡ

ନୂଆଦିଲ୍ଲୀ, ୧୩/୧୨: ଆଜି ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରେପ୍ ଇନ ଇଣ୍ଡିଆ ବୟାନକୁ ନେଇ ଗୃହରେ ହଙ୍ଗାମା ହୋଇଛି। ଲୋକସଭାରେ ମଧ୍ୟ ରାହୁଲ କ୍ଷମା ମାଗନ୍ତୁ ବୋଲି ନାରା ଦିଆଯାଇଥିଲା। କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ୍‌ଙ୍କ ଏହି ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ରାହୁଲ୍‌ ଏପରି କହି ମହିଳାଙ୍କ ଅପମାନ କରିଛନ୍ତି ବୋଲି କହିଛନ୍ତି ସ୍ମୃତି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଡିସେମ୍ଵର ୧୨ରେ ଝାରଖଣ୍ଡରେ ଗୋଡ୍ଡାରେ ଏକ ରାଲିରେ ସମ୍ଵୋଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦି କହିଥିଲେ ଯେ, ଏବେ ଦୁନିଆ ଭାରତକୁ ‘ମେକ ଇନ୍‌ ଇଣ୍ଡିଆ ନୁହେଁ, ବରଂ ରେପ୍‌ ଇନ୍‌ ଇଣ୍ଡିଆ ନାମରେ ଜାଣୁଛି।  ରାହୁଲଙ୍କ ଏହି ବୟାନକୁ ନେଇ ପ୍ରବଳ ବିରୋଧ ହୋଇଛି।  ଅପରପକ୍ଷେର ରାହୁଲ୍‌ ଏଇ ବୟାନ ନେଇ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀକୁ ରେପ୍‌ କ୍ୟାପିଟାଲ୍‌ ବୋଲି କହିଥିଲେ। ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର, ସିଏବି ବିଲ୍‌କୁ ନେଇ  ଆସାମ–ତ୍ରିପୁରାରେ ଚାଲିଥିବା ହିଂସକ ଘଟଣା ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏପରି କରୁଛି ବୋଲି କହିଛନ୍ତି ରାହୁଲ୍‌। (ଏଜେନ୍ସି)

Categories
ଆଜିର ଖବର

୧୦ ଦିନରେ ପହଞ୍ଚିଲା ସ୍ବାତୀ ମାଲିଓ୍ବାଲ୍‌ଙ୍କ ଅନଶନ

ନୂଆଦିଲ୍ଲୀ, ୧୨/୧୨: ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦାବି କରି ଦିଲ୍ଲୀର ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଲ୍‌ ଆମରଣ ଅନଶନ କରିଛନ୍ତି । ସ୍ବାତୀଙ୍କର ଏହି ଅନଶନ ୧୦ ଦିନରେ ପହଞ୍ଚିଛି । ମହିଳାଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ କିଛି ଦାବି ରଖିଛନ୍ତି। ଆଉ ସେହି ଦାବି ପୂରଣ ନ ହେଲେ ସେ ଅନଶନରୁ ଉଠିବେ ନାହିଁ ବୋଲି କହିଛନ୍ତି। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅତିକମ୍‌ରେ ୬ମାସ ମଧ୍ୟରେ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ସରକାର ତାଙ୍କ ଦାବି ମାନି ନେଇ ନାହାନ୍ତି ସେପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି କହିଛନ୍ତି।  ସୂଚନାଯୋଗ୍ୟ, ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସ୍ବାତୀ ମହିଳାଙ୍କ ସୁରକ୍ଷା ଦାବି କରି ଅନଶନରେ ବସିଛନ୍ତି। (ଏଜେନ୍ସି)