Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଥିବା ବିରୋଧୀଙ୍କୁ ଆକ୍ରମଣ: ଅଶଫାକ ସୈଫି କହିଲେ ଏମାନେ ରାବଣଙ୍କ ବଂଶଜ

ନୂଆଦିଲ୍ଲୀ: କଂଗ୍ରେସ ଆଉ ସମାଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ତଥା ବିଜେପି ନେତା ଅଶଫାକ ସୈଫି ଆକ୍ରମଣ କରିଛନ୍ତି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେମାନଙ୍କୁ ରାବଣର ବଂଶଜ ବୋଲି କହିଛନ୍ତି। ରାମ ମନ୍ଦିର ଉଦ୍ଘାଟନ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସେ କଂଗ୍ରେସ ଏବଂ ଏସପିଙ୍କୁ କଡା ଆକ୍ରମଣ କରିଛନ୍ତି। ଆଜି ସେ କହିଛନ୍ତି ଯେ, ଭଗବାନ ଶ୍ରୀ ରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ବିରୋଧ କରୁଥିବା ଏହି ଲୋକମାନେ ରାବଣର ବଂଶଧର। ମୁଁ ବିଶ୍ୱାସ କରେ ଯେ, ଭଗବାନ ଶ୍ରୀ ରାମ କୌଣସି ସମ୍ପ୍ରଦାୟର ନୁହଁନ୍ତି, କୌଣସି ଧର୍ମର ନୁହେଁ, ବରଂ ସମଗ୍ର ଦେଶର, ସମସ୍ତେ ସେହି ଦିନ ଉତ୍ସବ ପାଳନ କରିବା ଉଚିତ୍।

ସେ କହିଛନ୍ତି ଯେ, ସଂଖ୍ୟାଲଘୁ ଲୋକ ମଧ୍ୟ ନିଜ ଘରେ ଦୀପ ଜାଳି ଦୀପାବଳି ପାଳନ କରିବେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ପ୍ରକାରେ ଭେଦଭାବ କରୁନାହାଁନ୍ତି ଏବଂ ସେ ଦେଶର ୧୪୦ କୋଟି ଲୋକଙ୍କୁ ଦୀପ ଜାଳିବାକୁ ନିବେଦନ କରିଛନ୍ତି, ସେତେବେଳେ ସମସ୍ତେ ତାଙ୍କ ଅନୁରୋଧକୁ ଗ୍ରହଣ କରିବା ଉଚିତ୍। ସେ କହିଛନ୍ତି ଯେ, ଆମେ ପୁରୁଣା ଜିନିଷ ଭୁଲି ୨୨ ଜାନୁଆରୀରୁ ଏକ ନୂତନ ଖୁସି ଆରମ୍ଭ କରିବା ଉଚିତ୍। ଜଣେ ମୁସଲମାନ ରହିବା ପାଇଁ ଭାରତ ହେଉଛି ବିଶ୍ୱର ସର୍ବୋତ୍ତମ ସ୍ଥାନ କାରଣ ଭଗବାନ ରାମ ଏବଂ ଖ୍ୱାଜା ଗରିବ ନୱାଜ ମଧ୍ୟ ଏଠାରେ ରୁହନ୍ତି।

ସାଧୁଙ୍କ ଉପରେ ଆକ୍ରମଣକୁ ନେଇ ମମତା ସରକାରକୁ ଆକ୍ରମଣ:

ଅଶଫାକ ସୈଫି କହିଛନ୍ତି ଯେ, ଯେପରି ଗୋଟିଏ ପୁଷ୍ପଗୁଚ୍ଛରେ ବିଭିନ୍ନ ପ୍ରକାରର ଫୁଲ ଅଛି, ସେହିଭଳି ଭାରତରେ ବିଭିନ୍ନ ଧର୍ମର ଲୋକମାନେ ଗଙ୍ଗା-ଜମୁନି ସଂସ୍କୃତି ସହିତ ଏକାଠି ରୁହନ୍ତି। ପଶ୍ଚିମବଙ୍ଗରେ ସାଧୁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ଶାସନ ସମୟରେ ଏହି ଘଟଣା ଘଟିଛି ଯାହା ଅତ୍ୟନ୍ତ ଦୁଃଖଖଦାୟକ। ମମତା ପରି ଲୋକମାନେ ଚାହୁଁ ନାହାଁନ୍ତି ଯେ ଭାଇଚାରା ଏହି ଦେଶରେ ରହୁ। ଯଦି ତାଙ୍କ ଭିତରେ ନୈତିକତା ବଞ୍ଚିରହିଛି, ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଦେଶକୁ କ୍ଷମା ମାଗିବା ଉଚିତ୍।

Categories
ଆଜିର ଖବର ଧର୍ମ

ମହା ଜ୍ଞାନୀ ରାବଣ!

ଭୁବନେଶ୍ବର: ଦିନ ଯାକର ସବୁ କାମ ଧନ୍ଦା ସାରି କ୍ଲାନ୍ତ ଶରୀରଟା ବିଛଣା ଉପରେ ଲେଉଟାଇ ଦେଲା ବେଳେ ସୁଖ ଦୁଃଖ ଭରା ସଂସାରର କିଛି କଥୋପକଥନ ସ୍ବାମୀ ସ୍ତ୍ରୀ ହୋଇଥାନ୍ତି। ପ୍ରାୟତଃ ସ୍ତ୍ରୀ ହିଁ ସ୍ବାମୀର ଭଲ ମନ୍ଦ କଥା ବୁଝେ। ଭୁଲ ଠିକ୍ ର ବାଖ୍ୟା କରେ। କଣ କରିବ ନକରିବ,ତାର ଉପଦେଶ ଦିଏ। ଶେଷରେ ଈଶ୍ବରଙ୍କ ନିକଟରେ ସ୍ବାମୀର ସର୍ବକୁଶଳ କାମନା କରି ନିଦ୍ରା ଯାଏ।

ସେଦିନ ସ୍ବାମୀ ବିଂଶ ବାହୁ ରାବଣର ପାଦ ସଂଚାଳନ କରୁ କରୁ ସ୍ତ୍ରୀ ମନ୍ଦଦୋରୀ କହିଲା,ସ୍ବାମୀ ! ଜଗତମାତା ସୀତାଙ୍କୁ ଅପହରଣ କରି ଆପଣ କଣ ଠିକ୍ କରିଛନ୍ତି ? କାହିଁକି ଏମିତି ଭୁଲ କଲେ । ଧୀରେ ଧୀରେ ସମସ୍ତେ ତ ମଲେଣି । ଏ ବଂଶ ଲୋପ ପାଇବାକୁ ବସିଲାଣି । ଆପଣ କଣ ଜାଣି ପାରିଲେ ନାହିଁ ଯେ ରାମ କିଏ ? ଯିଏ ପରମବ୍ରହ୍ମ,ଯିଏ ଜଗତ ପିତା ଆପଣ ତାଙ୍କ ସ୍ତ୍ରୀକୁ ଅପହରଣ କରି କଣ ଠିକ୍ କଲେ ?

ରାବଣ ସ୍ମିତ ହସିଲେ। କହିଲେ, ମନ୍ଦଦୋରୀ ! ରାମ କିଏ , ସେ କଥା ମୋ ଠାରୁ ଭଲ ସଂସାରରେ କିଏ ଜାଣିଛି ? ଜୟ ବିଜୟ ଦୁଇ ଭାଇ ଦ୍ବାରପାଳ କାମ କରୁଥିଲୁ ବିଷ୍ଣୁଙ୍କ ପାଖରେ। ଆମର ଭୁଲ ପାଇଁ ଅଭିଶାପ ପାଇ ଆମେ ଦୁଇ ଜଣ ଏବେ ରାବଣ ଏବଂ କୁମ୍ଭକର୍ଣ୍ଣ ହୋଇ ଜନ୍ମ ନେଇଛୁ। ଅନେକ ପ୍ରାର୍ଥନା ପରେ ପ୍ରଭୁ ଆସିଛନ୍ତି ଆମକୁ ଉଧାର କରିବେ ଏ ରାକ୍ଷସ ଯୋନୀରୁ।

ମୁଁ ମହାନ ଋଷି ବିଶ୍ରାବାଙ୍କ ପୁଅ। ମୁଁ ଚାରି ବେଦ ଦଶ ମୁଖରେ ଉଚ୍ଚାରଣ କରିପାରେ। ମୁଁ ଯେତେବେଳେ ଜାଣିଲି ପ୍ରଭୁ ଆସୁଛନ୍ତି ମୋତେ ମାରି ଉଧାର କରିବା ପାଇଁ ମୁଁ ନିଜେ ଗଲି ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ । ମନ୍ଦଦୋରୀ ! ମୁଁ ରାବଣ। ମୋ ନାମର ପ୍ରଥମ ଅକ୍ଷର “ରା” । ତୁମେ ମନ୍ଦଦୋରୀ। ତୁମ ନାମର ପ୍ରଥମ ଅକ୍ଷର “ମ” । ଦୁଇଟା ଯାକ ମିଶିଗଲେ ପ୍ରଭୁଙ୍କ ନାମ ହବ “ରାମ”।

