Categories
ବିଶେଷ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ସେଲର ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲ୍ ହେଲା କୋଭିଡ୍ କେୟାର ହସ୍ପିଟାଲ୍

ନୂଆଦିଲ୍ଲୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ରାଉରକେଲା ସ୍ଥିତ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ରୂପେ ଉପଯୋଗ ନିମନ୍ତେ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭରତ ସରକାରଙ୍କ ଇସ୍ପାତ ଏବଂ ପିଏନଜି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ସ୍ଥିତ ସେଲ ସୁପର ସ୍ପେଶାଲିଟି ହସ୍ପିଟାଲକୁ କୋଭିଡ୍ କେୟାର ହସ୍ପିଟାଲ୍ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ବିରୁଦ୍ଧରେ ଦେଶର ସଂଗ୍ରାମରେ ସେଲ ସହଭାଗିତା କରିବା ସହ ଯତପରୋନାସ୍ତି ଯୋଗଦାନ ଦେଉଛି ।

କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ସୁପର ସ୍ପେଶାଲିଟି ହସ୍ପିଟାଲର ଆଇସିୟୁ ସୁବିଧା ବ୍ୟବହାର ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ମଧ୍ୟ ଅନୁରୋଧ କରିଥିଲେ। ସେଲ ଆରଏସପିର ସୁପର ସ୍ପେଶାଲିଟି ହସ୍ପିଟାଲରେ ଉପଲବ୍ଧ ୬୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସୁବିଧା କୋଭିଡ-୧୯ ଚିକିତ୍ସା ସେବା ପାଇଁ ବ୍ୟବହୃତ ହେବ । ଏହି ଡାକ୍ତରଖାନା ରାଜ୍ୟରେ କୋଭିଡ ରୋଗୀଙ୍କ ଚିକିତ୍ସା ସୁବିଧାକୁ ଅଧିକ ସୁଦୃଢ କରିବ ।

ଗତ ବର୍ଷ କୋଭିଡ ମହାମାରୀର ପ୍ରକୋପ ଆରମ୍ଭ ହେବାଠାରୁ ସେଲ କାନ୍ଧରେ କାନ୍ଧ ମିଳାଇ ଏହାର ମୁକାବିଲା କରିଆସୁଛି । କମ୍ପାନୀ ପିଏମ କେୟାର୍ସ ପାଣ୍ଠିରେ ୩୦ କୋଟି ଟଙ୍କା ଯୋଗଦାନ କରିବା ସହିତ କର୍ମଚାରୀମାନେ ମଧ୍ୟ ଏହି ପାଣ୍ଠିକୁ ଗୋଟିଏ ଦିନର ଦରମା ପ୍ରଦାନ କରିଥିଲେ । ସେଲ ଦ୍ୱାରା ଗ୍ରହଣ କରାଯାଇଥିବା ବିବିଧ ପ୍ରୟାସ ମାଧ୍ୟମରେ କରୋନା ବିରୁଦ୍ଧରେ ଲଢେଇକୁ ଅଧିକ ବ୍ୟାପକ କରିବା ସହିତ ଏହାର ବିଭିନ୍ନ ପ୍ଲାଣ୍ଟ ଏବଂ ୟୁନିଟ୍ ଗୁଡିକ ସ୍ଥାନୀୟ ପ୍ରଶାସନ ସହିତ ସହଭାଗିତା କରିଆସୁଛନ୍ତି ।

