Categories
ଆଜିର ଖବର

ଆନ୍ଦୋଳନରତ ଡାକ୍ତରଙ୍କୁ ମମତାଙ୍କ ଚେତାବନୀ ପରେ ହଟିଲା ଆନ୍ଦୋଳନ

ପଶ୍ଚିମବଙ୍ଗ ମୁ୍ଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କୁ ଚେତାବନୀ ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ଡାକ୍ତର। ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ଡାକ୍ତର ମାନେ ଧାରଣାରେ ବସିଥିଲେ ଯାହା ଫଳରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଘଟଣାରେ ହସ୍ତକ୍ଷେପ କରିଥିଲେ ମମତା। ଚାରି ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ଡାକ୍ତରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରଥମେ ଏନ୍‌ଆରଏସ୍‌ ମେଡିକାଲ କଲେଜ୍‌ରେ ଏହି ଆନ୍ଦୋଳନ ଆରମ୍ଭ ହେବା ପରେ ଏହା ସମ୍ପୂର୍ଣ୍ଣ ରାଜ୍ୟକୁ ବ୍ୟାପି ଯାଇଥିଲା।

Categories
ଆଜିର ଖବର

ପ୍ରଜ୍ଞା ସିଂ ଠାକୁରଙ୍କୁ ଏନ୍‌ଆଇଏ କୋର୍ଟରୁ ଆଶ୍ବସ୍ତି

ଭୋପାଳ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରଜ୍ଞା ଠାକୁରଙ୍କୁ ବଡ ଆଶ୍ୱସ୍ତି। ସ୍ୱତନ୍ତ୍ର ଏନଆଇଏ କୋର୍ଟ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି। ଏନଆଇଏର ସ୍ୱତନ୍ତ୍ର ଅଦାଲତ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଏହି କୋର୍ଟ ପାଖରେ କୌଣସି ପ୍ରାର୍ଥୀଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାର କୌଣସି ଅଧିକାର ନାହିଁ। ଏହା ନିର୍ବାଚନ ଆୟୋଗଙ୍କ କାମ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନରେ ଥିବା ପ୍ରଜ୍ଞାଙ୍କ ଜାମିନ ଏବଂ ପ୍ରାର୍ଥୀପତ୍ର ଖାରଜ କରିବା ପାଇଁ ମାଲେଗାଓଁ ବିସ୍ଫୋରଣରେ ପୀଡିତ ଜନୈକ ବ୍ୟକ୍ତିଙ୍କ ପିତା ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରଜ୍ଞାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଦର୍ଶାଇ ତାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ କୋର୍ଟରେ ଦାବି ହୋଇଥିଲା। ମାଲେଗାଓଁ ବିସ୍ଫୋରଣରେ ଅଭିଯୁକ୍ତ ଥିବା ପ୍ରଜ୍ଞା ସିଂହ ଠାକୁର ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରଜ୍ଞା ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି।

Categories
ଆଜିର ଖବର

ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସିପ୍ରା ମଲ୍ଲିକ

କେନ୍ଦ୍ରାପଡ଼ାରୁ ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ଥିବା ସିପ୍ରା ମଲ୍ଲିକ ରୋଷ ରଖି କେନ୍ଦ୍ରାପଡ଼ାରୁ ବିଧାୟକ ଭାବେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇ ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିଥିଲେ। କିନ୍ତୁ ଆଜି ଦଳ ସହିତ ପୁଣି ଥିରେ ସାମିଲ୍‌ ହୋଇ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଆଜି ନବୀନ ନିବାସରେ ଶଶିଭୂଷଣ ବେହେରା, କିଶୋର ତରାଇ, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖଙ୍କ ସହ ସିପ୍ରା ମଲ୍ଲିକ କିଛି ସମୟ ଧରି ଆଲୋଚନା କରିଥିଲେ। ନବୀନ ନିବାସରୁ ବାହାରି ସିପ୍ରା ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ମାନି ନିଃସର୍ତ୍ତରେ ନିର୍ବାଚନରୁ ଓହରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଆଗକୁ ସେ କେନ୍ଦ୍ରାପଡ଼ାର ବିଧାୟକ ପ୍ରାର୍ଥୀ ଶଶି ଭୂଷଣଙ୍କ ସହିତ ରହିବେ। ବିଧାୟକ ନ ହେଲେ ବି ବିଧାୟକ ଭଳି ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି।  ସିପ୍ରାଙ୍କ ଏଭଳି ଆଭିମୁଖ୍ୟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ପ୍ରସଙ୍ଗ : ଧାରା ୩୫ ଏ ଏବଂ ୩୭୦ ଉଠିବା ଦରକାର : ରାଜନାଥ

