Categories
ଆଜିର ଖବର

ଝାଡଖଣ୍ଡ ବଳାତ୍କାର ମାମଲା : ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ଝାଡ଼ଖଣ୍ଡରେ ଏକ ବଳାତ୍କାର ମାମଲାରେ ରାଞ୍ଚିର ସ୍ଥାନୀୟ ଅଦାଲତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି। ଜୋରିମାନା ବାବଦରେ ଆଦାୟ ହେବାକୁ ଥିବା ୨ ଲକ୍ଷ ୯୭ ହଜାର ଟଙ୍କା ପିଡ଼ୀତାଙ୍କୁ ଦିଆଯିବ। ସୂଚନାଯୋଗ୍ୟ ଦୁଇ ବର୍ଷ ପୂର୍ବେ ୨୦୧୭ ସେପ୍ଟେମ୍ବର ୬ ତାରିଖ ଦିନ ଦୁମ୍‍କା ଜିଲ୍ଲାର ଦିଗିଠାରେ ଏକ ନିଛାଟିଆ ଜାଗାରେ ଜଣେ ୧୯ ବର୍ଷର ଯୁବତୀଙ୍କୁ ଅଟକ ରଖାଯାଇ ଗଣ ବଳାତ୍କାର କରାଯାଇଥିଲା। ଏହି ଘଟଣାର ଦୁଇଦିନ ପରେ ୧୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ୍‍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Categories
ଆଜିର ଖବର

ଧର୍ଷଣ ମାମଲାରେ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଆଶାରାମ ବାପୁଙ୍କ ପୁତ୍ର ନାରାୟଣ ସାଇ ଧର୍ଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରତର ଏକ କୋର୍ଟ ନାରାୟଣ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏପ୍ରିଲ୍‌ ୩୦ ତାରିଖରେ ଦଣ୍ଡବିଧାନ ସ୍ଥିର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୀଡିତା ମହିଳା ଜଣଙ୍କ ଅଭିଯୋଗ ଅନୁଯାୟୀ ୨୦୦୨ ରୁ ୨୦୦୫ ମଧ୍ୟରେ ସୁରତ ଆଶ୍ରମରେ ତାଙ୍କୁ ନାରାୟଣ ସାଇ ବଳାତ୍କାର କରିଥିଲେ। ୪୦ ବର୍ଷୀୟ ସାଇଙ୍କୁ ପୋଲିସ୍‌ ସୁରକ୍ଷା ବଳୟରେ କୋର୍ଟରେ ହାଜର କରା ଯାଇଥିଲା। ସାଇଙ୍କୁ ୨୦୧୩ରୁ ଗିରଫ କରିଛି ହରିୟାଣା ପୋଲିସ୍‌। ୨୦୧୩ରେ ହରିୟାଣାର ପିପ୍‌ଲିରୁ ଦୁଇ ଭଉଣୀ ସାଇଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଉକ୍ତ ମାମଲାରେ ଉଭୟ ଆଶାରାମ ବାପୁ ଏବଂ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଥିଲେ।