Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କଲେ ସରକାର

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ଭାବରେ ବଢୁଥିବାରୁ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଗଞ୍ଜାମରେ 17 ଜଣ ସୁରତ ଫେରନ୍ତା ପଜିଟିଭ୍‌ ଜଣାପଡିଥିଲେ । ସେହିପରି ଭାବରେ ଗତକାଲି ଏବଂ ଆଜି କରୋନା ଛଇଁଥିବା ଦୁଇଜିଲ୍ଲା ଜଗତସିଂହପୁର ଏବଂ ମୟୁରଭଞ୍ଜକୁ ଗ୍ରୀନ୍‌ରୁ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ନୂଆ ଗାଇଡ୍‌ ଲାଇନ୍‌ ଅନୁଯାୟୀ କେଉଁ ଜୋନ୍‌ରେ କିପରି ରହିଛି କଟକଣା

ଭୁବନେଶ୍ବର : ଲକ୍‌ ଡାଉନ୍‌ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡ୍‌ ଲାଇନ ଜାରି କରିଛନ୍ତି । ରେଡ୍‌ ଜୋନ୍‌ରେ ମଲ୍‌, ମାର୍କେଟ୍‌, କମ୍ପ୍ଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ । ସାଇକେଲ୍‌ ରିକ୍ସା ଓ ଅଟୋ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । କିଛି କଟକଣା ସହ ଟ୍ୟାକ୍ସି ଓ କ୍ୟାବ୍‌ ଚାଲିପାରିବ।

ତେବେ ଗ୍ରାମାଞ୍ଚଳ ହୋଇଥିଲେ ସମସ୍ତ ପ୍ରକାର ଶିଳ୍ପ  କାର୍ଯ୍ୟ ଚାଲିପାରିବ। ସହରାଞ୍ଚଳରେ ଯେଉଁଠାରେ ଶ୍ରମିକ ଉପଲବ୍ଧ ଥିବା ସେଠାରେ ନିର୍ମାଣ କାମ ଲାଗି ଅନୁମତି ଦିଆଯାଇଛି। ତେବେ ଗ୍ରାମାଞ୍ଚଳରେ ନିର୍ମାଣ କାମ ଚାଲିପାରିବ ମାର୍କେଟ କପ୍ଲେକ୍ସ ଥିବା ଅତ୍ୟାବଶକୀୟ ଜିନିଷ ବିକ୍ରେତା ଦୋକାନ ଖୋଲିପାରିବେ। ସେହିପରି ଗୋଟି ଗୋଟିକା ଦୋକାନଗୁଡିକ ବି ଖୋଲାଯାଇପାରିବ। ଗ୍ରାମାଞ୍ଚଳରେ ମଲକୁ ଛାଡି ଅନ୍ୟ ଦେକାନ ଖୋଲା ରହିବ।

ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସକୁ ଅନୁମତି ଦିଆଯାଇଛି। ଘରୋଇ ସଂସ୍ଥାଗୁଡିକରେ 33 ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ସେହିପରି ଡେପୁଟି ସେକ୍ରେଟାରୀ ସ୍ତରରୁ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକ କାର୍ଯ୍ୟ କରିବେ। ପୂର୍ବଭଳି ପୋଲିସ, ହୋମଗାର୍ଡ, ପ୍ରତିରକ୍ଷା ଓ ଅନ୍ୟ ସେବା ପ୍ରଦାନ କରୁଥିବା ସଂସ୍ଥାମାନଙ୍କ କାର୍ଯ୍ୟକଳାପ ସ୍ୱାଭାବିକ ଚାଲିବ। ଦୋକାନଗୁଡିକ ବି ଖୋଲାଯାଇପାରିବ। ସେହିପରି ଡେପୁଟି ସେକ୍ରେଟାରୀ ସ୍ତରରୁ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକ କାର୍ଯ୍ୟ କରିବେ। ପୂର୍ବଭଳି ପୋଲିସ, ହୋମଗାର୍ଡ, ପ୍ରତିରକ୍ଷା ଓ ଅନ୍ୟ ସେବା ପ୍ରଦାନ କରୁଥିବା ସେବା କାର୍ଯ୍ୟ ସ୍ୱାଭାବିକ ରହିବ

ଘରୋଇ କାର୍‌ରେ ଡ୍ରାଇଭର ସହ ଦୁଇ ପାସେଞ୍ଜର୍‌ ଯାଇପାରିବେ । ଦୁଇ ଚକିଆ ଯାନରେ ପଛରେ କାହାକୁ ଅନୁମତି ମିଳିବ ନାହିଁ । ଓଲା ଓ ଉବେରରେ ମେଡ଼ିକାଲକୁ ରୋଗୀ ଯିବା ଆସିବା କରିପାରିବେ । ଜିଲ୍ଲା ଭିତରେ ଓ ବାହାରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ । ରେଡ୍‌ ଜୋନ୍‌ରେ ସେଲୁନ୍‌, ସ୍ପା ମଧ୍ୟ ବନ୍ଦ ରହିବ । ସହରାଞ୍ଚଳରେ ଔଷଧ ଓ ଜରୁରୀ ସାମଗ୍ରୀ ଉତ୍ପାଦନକାରୀଙ୍କୁ ଅନୁମତି ଦିଆଯାଇଛି । ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପାଞ୍ଚଳ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି । ସ୍ଥାନୀୟ ଶ୍ରମିକଙ୍କୁ ନେଇ ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି  ଦିଆଯାଇଛି । ମାର୍କେଟ୍‌ ଓ ମାର୍କେଟ୍‌ କମ୍ପ୍ଲେକ୍ସରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ । ସହରାଞ୍ଚଳରେ ରେସିଡେନ୍ସିଆଲ୍‌ କମ୍ପ୍ଲେକ୍ସରେ ଗୋଟିକିଆ, ଧାଡ଼ିକିଆ ଦୋକାନ ଖୋଲିବ। ଗ୍ରାମାଞ୍ଚଳରେ ମଲ୍‌ ବ୍ୟତୀତ ସବୁ ଦୋକାନ ଖୋଲିବ। ରେଡ୍‌ ଜୋନ୍‌ରେ ଜରୁରୀ ସାମଗ୍ରୀ ପାଇଁ ଇ କମର୍ସକୁ ଅନୁମତି । 33 ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ କାମ କରିବ ।

ଗ୍ରୀନ୍‌ ଜୋନ୍‌ରେ ଚାଲିପାରିବନି ବସ୍‌ । ଜିଲ୍ଲା ଭିତରେ କିମ୍ବା ଜିଲ୍ଲା ବାହାରକୁ ବି ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପୂର୍ବରୁ କେନ୍ଦ୍ର 50 ପ୍ରତିଶତ ଯାତ୍ରୀ ସହ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଥିଲା । କିନ୍ତୁ ରାଜ୍ୟ ସରକାର ବସ୍‌ ଚଳାଚଳ ନିଷେଧ କରିଛନ୍ତି । ପୂରା ଦେଶରେ ଲାଗୁ କିଛି କଟକଣା ବଳବତ୍ତର ରହିବ । ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ମେଳି ଉପରେ କଟକଣା ଜାରି ରହିବ । ଧାର୍ମିକ ସ୍ଥାନରେ ଜନସାଧାରଣଙ୍କ ପ୍ରବେଶ ବନ୍ଦ ରହିବ । ତେବେ ଗ୍ରୀନ୍‌ ଜୋନ୍‌ରେ ମଦ ଓ ପାନ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସମସ୍ତ ପ୍ରକାର ମାଲ୍‌ଗାଡି ଯାଆସ କରିପାରିବ । କୌଣସି ବିଶେଷ ପାସ୍‌ର ଆବଶ୍ୟକତା ପଡିବ ନାହିଁ । ଆନ୍ତଃରାଜ୍ୟ ଗାଡି ଚଳାଚଳ କରିପାରିବ ନାହିଁ। ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର  ସବୁ ଜୋନ୍‌ରେ ବନ୍ଦ ରହିବ । କୌଣସି ଜୋନ୍‌ରେ ସିନେମା ହଲ୍‌, ଜିମ୍ନାସିୟମ୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଖୋଲିବନି । ସୁଇମିଂ ପୁଲ୍‌, ପାର୍କ, ଥିଏଟର, ବାର୍‌, ଅଡିଟୋରିୟମ୍‌ ମଧ୍ୟ ବନ୍ଦ ରହିବ ।