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଉପରେ ନିଜର ମତାମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଫଳରେ ସରକାର ଧାରା ୩୫ ଏ ଏବଂ ୩୭୦ ଉଚ୍ଛେଦ କରିବା ପାଇଁ ବାଧ୍ୟ ହେବେ। ଏହି ଦୁଇ ଧାରା ଯୋଗୁଁ ଜମ୍ମୁ ଏବଂ କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ମାନ୍ୟତା ମିଳିଛି। ଏହା ଯୋଗୁଁ ଏପରି ମତାମତ ଦିଆଯାଉଛି ବୋଲି ଜମ୍ମୁରେ ଏକ ନିର୍ବାଚନୀ ରାଲିରେ କହିଥିଲେ ରାଜନାଥ। ଭବିଷ୍ୟତରେ ଯଦି ଏପରି ଦାବି ଉଠେ ତେବେ ସରକାର ସିଧାସଳଖ ଏହି ଦୁଇ ଧାରାର ଉଚ୍ଛେଦ କରିବେ। ଏହା ସହିତ ଭବିଷ୍ୟତରେ ଏହି ବିଷୟ ନେଇ କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ରାଜନାଥ କହିଛନ୍ତି। ଆତଙ୍କବାଦକୁ ନେଇ ସରକାର ସମ୍ପୂର୍ଣ୍ଣ ଭାବରେ କଡା ଆଭିମୁଖ୍ୟ ଗ୍ରହଣ କରିବେ ବୋଲି କହିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ଗୁଜବ ସମ୍ପର୍କିତ ୭୦୦ ପେଜ୍‌ ହଟାଇଲା ଫେସ୍‌ବୁକ୍‌

ସାମାଜିକ ଗଣମାଧ୍ୟମର ଅଗ୍ରଣୀ କମ୍ପାନୀ ଫେସ୍‍ବୁକ୍‍ ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଫେସ୍‍ବୁକ୍‍ ଦାବି କରିଛି ଯେ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ସମ୍ପର୍କିତ ପେଜ୍‍ ଏବଂ  କଂଗ୍ରେସ ଦଳ ସମ୍ପର୍କିତ ପେଜ୍‌ଗୁଡ଼ିକୁ ଫେସ୍‍ବୁକ୍‍ରୁ ଅପସାରଣ କରିନିଆଯାଇଛି। ଅନ୍ତର୍ଜାତୀୟ ନ୍ୟୁଜ୍‍ ଏଜେନ୍ସି ରୟଟର୍ସ ଦ୍ୱାରା ଫେଜ୍‍ ଅପସାରଣ ନେଇ ସୂଚନା ଦିଆଯାଇଛି। ଫେସ୍‍ବୁକ୍‍ ପକ୍ଷରୁ କୁହାଯାଇଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମ୍ପର୍କିତ ୬୮୭ଟି ପେଜ୍‍ ଏବଂ ଆକାଉଣ୍ଟ ଅପସାରଣ କରିନିଆଯାଇଛି। ଏହାସହ ଫେସ୍‍ବୁକ୍‍ ପାକିସ୍ତାନ ସୈନ୍ୟ କର୍ମଚାରୀଙ୍କ ୧୦୩ ଆକାଉଣ୍ଟ ହଟାଇ ଦେଇଛି। ପ୍ରଥମ ଥର ଫେସ୍‍ବୁକ୍‍ ଏକ ବଡ଼ ରାଜନୈତିକ ଦଳ ସମ୍ପର୍କିତ ପେଜ୍‍ ଓ ଆକାଉଣ୍ଟକୁ ହଟାଇଛି। ଏହି ପେଜ ଏବଂ ଆକାଉଣ୍ଟଗୁଡ଼ିକରୁ ପ୍ରକାଶିତ ପୋଷ୍ଟ ଏବଂ ଫଟୋରେ ଭୁଲ ତଥ୍ୟ ଦିଆଯାଉଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ ହଟାଇ ଦିଆଯାଇଛି ବୋଲି ଫେସ୍‍ବୁକ୍‍ ସୂଚନା ଦେଇଛି। ଫେସ୍‍ବୁକ୍‍ ନିଜ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ଲୋକଙ୍କ ନକଲି ଆକାଉଣ୍ଟ ତିଆରି କରାଯାଇ ବିଭିନ୍ନ ପେଜ ସହ ଲିଙ୍କ୍‍ କରାଯାଇଥିଲା। ଏହି ଆକାଉଣ୍ଟ ଓ ପେଜ ଦ୍ୱାରା ଭୁଲ ଏବଂ ଭ୍ରମିତ ତଥ୍ୟର ପ୍ରସାରଣ କରାଯାଉଥିଲା। ଏହି ପେଜ ଓ ଆକାଉଣ୍ଟଗୁଡ଼ିକରେ ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରାଯାଉଥିଲା। ସୂଚନାଯୋଗ୍ୟ ଯେ ଚଳିତ ଥର ଅପ୍ରେଲ ୧୧ରୁ ମଇ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ମଇ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।