ଯାଜପୁର: ଭାରତର ବୃହତ୍ତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଆପାରେଲ୍ ଏବଂ ଆସେସୋରୀ ସ୍ପେସିଆଲିଟି ଚେନ୍ ରିଲାଏନ୍ସ ରିଟେଲ, ଟ୍ରେଣ୍ଡସ୍ ଓଡ଼ିଶାର ଯାଜପୁର ଜିଲ୍ଲାର ଦାନଗଦି ଟାଉନରେ ଏହାର ନୂଆ ଷ୍ଟୋର୍ ଶୁଭାରମ୍ଭ ଘୋଷଣା କରିଛି।
ଟ୍ରେଣ୍ଡସ୍ ବାସ୍ତବରେ ଭାରତର ଫ୍ୟାସନରେ ଗଣତନ୍ତ୍ରର ବିକାଶ କରିଛି ଏହା ଭାରତର ଗ୍ରାହକଙ୍କ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟାୟାର ୧, ଟାୟାର ୨ ଟାଉନ୍ ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ସମ୍ପର୍କ ଦୃଢ଼ କରିଛି ଏବଂ ଭାରତର ସର୍ବାଧିକ ପସନ୍ଦର ଫ୍ୟାସନ୍ ସପିଙ୍ଗ୍ ଡେଷ୍ଟିନେସନ୍ ପାଲଟିଛି।
ଦାନଗଦିରେ ଟ୍ରେଣ୍ଡସ୍ ଷ୍ଟୋରର ଆଧୁନିକ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ୍ ମର୍ଚ୍ଚାଣ୍ଡାଇଜର ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଏହି ଟାଉନ୍ର ଗ୍ରାହକମାନେ ଟ୍ରେଣ୍ଡି ଓମେନ୍ ୱିୟର୍, ମେନ୍ସ ୱିୟର୍, କିଡସ୍ ୱିୟର୍ ଏବଂ ଫ୍ୟାସନ୍ ଆସେସୋରିଜ୍ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇବାକୁ ଆଶା ରଖିଛନ୍ତି।
ଏହି ୫୯୨୫ ବର୍ଗଫୁଟର ଷ୍ଟୋର୍ ହେଉଛି ଦାନଗଦିର ପ୍ରଥମ ଟ୍ରେଣ୍ଡସ ଷ୍ଟୋର୍ ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ୍ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର୍ ରହିଛି: ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ, ଖାଲି ସେତିକି ନୁହେଁ ତାହା ସହିତ ଗ୍ରାହକ ମଧ୍ୟ ୩୯୯୯ ଟଙ୍କାର କିଣାକିଣି ଉପରେ ୨୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇବେ।
ତେବେ ଗ୍ରେଟ୍ ଫ୍ୟାସନ୍ ସପିଙ୍ଗ୍ ଏକ୍ସପେରିଏନ୍ସର ଆନନ୍ଦ ପାଇଁ ଏବେ ହିଁ ଦାନଗଦିରେ ଟ୍ରେଣ୍ଡସର ନୂଆ ଷ୍ଟୋରକୁ ଯାଆନ୍ତୁ।