Categories
ଆଜିର ଖବର

ରେଡ୍‌ ଜୋନ୍‌ରେ ରହିଲା ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର : ଲକଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବା ସହିତ ବିଭିନ୍ନ ଜୋନ୍‌ରେ ଜିଲ୍ଲାଗୁଡିକୁ ବର୍ଗୀକରଣ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ବର ରେଡ୍‌ ଜୋନରେ ରହିଛି । ସେହିପରି ରେଡ୍‌ ଜୋନ୍‌ରେ ରହିଛି ଭଦ୍ରକ, ବାଲେଶ୍ବର, ଯାଜପୁର ଓ ଭୁବନେଶ୍ବର ପୌର ନିଗମ । ଭୁବନେଶ୍ବର ପୌର ନିଗମକୁ ଛାଡି ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି ।

ସେହିପରି ଅରେଞ୍ଜ ଜୋନ୍‌ରେ ରହିଛି  ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ । ଅବଶିଷ୍ଟ 16ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଗ୍ରୀନ୍‌ ଜୋନରେ ରହିଛି – ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଡ୍‌ ଜୋନ୍‌ରେ ଓଡ଼ିଶାର ତିନୋଟି ଜିଲ୍ଲା, ଅରେଞ୍ଜ ଜୋନ୍‌ରେ ଖୋର୍ଦ୍ଧା ଜିଲ୍ଲା

ନୂଆଦିଲ୍ଲୀ : କରୋନା ମୁକାବିଲା ଲାଗି ଦେଶରେ 40 ଦିନିଆ ଲକ୍‌ଡାଉନ ଜାରି କରାଯାଇଛି। ମେ ତିନି ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ସମାପ୍ତ ହେବ । ଏହି ଲକ୍‌ ଡାଉନ୍‌ ଯୋଗୁଁ  ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ  3ଟି ଜୋନରେ ବିଭକ୍ତ କରିଛନ୍ତି। ଏହି ଜୋନର ତାଲିକା ଆଜି ଜାରି କରାଯାଇଛି । ଏହି  ତାଲିକା ସମସ୍ତ ରାଜ୍ୟର ଶାସନ ସଚିବଙ୍କ ନିକଟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପଠାଇଛନ୍ତି।  ଏହି ତାଲିକାରେ  ଓଡ଼ିଶାର ତିନୋଟି  ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କରାଯାଇଛି।

ଓଡ଼ିଶାର ରେଡ୍‌  ଜୋନରେ ରହିଛି  ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା ସମେତ 6ଟି ଜିଲ୍ଲା ଅଛନ୍ତି। ସେଗୁଡିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ଼, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା। ଗ୍ରୀନ୍‌ ଜୋନରେ ରହିଛି 21ଟି ଜିଲ୍ଲା। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଏହାକୁ ଅରେଞ୍ଜ ଜୋନ ତାଲିକାଭୁକ୍ତ କରାଯାଇଛି। ଦେଶରେ 130ଟି ଜିଲ୍ଲାକୁ ରେଡ ଜୋନ ଘୋଷଣା କରାଯାଇଥିବା ବେଳେ ଅରେଞ୍ଜ ଜୋନରେ ରହିଛନ୍ତି 284ଟି ଜିଲ୍ଲା । ସେହିପରି ଗ୍ରୀନ୍‌ ଜୋନ୍‌ରେ ରହିଛନ୍ତି 319ଟି ଜିଲ୍ଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ଭାଇରସ୍‌ର ମୁକାବିଲା ନିମେନ୍ତ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କଲା ଜମ୍ମୁ ପ୍ରଶାସନ

ଜମ୍ମୁ : ବିଶ୍ବ ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା କରିବା ନିମେନ୍ତ ଜମ୍ମୁକାଶ୍ମୀରର ରୌଜରୀ ଜିଲ୍ଲା ପ୍ରଶାସନ ପାଞ୍ଚଟି ଗ୍ରାମକୁ ରେଡ୍‌ ଜୋନ୍‌ ଘୋଷିତ କରାଯାଇଛି । ପ୍ରଶାସନ ଏହି ପାଞ୍ଚଟି ଗ୍ରାମରେ 43 ଜଣ କରୋନା ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇବା ସହିତ ଏହି ଗ୍ରାମକୁ ସିଲ୍‌ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍‌ର ଯୋଗୁଁ କିଛି ଦିନ ପୂର୍ବେ ଜଣେ ଧର୍ମଗୁରୁଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏହା ପରେ ରୌଜରୀ ଜିଲ୍ଲାର ମଞ୍ଜାକୋଟ୍‌ ଅଞ୍ଚଳରେ ଜଣେ ଡାକ୍ତର ଏହି ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା । ଏହି ଡାକ୍ତର ଜଣକ ଧର୍ମଗୁରୁଙ୍କ ସମ୍ପର୍କରେ ଆସିବା ପରେ କାଶ୍ମୀର ଯିବା ପୂର୍ବରୁ ସାମ୍ବାର ବଡୀ ବ୍ରାହ୍ମଣା ଅଞ୍ଚଳରେ ରହିଥିଲେ ।

ଏହି ସୂଚନା ମିଳିବା ପରେ ରୌଜରୀ ପ୍ରଶାସନ ଉକ୍ତ ଡାକ୍ତରଙ୍କ ସମେତ ନିକଟସ୍ଥ ଗ୍ରାମ ଗୁଡିକୁ ସିଲ୍‌ କରିବା ସହିତ ରେଡ୍‌ ଜୋନ୍‌ର ଘୋଷଣା କରିଛନ୍ତି ।  ସେହିପରି ଉକ୍ତ ଅବସରପ୍ରାପ୍ତ ଡାକ୍ତର ଓ ତାଙ୍କ ପରିବାରର ସମସ୍ତ ଲୋକଙ୍କ ସମେତ 43 ଜଣଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ପଠାଇଛନ୍ତି ।

ଏହାବ୍ୟତୀତ ଏହି ଗ୍ରାମରେ ଡର୍ଜନରୁ ଅଧିକ ଲୋକ, ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଳ୍‌ ରହିଛନ୍ତି । ଏ ସମସ୍ତଙ୍କୁ ପ୍ରଶାସନ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । ରୌଜରୀ ସମେତ ଦେହରୀ ଧାରା, ମଙ୍ଗଲ ନାର୍‌, ସାରୋଳା, ଗମ୍ଭୀର ମୁଙ୍ଗଲା ଓ କୋଟଲୀ କାଲା ବନ ଆଦି ଗ୍ରାମକୁ ସିଲ୍‌ କରାଯିବା ସହ ରେଡ୍‌ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଏହି ଗ୍ରାମର ଆଖପାଖଗ୍ରାମ ଗୁଡିକୁ ଓ୍ବଫର୍‌ ଜୋନ୍‌ରେ ରଖାଯିବା ସହିତ କଡାକଡି ନଜରରେ ରଖାଯାଇଛି । (ଏଜେନ୍ସି)