Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ସୁନାରେ ଝଲସିବେ ମହାପ୍ରଭୃ, ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭିଡ

ପୁରୀ: ଆଜି ହେଉଛି ମହାପ୍ରଭୃଙ୍କର ସୁନାବେଶ। ମହଣ ମହଣ ସୁନାରେ ପ୍ରଭୃ ଆଜି ମଣ୍ଡିତ ହେବେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଅପରାହ୍ନ ପାଞ୍ଚଟା ବେଳେ ମହାପ୍ରଭୃଙ୍କ ସୁନାବେଶ ଆରମ୍ଭ କରାଯିବ। ଭକ୍ତମାନେ ସୁରକ୍ଷିତ ଭାବେ ଦର୍ଶନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।

ସୁନାବେଶ ପରେ ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଅଧର ପଣା ନୀତି। ଏହାପରେ ଶନିବାର ଦିନ ମହାପ୍ରଭୃ ସବୁ ଲୀଳା ଶେଷ କରି ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ୍ ମୋଦି

ପୁରୀ: ବିଶ୍ବାସ ରହିଛି ଆଡପ ମଣ୍ଡପରେ ତିନିଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମ ପାପରୁ ମିଳିଥାଏ ମୁକ୍ତି। ସେଥିପାଇଁ ଜନ୍ମ ବେଦୀରେ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି। ସେହି ପରିପ୍ରେକ୍ଷୀରେ ଆଡପମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଏବଂ ତାଙ୍କ ଭାଇ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ ମୋଦି, ଭାଇ ଅଶୋକ ମୋଦିଙ୍କ ସହ ତାଙ୍କର ବନ୍ଧୁବାନ୍ଧବ ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ସେମାନେ ସାଧାରଣ ଭକ୍ତଙ୍କ ପରି ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ଏହାପରେ ତିନି ରଥକୁ ମୁଣ୍ଡିଆ ମାରିବା ସହିତ ଶ୍ରୀମନ୍ଦିରକୁ ମଧ୍ୟ ଯାଇଥିଲେ। ତାଙ୍କ ସହିତ ଥିଲେ ଓଡିଶାର ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରଥାଋଢ ହେଲେ ତିନିଠାକୁର, ଚାରିଘଣ୍ଟା ପୂର୍ବରୁ ସରିଗଲା ପହଣ୍ଡି ନୀତି

ପୁରୀ: ନିଜ ଘରକୁ ଯିବା ପାଇଁ ତିନିଠାକୁର ଆକୁଳ। ସେଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଚାରି ଘଣ୍ଟା ପୂର୍ବରୁ ଶେଷ ହୋଇଗଲା ପ୍ରଭୃଙ୍କ ପହଣ୍ଡି ନୀତି। ଆଜି ସକାଳୁ ପ୍ରଭୃଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହି ପହଣ୍ଡି ଦିନ 12ଟା ବେଳକୁ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପ୍ରଭୃଙ୍କ ଲୀଳାରେ କେହି କିଛି କରିପାରିବେ ନାହିଁ।

ବର୍ତ୍ତମାନ ତିନିଠାକୁର ତିନି ରଥରେ ବିଜେ କରିସାରିଛନ୍ତି। ଏହାପରେ ଆରମ୍ଭ ହେବ ଛେରା ପହଁରା ନୀତି। ସେଥିପାଇଁ ଗଜପତି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତିନି ରଥରେ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା ଦେବାପରେ ଆରମ୍ଭ ହେବ ରଥଟଣା।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିରକୁ ବାହୁଡିବେ ତିନିଠାକୁର, ଦିନ ୧୨ଟାରେ ପହଣ୍ଡି ବିଜେ

ପୁରୀ: ଆସନ୍ତ।କାଲି ବୁଧବ।ରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ତିନିଠାକୁର। ସେଥିପ।ଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ନଅ ଦିନର ଯାତ୍ରା ଶେଷ କରି ପ୍ରଭୃ ରତ୍ନବେଦୀରେ ଦର୍ଶନ ଦେବେ। ଗୁଣ୍ଡିଚା ମନ୍ଦିରରୁ ତିନି ରଥକୁ ଟାଣିବା ପ।ଇଁ ପୁରୀରେ ଜନସମାଗମ ଆରମ୍ଭ ହୋଇଗଲାଣି।

ମନ୍ଦିର ପ୍ରଶାସନ ନିଷ୍ପତି ଅନୁସାରେ ଆସନ୍ତାକ।ଲି ଦିନ ୧୨ଟାରେ ବେଳେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ବଡଠ।କୁର, ପରେ ମା ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥାଋଢ ହେବେ। ଏହି କାର୍ଯ୍ୟ ୨ଟ। ୩୦ ମଧ୍ୟରେ ସମାପନ କରାଯିବ।

ସେହିପରି ଛେରା ପହଁରା ନୀତି ୨ଟ। ୩୦ରୁ ଆରମ୍ଭ ହୋଇ ୩ ଟ। ୩୦ ମଧ୍ୟରେ ଶେଷ ହେବ। ଅପରାହ୍ନ ୪ଟ। ବେଳକୁ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପୁରୀରେ ଭକ୍ତଙ୍କ ଆକର୍ଷଣ ପାଲଟିଛି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଦର୍ଶନୀ

ପୁରୀ: ପୁରୀଠାରେ ଅନୁଷ୍ଠିତ ପବିତ୍ର ରଥଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳା ପ୍ରାଙ୍ଗଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେଉଛି ।

ଉକ୍ତ ଫଟୋଚିତ୍ର ପ୍ରଦର୍ଶନୀରେ ଚଳିତବର୍ଷର ଚନ୍ଦନଯାତ୍ରା, ରଥ ନିର୍ମାଣ ଓ ସ୍ନାନଯାତ୍ରାର ଫଟୋ ସ୍ଥାନିତ ହେବା ସହିତ ଗତବର୍ଷ ରଥଯାତ୍ରାର ଅନ୍ୟାନ୍ୟ ଫଟୋ ପ୍ରଦର୍ଶିତ ହୋଇଛି। ଏତଦ୍‌ବ୍ୟତୀତ, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣି ଓ ଭୋଗ, ବିଦେଶୀ ଓ ଭାରତୀୟ ମୁଦ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ବିରଳ ଫଟୋଚିଚ୍ର, ବିଭିନ୍ନ ସମୟରେ ଶ୍ରୀମନ୍ଦିରର ରୁପରେଖ ସମ୍ପର୍କିତ ଦୁର୍ଲ୍ଲଭ ଫଟୋଚିତ୍ର ଏବଂ ଚଳିତ ବର୍ଷର ନେତ୍ରୋତ୍ସବରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସଂକ୍ଷିପ୍ତ ନୀତିନିର୍ଘଣ୍ଟ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏଥି ସହିତ, ରାଜ୍ୟସରକାରଙ୍କ ଲୋକାଦୃତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଐତିହ୍ୟସ୍ଥଳୀ ଓ ପୁରାତନ ମନ୍ଦିରଗୁଡିକର ରୁପାନ୍ତରଣ, ଭାରତର କ୍ରୀଡ଼ା ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କ ଅବଦାନ, ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ଗମନାଗମନ, ମହିଳା ସଶକ୍ତିକରଣ, ଜନଜାତି ଉନ୍ନୟନ, ବିଶୁଦ୍ଧ ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢୀକରଣ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ ଦକ୍ଷତା ବିକାଶ ଓ ବଜାରସୁବିଧା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ, ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପାଇଁ ସାମାଜିକ ସୁରକ୍ଷା ଆଦି ସମେତ ମୋ ଘର, ମଧୁବାବୁ ପେନସନ ବିତରଣ ଦିଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ ବିଏସ୍‌କେୱାଇ ସମ୍ପର୍କିତ ବିସ୍ତୃତ ତଥ୍ୟ ସମ୍ବଳିତ ବୋର୍ଡ଼ ଗୁଡିକୁ ଦର୍ଶକମାନେ ବହୁଳଭାବେ ପସନ୍ଦ କରୁଛନ୍ତି।

ଗତ ୧୯ ତାରିଖରେ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ପ୍ରଦର୍ଶନୀ ମଣ୍ଡପକୁ ପ୍ରତ୍ୟହ ୧୫ ହଜାରରୁ ଅଧିକ ଦର୍ଶକ ଆସି ଗୋଟିଏ ସ୍ଥାନରେ ଉଭୟ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଆହରଣ କରିବା ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଏଥର ୨୫୦ ଟି ନଡିଆ ସ୍ଥାପନା କରି ସୁଦର୍ଶନ ନିର୍ମାଣ କଲେ ରଥଯାତ୍ରା ବାଲୁକା କଳା

ପୁରୀ: ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନେ ସେମାନଙ୍କ ଢଙ୍ଗରେ ପ୍ରଭୃଙ୍କୁ ସୁମରଣା କରିଥାନ୍ତି। କିଏ ଦୂରରୁ ଚାଲିଚାଲି ପୁରୀ ଆସିଥାଏ ତ କିଏ ବଡଦାଣ୍ଡରେ ନାଚନାଚି ଭକ୍ତି ପ୍ରଦର୍ଶନ କରିଥାଏ। ଠିକ୍ ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ କଳା କୌଶଳରେ ପ୍ରଭୃଙ୍କୁ କରିଛନ୍ତି ଭକ୍ତି।

