Categories
ଆଜିର ଖବର ରାଜ୍ୟ ଖବର

ଖାକିରେ ଲାଗିଲା ଦାଗ : ସିଆଇଏସଏଫ କନେଷ୍ଟବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର: ଖାକିରେ ପୁଣି ଲାଗିଲା ଦାଗ। ସିଆଇଏସଏଫ୍‌ କନେଷ୍ଟବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି।  ଜଗତସିଂହପୁର ଅଭୟଚନ୍ଦପୁର ଥାନା ଅଂଚଳରେ ଜଣେ ସାଢେ ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଡ଼ୋଶୀ ଘର ନାବାଳିକା ଝିଅକୁ ଚକଲେଟ ଦେବା ବାହାନାରେ ସେ ଦୁଷ୍କର୍ମ କରିଥିବା ଅଭୟଚନ୍ଦପୁର ଥାନାରେ ଅଭଯୋଗ ହୋଇଛି। ଅଭିଯୋଗ ଆଧାରରେ ଆଜି ସିଆଇଏସଏଫ ହେଡ଼ କନେଷ୍ଟେବଲ ଏମ. କାଣ୍ଡାସ୍ୱାମୀ ଗିରଫ କରି ପଚରାଉଚରା କରୁଛି ପୋଲିସ। କାଣ୍ଡାସ୍ବାମୀଙ୍କ ଘର ତାମିଲନାଡୁରେ ବୋଲି ଜଣାପଡିଥିବାବେଳେ ସେ ସିଆଇଏସଏଫ୍‌ ବାରାକ୍‌ରେ ରହୁଥିଲେ।  ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ବାପା ମଧ୍ୟ ସିଆଇଏସଏଫରେ କନେଷ୍ଟେବଳ ଅଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଘରେ କେହି ନଥିବାବେଳେ ନାବାଳିକାକୁ ଅସଦାଚରଣ : ଥାନାରେ ଏତଲା

ସମୀକ୍ଷା ବ୍ୟୁରୋ

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଗ୍ରାମର ଜଣେ ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାର ମାତା ଏ ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଘରେ କେହି ନଥିବାବେଳେ ନାବାଳିକା ଝିଅକୁ ଅଭିଯୁକ୍ତ ଜଣକ ଏକୁଟିଆ ଅବସ୍ଥାରେ ଅସଦାଚରଣ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରୁଥିଲା। ଝିଅଟିର ମା’ ଘରେ ପହଞ୍ଚିଯିବାରୁ ଅଭିଯୁକ୍ତଜଣକ ତାଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରି ମାରଧର କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଛି। ମହିଳା ଜଣକ ଅଭିଯୁକ୍ତଙ୍କ ସମ୍ପର୍କରେ ଥାନାରେ ଏତଲା ଦେବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କୁଜଙ୍ଗ ଆଇଓ ପ୍ରମୋଦ କୁମାର ନାୟକ।