Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ଯୋଗ୍ୟ ରାସନ କାର୍ଡଧାରୀଙ୍କୁ ମିଳିଲା ହଜାର ଟଙ୍କା ଲେଖାଏଁ ମୋଟ ୧୫୯ କୋଟି ଟଙ୍କା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଯୋଗ୍ୟ ରାସନ୍ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ। ସେହି ଅନୁସାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେଏହି ରାଶି ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ସୁଦ୍ଧା ୧୫ ଲକ୍ଷ ୯୨ ହଜାର ୩୧୨ ଜଣ କାର୍ଡଧାରୀ ପରିବାରଙ୍କୁ ୧୦୦୦ ଟଙ୍କାର ଲେଖାଏଁ ପ୍ରଦାନ କରାଯାଇଛି। ଏଥିରେ ମୋଟ ୧୫୯ କୋଟି ୨୩ ଲକ୍ଷ ୧୨ହଜାର କୋଟି ଟଙ୍କା ବ୍ୟୟ ହୋଇଛି।

ଆଜି ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୭୮ ପ୍ରତିଶତ ରାସନ୍ କାର୍ଡଧାରୀ ପରିବାରଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୪୪.୫ ପ୍ରତିଶତ କାର୍ଡଧାରୀଙ୍କୁ ଏହି ରାଶି ପ୍ରଦାନ କରାଯାଇଛି।