ମୁଁ ଭକ୍ତ ସେ ଭଗବାନ। ମୁଁ ପୁଅ ସେ ବାପା। ମୁଁ ଜୀବ ସେ ପରମ। ମୁଁ ପ୍ରକୃତି ସେ ପୁରୁଷ। ଯେତେବେଳେ ମାଆ ସୀତାଙ୍କୁ ଆଣିବାକୁ ଯାଇ ତାଙ୍କ ବାମ ହାତ ଧରି ପକେଇଲି, ମୁଁ ଜାଣି ପାରିଲି ସୀତା ଠାକୁରାଣୀ ମାଆ ହବାକୁ ଅକ୍ଷମ । (ଡାକ୍ତର/ ବୈଦ୍ୟମାନେ ନାରୀମାନଙ୍କର ବାମ ହାତର ନାଡିକୁ ପରୀକ୍ଷା କରନ୍ତି , ଆପଣ ଲକ୍ଷ୍ୟ କରନ୍ତୁ ) ସେତେବେଳେ ମୁଁ ତାଙ୍କୁ ଆଣି ଅଶୋକ ବନରେ ରଖିଲି। କାରଣ – ଅଶୋକ ଗଛର ଏକ ଔଷଧୀୟ ଗୁଣ ହେଲା ନାରୀର ବନ୍ଧ୍ୟା ଦୋଷ ଦୁର କରିବ। (ଆଜି ବି ସ୍ତ୍ରୀ ରୋଗ ବିଶେଷଜ୍ଞମାନେ,ସ୍ତ୍ରୀ ଲୋକମାନଙ୍କୁ ଅଶୋକାରିଷ୍ଟ ଖାଇବାକୁ କୁହନ୍ତି)

ଦ୍ବିତୀୟ କାରଣ – ଅଶୋକ ଶବ୍ଦକୁ ଅନୟ କଲେ,ନ ଶୋକ = ଅଶୋକ । ଯେଉଁଠି ଶୋକ ନାହିଁ । ମାଆ ମୋର ଦୁଃଖ ନ ପାଉ ।

ତୃତୀୟ କାରଣ- କାରଣ ପ୍ରଭୁ ରାମ ଶପଥ ନେଇ ଥିଲେ ବନବାସ କରିବେ। ଯଦି ମୁଁ ସୀତାଙ୍କୁ ଉଆସରେ ରଖିଥାନ୍ତି , ଭୁଲ ହୋଇନଥାନ୍ତା ? ସେଥିପାଇଁ ଅଶୋକବନରେ ରଖିଛି।
ଏତେ କଥା ଶୁଣି ମନ୍ଦଦୋରୀ କହିଲେ, ତୁମେ ତ ସୀତାଙ୍କୁ ନେଇ ସେତୁ ବନ୍ଧ ପ୍ରତିଷ୍ଠା କରିବାକୁ ଯାଇଥିଲ। ସେଠି ଯୁଦ୍ଧ କରିଥାନ୍ତ। ନିଜେ ମରି ମୁକ୍ତି ପାଇଥାନ୍ତ। ପ୍ରଭୁ ରାମ,ମାଆ ସୀତାଙ୍କୁ ନେଇ ଯାଇଥାନ୍ତେ। ତାଙ୍କୁ ଲଙ୍କାକୁ ଆସିବାକୁ କାହିଁକି ସୁଯୋଗ ଦେଲ ?
ମୁଁ ରାକ୍ଷସମାନଙ୍କର ରାଜା। ରାଜାର କର୍ତ୍ତବ୍ୟ ପ୍ରଜାମାନଙ୍କର ମଙ୍ଗଳ କରିବା । ମୁଁ ତ ପ୍ରଭୁଙ୍କ ହାତରେ ମରି ଏ ରାକ୍ଷସ ଯୋନୀରୁ ମୁକ୍ତି ପାଇବି ମାତ୍ର ମୋ ପ୍ରଜାମାନେ କେମିତି ମୁକ୍ତି ପାଇବେ ? ମୋ ପାଖେ ମାଆ ଅଛି ମାନେ ବାପା ଆସିବେ। ପ୍ରଭୁଙ୍କର ଅପୁର୍ବ ଯୋଡି ଦେଖି ଏ ରାକ୍ଷସମାନେ ବି ମୁକ୍ତି ପାଇବେ।

ମନ୍ଦଦୋରୀ ଆଖିରେ ଲୁହ। ପଚାରିଲା ସ୍ବାମୀ ! ସବୁ ତ ତୁମେ ପାଇଲ , ମୁଁ କଣ ପାଇଲି ..? ରାବଣ ଉତ୍ତର ଦେଲା – ତୁମେ ରାକ୍ଷସର ସ୍ତ୍ରୀ ହୋଇବି ସତୀ ହୋଇ ରହିବ । ଆଉ ଭଲ ସ୍ତ୍ରୀର ଉଦାହରଣ ପାଇଁ ବିବାହ ଭଳି ଶୁଭ କାର୍ଯ୍ୟରେ ବ୍ରାହ୍ମଣ ଗୋସେଇଁ ମନ୍ତ୍ର ଉଚ୍ଚାରଣ କରିବେ, ଯଥା ରାମସ୍ୟ ସୀତା , ଯଥା ରାବଣସ୍ୟ ମନ୍ଦଦୋରୀ।