Categories
ଆଜିର ଖବର ଜାତୀୟ ଖବର

ଚୀନ୍‌ ସୀମା ବିବାଦ : ରାହୁଲ ଗାନ୍ଧୀଙ୍କୁ ରବି ଶଙ୍କର ପ୍ରସାଦଙ୍କ ସମାଲୋଚନା

ନୂଆଦିଲ୍ଲୀ : ଲଦାଖ ସୀମାରେ ଲାଗି ରହିଥିବା ସୀମା ବିବାଦକୁ ନେଇ ରାହୁଲ ଗାନ୍ଧୀଙ୍କ ଟ୍ବିଟକୁ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସମାଲୋଚନା କରିଛନ୍ତି । ସୀମା ବିବାଦକୁ ନେଇ ରାହୁଲଙ୍କ ଟ୍ବିଟ୍କୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କମର ପ୍ରସାଦ ବୁଧବାର ସମାଲୋଚନା କରିଛନ୍ତି । ରାହୁଲଙ୍କ ଟ୍ବିଟ୍‌କୁ ପିଲାଳିଆମୀ ବୋଲି କହିବା ସହିତ ସମାଲୋଚନା କରିଥିଲେ ରବିଶଙ୍କର ପ୍ରସାଦ । ଅର୍ଥନୀତି ଏବଂ ସୀମା ବିବାଦ ଉପରେ ରାହୁଲଙ୍କ ଜ୍ଞାନକୁ ନେଇ ବିତର୍କର ଆବଶ୍ୟକତା ରହିଛି ବୋଲି ପ୍ରସାଦ ମତ ଦେଇଥିଲେ । ଯଦି ରାହୁଲଙ୍କ ନିକଟର ସାମାନ୍ୟତମ ଜ୍ଞାନ ଥାନ୍ତା ତେବେ ସେ ଚୀନ୍‌କୁ ନେଇ ଯୁକ୍ତି କରି ନଥାନ୍ତେ ବୋଲି ପ୍ରସାଦ ଯୁକ୍ତି କରିଛନ୍ତି । ଏହା ପୂର୍ବରୁ ଅବସର ପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ୍‌ ଆର ଏନ୍‌ ସିଂ ମଧ୍ୟ ରାହୁଲଙ୍କୁ ସମାଲୋଚନା କରିଥିଲେ । (ଏଜେନ୍ସି)