Categories
ଆଜିର ଖବର

ଫିଲ୍ମ ଫ୍ରାଇଡେ’ରେ ଜନ ଆବ୍ରାହମ୍‌ଙ୍କ ଫିଲ୍ମ ‘ର’

୨୦୧୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପରମାଣୁ’ ଏବଂ ’ସତ୍ୟମେବ ଜୟତେ”ର ବହୁଳ ସଫଳତା ପରେ ଅଭିନେତା ଜନ୍‌ ଆବ୍ରାହମ୍‌ ପୁଣି ଥରେ ପରଦାରେ ସ୍ପାଏ ଥ୍ରୀଲର୍‌କୁ ନେଇ କମ୍‌ବ୍ୟାକ୍‌ କରିଛନ୍ତି। ଜନ୍‌ଙ୍କ ଫିଲ୍ମ “ରୋମିଓ ଆକ୍‌ବର୍‌ ୱଲଟର୍‌” ର’(RAW) ରିଲିଜ୍‌ ହୋଇଯାଇଛି। ରବି ଗ୍ରେୱାଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୌନି ରଏ, ଜ୍ୟାକି ସ୍ରଫ୍‌ ଏବଂ ସିକନ୍ଦର ଖେର୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଦେଶଭକ୍ତି ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲପାଇବା ମିଳିଛି। ଜଣେ ଭାରତୀୟ ଜାସୁସ୍‌ଙ୍କ କାହାଣୀ ଉପରେ ଆଧାରିତ। ୧୯୭୧ ମସିହାରେ ହୋଇଥିବା ପାକିସ୍ଥାନ ଯୁଦ୍ଧ ପୂର୍ବର କାହାଣୀ ଉପରେ ଫିଲ୍ମର କାହାଣୀ ଗତିଶୀଳ। ଏହି ଫିଲ୍ମ ଲାଗି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସାଇନ୍ କରାଯାଇଥିଲା। କିନ୍ତୁ ପରେ ସୁଶାନ୍ତଙ୍କ ଡେଟ୍‌ ପ୍ରୋବ୍ଲେମ୍‌ ଯୋଗୁଁ ସେ ଏହି ଫିଲ୍ମରୁ ଓହରି ଯାଇଥିଲେ। ତେବେ ଏହି ସ୍ପାଏ ଥ୍ରିଲର୍‌ ଫିଲ୍ମକୁ ନେଇ ଦର୍ଶକେ ବେଶ୍‌ ଉତ୍ସାହିତ ରହିଛି।