ଏହି କ୍ରମରେ କମ୍ପାନୀର ହସ୍ପିଟାଲଗୁଡିକରେ ସ୍ଵାସ୍ଥ୍ୟସେବା ସୁବିଧାଗୁଡିକୁ ଅଧିକ ବିସ୍ତୃତ କରାଯାଇଥିଲା । ସେଲ ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଏକ କୋଭିଡ-୧୯ ପରୀକ୍ଷା କେନ୍ଦ୍ର ସ୍ଥାପନା କରାଯାଇଥିଲା ଯାହା ନିରନ୍ତର କାର‌୍ୟ୍ୟ କରୁଛି ଏବଂ ମହାମାରୀ ବିରୋଧରେ ଓଡିଶାର ସଂଗ୍ରାମରେ ସହଯୋଗ କରୁଛି । ଅନ୍ନଦାନ ଯୋଜନା ଅଧୀନରେ ସେଲ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ ଶୁଖିଲା ରାସନ ଏବଂ ଖାଦ୍ୟ ବଣ୍ଟନ କରିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହେଲା ରାଉରକେଲା ଇସ୍ପାତ କାରଖାନାର ଅତ୍ୟାଧୁନିକ ହସ୍‌ପିଟାଲ

ରାଉରକେଲା, ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଂଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅତ୍ୟାଧୁନିକ ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

ଏହି ଅଂଚଳ ଆଜି ପର୍ଯ୍ୟନ୍ତ ଏକ ଅତ୍ୟାଧୁନିକ ହସ୍‌ପିଟାଲ ସୁବିଧାରୁ ବଂଚିତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ୬ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ଏକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ରୂପରେ ବିକଶିତ କରିବା ନିମନ୍ତେ ଆଧାର ଶିଳା ରଖିଥିଲେ ଏବଂ ଆଜି ଏହା ସ୍ଥାନୀୟ ଲୋକଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯାଇଛି । ଏହି ହସ୍‌ପିଟାଲ କେବଳ ଓଡିଶା ନୁହେଁ, ବରଂ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡର ଲୋକମାନଙ୍କ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟସେବା ସମୁଦାୟର ନିସ୍ୱାର୍ଥପର ସେବା ଏବଂ ମାନବତା ପ୍ରତି କର୍ତବ୍ୟନିଷ୍ଠା ନିମନ୍ତେ ରାଷ୍ଟ୍ର ସେମାନଙ୍କ ନିକଟରେ ଚିରଋଣୀ ରହିବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ଉଦ୍ୟମ ନିମନ୍ତେ ମଧ୍ୟ ପ୍ରଶଂସା କରିଛନ୍ତି । ସେମାନଙ୍କର ଏହି ନିରନ୍ତର ପ୍ରୟାସ ଯୋଗୁଁ ହିଁ ଭାରତରେ ଇତିହାସର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଟିକା ନିର୍ମାଣ କ୍ଷେତ୍ରରେ ଭାରତ ଯେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ଆମେ ଅନ୍ୟାନ୍ୟ ଦେଶକୁ ମାଗଣାରେ କିମ୍ବା ଅତି କମ୍ ମୂଲ୍ୟରେ ମଧ୍ୟ ପ୍ରତିଷେଧକ ପ୍ରଦାନ କରୁଛୁ ।

ରାଷ୍ଟ୍ରପତି କହିଛନ୍ତି, କୋଭିଡ-୧୯ ମହାମାରୀ ଆମକୁ ଅନେକ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ରାଷ୍ଟ୍ର ଭାବରେ ଆମକୁ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ଜାରି ରଖିବା ସହିତ ଏହାକୁ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍ଧ କରାଇବାକୁ ପଡିବ । ନିକଟ ଅତୀତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜିନିବେଶ କରିଛୁ ଏବଂ ଏହା ପଛରେ ଆମର ଯେଉଁ ଲକ୍ଷ୍ୟ ରହିଛି ତାହା ହେଉଛି ଦୁର୍ଗମ ଅଂଚଳ ତଥା ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକମାନଙ୍କ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସମ୍ପ୍ରସାରଣ ।

ଜନସାଧାରଣଙ୍କ ପାଇଁ ମାଧ୍ୟମିକ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉପଲବ୍ଧତାରେ ଉନ୍ନତି ମଧ୍ୟ ସମାନୁଭାବରେ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହିସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଆଯାଇ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଛନ୍ତି ।