ପ୍ରତିବର୍ଷ ରଥଯାତ୍ରା ବେଳେ ନିଜର ଭିନ୍ନ ବାଲୁକା କଳା କରି ପ୍ରଶଂସିତ ହୋଇଥାନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କେତେବେଳେ ସେ ଶହଶହ ବାଲିର ରଥ ନିର୍ମାଣ କରିଥାନ୍ତି ତ କେତେବେଳେ ଦାସିଆ ବାଉରୀ ବାଲୁକାକଳା କରି ରେକର୍ଡ କରିଥାନ୍ତି। ସେହିପରି ଚଳିତ ବର୍ଷ ସୁଦର୍ଶନ ବାଲୁକା କଳାରେ ମିଶ୍ରଣ କରିଛନ୍ତି ନଡିଆ।

ସୁଦର୍ଶନ ତାଙ୍କର ବାଲୁକା କଳାରେ ତିନୋଟି ବଡ ବାଲିର ନଡିଆ ନିର୍ମାଣ କରିଛନ୍ତି। ସେହି ଭିତରେ ସେ ତିନିଠାକୁରଙ୍କୁ ସ୍ଥାପନା କରିଛନ୍ତି। ତାଙ୍କର ମୁଣ୍ଡ ଉପରେ ତିନୋଟି ରଥ ମଧ୍ୟ ସେ ନିର୍ମାଣ କରିଛନ୍ତି। ତା ମଧ୍ୟ ଭାଗରେ ସୁଦର୍ଶନ ୨୫୦ଟି ନଡିଆ ସ୍ଥାପନ କରିଛନ୍ତି। ଯାହା ଦ୍ବାରା ବାଲୁକା କଳାର ଆକର୍ଷଣ ବେଶ ବୃଦ୍ଧି ପାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ରଥରେ ପ୍ରଭୃଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରଥ ଦଉଡିକୁ କଲେ ସ୍ପର୍ଶ

ପୁରୀ: ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷଲକ୍ଷ ଭକ୍ତଙ୍କର ଶ୍ରୀକ୍ଷେତ୍ର ପୁରୀ ସମାଗମ ହୋଇଥିଲା। ପ୍ରଭୃଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀକୁ ଛୁଟି ଆସିଥିଲେଷ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦୂରରେ ରହି ଜଗନ୍ନାଥ ଦର୍ଶନ କରିଥିଲେ। ସେହିପରେ ସେ ନନ୍ଦିଘୋଷ ରଥର ଦଉଡି ସ୍ପର୍ଶ କରିବା ସହିତ ସେଠାରେ ମୁଣ୍ଡିଆ ମାରିଥିଲେ। ସାଥୀରେ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେଠାରେ ମୁଖ୍ୟମନ୍ତ୍ରୀ ଓଡିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଂଗର ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଭକ୍ତଙ୍କ ଗହଣରେ ଘରଘର ନାଦରେ ଗଡିଚାଲିଛି ରଥ, ନିର୍ଦ୍ଧାରିତ ସମୟରେ ହେଲା ଛେରା ପହଁରା

ପୁରୀ: ବଡଦାଣ୍ଡରେ ଜନ ସମୁଦ୍ର ଭିତରେ ଘରଘର ନାଦରେ ଗଡିଚାଲିଛି ରଥ। ଆଗରେ ବଡଭାଇ ବଳଭଦ୍ର, ତାପରେ ଭଉଣୀ ଶୁଭଦ୍ରା ରଥ ଗୁଣ୍ଡିଚା ମନ୍ଦିର ଆଡକୁ ଗଡିଚାଲିଛି। ଆଉ କିଛି ସମୟ ପରେ ନନ୍ଦିଘୋଷ ରଥ ଟଣାଯିବ।

ଆଜି ନିର୍ଦ୍ଧାରିତ ସମୟରେ ତିନି ରଥର ଛେରା ପହଁରା କାର୍ଯ୍ୟ କରାଯାଇଥିଲା। ଗଜପତି ଦିବ୍ୟସିଂହ ଦେବ ଏହି ଛେରା ପହଁରା କରିଥିଲେ। ତାହା ସଂପର୍ଣ୍ଣ ହେବା ପରେ ଚାରମାଳ ଫିଟାଯାଇ ରଥ ଦଉଡି ସଂଯୋଗ କରାଯାଇଥିଲା। ଏହାପରେ ବଡଭାଇଙ୍କ ରଥକୁ ଭକ୍ତମାନେ ଟାଣିବା ଆରମ୍ଭ କରିଥିଲେ।

Categories
ଆଜିର ଖବର

ଜୁନ୍‌ 22 ସୁଦ୍ଧା ରଥ କାମ ଶେଷ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆସନ୍ତା ଜୁନ୍‌ 22 ସୁଦ୍ଧା ରଥ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ରଥ ନିର୍ମାଣ ତ୍ବାରାନ୍ବିତ ଗତିରେ ଚାଲିଥିବା ନେଇ ଏଜିଙ୍କ ରିପୋର୍ଟ ପରେ ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ କାରଣରୁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିବା ବେଳେ ଗୃହ ବିଭାଗର ଅନୁମତି ପରଠାରୁ ସାମାଜିକ ଦୂରତ୍ବ ସହିତ ରଥ କାମ ଆରମ୍ଭ କରାଯାଇଛି ।