ସମୀକ୍ଷା ବ୍ୟୁରୋ,25/11 : ପ୍ରାୟ 50 ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି । ପୁଲିସ ସହିତ ଗୁଳିବିନିମୟ ବେଳେ ଶିବା ନାମକ ଅପରାଧୀ ଜଣକ ଧରାପଡ଼ିଛି । ସହରରେ ସୋମବାର ଭୋର ସମୟରେ ଏହି ଏନକାଉଣ୍ଟର ହୋଇଛି । ଶିବାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ସମୟରେ 2 ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଶିବା ନିକଟରୁ ପୋଲିସ ଏକ ବାଇକ ଏବଂ ବନ୍ଧୁକ ଜବତ କରିଛି ।
Tag: rayagada
କନ୍ୟାଯାତ୍ରୀ ଭ୍ୟାନ ଓଲଟି ଜଣେ ମୃତ, ୨୮ ଆହତ
ରାୟଗଡ଼ା କିନିଡ଼ି ନିକଟରେ ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାର ଶିକାର ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ରାୟଗଡ଼ା ଜିଲ୍ଳା ଗୁଡ଼ାରି ଥାନା କିନିଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ପାଇଁ କନ୍ୟା ଘରକୁ ଯାଉଥିବା ଏକ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେହି ଭ୍ୟାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ୨୮ଜଣ ଆହତ ହୋଇପଡ଼ିଛନ୍ତି। ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସାଳୟକୁ ପଠାଯାଇଛି।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଓ ଗୁଣୁପୁର ଗସ୍ତ କରିଛନ୍ତି। ଏଠାରେ ରୋଡ୍ ଶୋ’ କରିଥିଲେ ଏବଂ ରୋଡ୍ ଶୋ’ ପରେ ଏକ ସାଧାରଣ ସଭାରେ ନବୀନ ଉଦ୍ବୋଧନ ଦେଇଥିଲେ। ଏଠାରେ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ। ବିଜେଡ଼ି ସରକାର ଗରିବଙ୍କ ପାଇଁ ଆହାର ଯୋଜନା କରିଛି, କିନ୍ତୁ ଗରିବଙ୍କୁ ଟଙ୍କିକିଆ ଚାଉଳ ଦେବାକୁ କେନ୍ଦ୍ର ମନା କଲା। ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ଲକ୍ଷ ଟଙ୍କା ରାଜ୍ୟ ସରକାର ଦେଇଛନ୍ତି। ପାନୀୟ ଜଳ ପାଇଁ କେନ୍ଦ୍ର ଏକ ହଜାର କୋଟି ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ଖର୍ଚ୍ଚ କରିଛି ୧୨ ହଜାର କୋଟି ଟଙ୍କା। ସବୁବେଳେ ରାଜ୍ୟକୁ ଅବହେଳା କରିଆସିଛି କେନ୍ଦ୍ର। ସାଢେ ୪ କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର, ଶେଷ ନିଃଶ୍ବାସ ଯାଏ ସେବା କରିବି ବୋଲି କହି ଭୋଟ୍ ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )