Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଚାରି ଦିନିଆ ରିମାଣ୍ଡରେ ସୌଭିକ ଓ ସାମୁଏଲ

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ଏନସିବି । ଉଭୟଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ମୁମ୍ବାଇ ସ୍ଥିତ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିଲା । ଏନସିବି ପକ୍ଷରୁ ଉଭୟଙ୍କ  ସାତ ଦିନିଆ ରିମାଣ୍ଡ ଦାବି କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ ଚାରି ଦିନିଆ ରିମାଣ୍ଡ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଏହା ପରେ ବିଭିନ୍ନ ହ୍ୱାଟ୍ସଆପ୍ ଚାଟରେ ସୌଭିକ୍ ଏବଂ ସାମୁଏଲଙ୍କ ନାଁ ଆସିବା ପରେ ଏନସିବି ପକ୍ଷରୁ ଗତକାଲି ଉଭୟଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଏନସିବି ହେପାଜତରେ ସୌଭିକ୍ ଚକ୍ରବର୍ତ୍ତୀ ଓ ସାମୁଏଲ୍‌ ମିରାଣ୍ଡା

ମୁମ୍ୱାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପରେ ଏବେ ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଛି ଏନସିବି । ରିଆ, ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଆଜି ସକାଳେ ତଦନ୍ତ କରିଥିଲା ଏନସିବି । ଚଢଉ କରିବା ପରେ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ଉଠାଇ ନେଇଛି ଏନସିବି । ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି । ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା ।ଏହି ସମୟରେ ଏକ ପୁରୁଣା ଡାଏରୀ ଜବତ କରିଛି ଏନ୍‌ସିବି । (ଏଜେନ୍ସି)