Categories
ଆଜିର ଖବର

କ୍ରମାଗତ ତୃତୀୟ ଥର ଆର୍‌ବିଆଇ ରେପୋ ରେଟ୍‌ରେ ହ୍ରାସ

କ୍ରମାଗତ ତୃତୀୟ ଥର ପାଇଁ ରେପୋ ରେଟ୍‌ରେ ହ୍ରାସ ଘଟାଇଛି। ୬ଜଣିଆ ସଦସ୍ୟ ବିଶିଷ୍ଟ ଅର୍ଥନୈତିକ କମିଟି ରେପୋ ରେଟ୍‌କୁ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛନ୍ତି। ରେପୋ ରେଟ୍‌ରେ ହ୍ରାସ ପରେ ସୁଧହାର ବର୍ତ୍ତମାନ ୫.୭୫ ପଏଣ୍ଟ ରହିଛି। ଅଭିବୃଦ୍ଧି ହାରରେ ବୃଦ୍ଧି ଘଟାଇବା ନିମନ୍ତେ କ୍ରମାଗତ ତୃତୀୟ ଥର ପାଇଁ ସୁଧହାରରେ ହ୍ରାସ ଘଟାଇଛି ଅର୍ଥନୈତିକ କମିଟି। ସୁଧହାର ହ୍ରାସ ନିଷ୍ପତ୍ତିକୁ କମିଟିର ସମସ୍ତ ୬ ଜଣ ସଦସ୍ୟ ସମର୍ଥନ କରିଥିଲେ। ଏହି ବୈଠକରେ ଘରୋଇ ଅଭିବୃଦ୍ଧି ହାର (ଜିଡିପି) ୭.୨ ପ୍ରତିଶତରୁ ୭ କୁ ହ୍ରାସର ଲକ୍ଷ୍ୟ ରଖାଯାଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩.୦ରୁ ୩.୧ ଏବଂ ୨୦୨୦-୨୧ ପାଇଁ ୩.୪-୩.୭ର ମାନ୍ଦାବସ୍ଥାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର

ଦୁଇ ମାସରେ ଦ୍ବିତୀୟ ଥର ହ୍ରାସ ହେଲା ରେପୋ ରେଟ୍‌ : ୬ ପ୍ରତିଶତକୁ ହ୍ରାସ କଲା ଆରବିଆଇ

ଚଳିତ ଆର୍ଥିକ ବର୍ଷ ପ୍ରଥମରୁ ହିଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମୁଦ୍ରା ସମୀକ୍ଷା ନୀତି ଘୋଷଣା କରିଛନ୍ତି। ଆରବିଆଇ ଆଜି ରେପୋ ରେଟରେ ୨୫ ବିପିଏସ ପଏଣ୍ଟ  ହ୍ରାସ କରିଛି। ଏହା ପୂର୍ବରୁ ଫେବୃଆରୀରେ  ରେପୋ ରେଟ ହ୍ରାସ ପାଇଥିଲା। ଏହା ଫଳରେ ଇଏମଆଇରେ କମ ହେବା ସମ୍ଭାବନା ରହିଛି। ବର୍ତ୍ତମାନ ରେପୋ ରେଟ ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୫.୭୫ ହୋଇଯାଇଛି। ଆରବିଆଇ ପକ୍ଷରୁ ମୁଦ୍ରା ସମୀକ୍ଷା ନୀତି ଘୋଷଣା ହୋଇଛି। ରେପୋ ରେଟରେ ୨୫ ବିପିଏସ ପଏଣ୍ଟ  ହ୍ରାସ ପାଇଛି। ଯାହା ଫଳରେ ଲୋକଙ୍କ ଇଏମଆଇ କମ ହେବା ସମ୍ଭାବନା ରହିଛି। ଯେଉଁ ବ୍ୟକ୍ତି ହୋମ ଲୋନ, କାର, ପର୍ସନାଲ , ଏଜୁକେସନ ଲୋନ ନେଉଛନ୍ତି ସେମାନଙ୍କ ଉପରେ ଏହା ପ୍ରଭାବ ପଡ଼ିବ। ବ୍ୟାଙ୍କ କ୍ଷେତ୍ରର ମୁଦ୍ରା ସମୀକ୍ଷା ବୈଠକ ବୁଧବାର ଦିନ ଆରମ୍ଭ ହୋଇଥିଲା। ଏହା ଚଳିତ ଆର୍ଥିକ ବର୍ଷର ସମୀକ୍ଷା ପ୍ରଥମ ବୈଠକ। ବର୍ତ୍ତାମନର ସ୍ଥିତିରେ  ମହଙ୍ଗା ଦର ଠିକ ସ୍ଥାନରେ ରହିଛି। ତେଣୁ ଏହି ନିଷ୍ପତି ପାଇଁ ଏହା ଉଚିତ ସମୟ ରହିଛି ବୋଲି ଅର୍ଥ ବିଶେଷଜ୍ଞ କହିଛନ୍ତି। ବିଗତ କିଛି ଦିନରେ ଅଶୋଧିତ ତୈଳର ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିଥିବାରୁ ଏପରି ନିଷ୍ପତ୍ତି ନେଇଛି ଆରବିଆଇ। ଗତ ଡିସେମ୍ବରରେ ଅର୍ଥନୈତିକ ଅଭିବୃଦ୍ଧି ୬.୬ ପ୍ରତିଶତ ରହିଥିଲା ଯାହାକି ବିଗତ ୫ ତ୍ରୈମାସିକ ଅଭିବୃଦ୍ଧି ମଧ୍ୟରେ ସର୍ବନିମ୍ନ। ସହିପରି ଫେବୃୟାରୀରେ ମାନ୍ଦାବସ୍ଥା ୨.୫୭ରହିଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ଏହା ୩.୯ ଛୁଇଁବ ବୋଲି ଆରବିଆଇ ପକ୍ଷରୁ ପୂର୍ବାନୂମାନ ଲଗାଇଛି। ମାତ୍ର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ମୌସୁମୀ ବର୍ଷା କମ୍‌ ହେଲେ ଏହି ଆକଳନ ବିଗିଡିପାରେ ବୋଲି ମଧ୍ୟ କୁହାଯାଇଛି।