Categories
ଆଜିର ଖବର

ଓଡିଶାର ୩୪ ବୁଥ୍‌ରେ ସାନି ମତଦାନ

ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମୟରେ ଅନିୟମିତା ଏବଂ ତ୍ରୁଟି କାରଣରୁ ୩୪ ବୁଥ୍‌ରେ ମତଦାନ ବାତିଲ ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଶେଷ ପର୍ଯ୍ୟାୟରେ ରବିବାର ଏସବୁ ବୁଥ୍‌ରେ ମତଦାନ ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ବୁଥଗୁଡ଼ିକରେ ଭୋଟରମାନେ ପହଞ୍ଚି ମତଦାନ କରୁଛନ୍ତି। ଭୋଟଗ୍ରହଣ ହେଉଥିବା ବୁଥଗୁଡ଼ିକ ମଧ୍ୟରେ ତୃତୀୟ ପର୍ଯ୍ୟାୟର ୧୨ ଏବଂ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ ରହିଛି। ପୁନଃ ନିର୍ବାଚନ ହେଉଥିବା ବୁଥ୍‌ ମଧ୍ୟରେ ବରୀର ସର୍ବାଧିକ ୫ଟି ବୁଥ୍‌ ରହିଥିବାବେଳେ ବାରିପଦା, ଆଠଗଡ଼ ଓ ମାହାଙ୍ଗାର ୪ଟି ଲେଖାଏ ବୁଥ, ଜଳେଶ୍ଵର, ବ୍ରହ୍ମଗିରି ଓ ବିଞ୍ଝାରପୁରର ୨ଟି ଲେଖାଏ ଏବଂ ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ଵର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପର ଗୋଟିଏ ଲେଖାଏଁ ବୁଥ୍‌ରେ ମତଦାନ ଜାରି ରହିଛି।

Categories
ଆଜିର ଖବର

୧୦ଟି ସ୍ଥାନରେ ସାନି ନିର୍ବାଚନ ହେବା ନେଇ ପ୍ରତିକ୍ରିୟା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ରାଜ୍ୟରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ମତଦାନ ଠିକ ଭାବେ ହୋଇପାରିନଥିଲା। ତେଣୁ ସାନି ନିର୍ବାଚନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଛି। ବର୍ତ୍ତମାନ ଯାଏଁ ତିନୋଟି ପର୍ଯ୍ୟାୟ ଶେଷ ହୋଇ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ବାକି ରହିଛି। କିନ୍ତୁ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଫଳରେ କେତେକ ସ୍ଥାନରେ ମତଦାନ ହୋଇପାରି ନାହିଁ। ତେଣୁ ୧୦ ଟି ବୁଥରେ ସାନି ନିର୍ବାଚନ ପାଇଁ ଏପ୍ରିଲ ୨୪ରେ ନିବାଚନ ଆୟୋଗଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ସେହିପରି ପୁରୀ ବ୍ରହ୍ମଗିରିରେ କଣ୍ଟ୍ରୋଲ ୟୁନିଟ ହଜିବା ଘଟଣାରେ ସେ କହିଛନ୍ତି ଯେ ସେଠାରେ ୧୨ଟି ଷ୍ଟ୍ରଙ୍ଗରୁମ ରହିଛି। କେଉଁଠାରେ କିଏ ଭୁଲରେ କଣ୍ଟ୍ରୋଲ ୟୁନିଟ ରଖିଦେଇଥିବ। ଯେଉଁ ବୁଥରେ ସାନି ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ ହେଲା, ବ୍ରହ୍ମଗିରି ବିଧାନସଭାର ୬୨ ନଂ ବୁଥ୍‌ , ବଡ଼ମ୍ବାର ବୁଥ ନଂ ୧୯୬ , ବୁଥ ନଂ ୧୮୩, ବୁଥ ତାମଶାସନର ବୁଥ୍‌ ନଂ ୨୨୨, ବ୍ରହ୍ମଗିରିର ବୁଥ୍‌ ନଂ ୧୦୮ ସମେତ ଆଠଗଡ଼ର ଚାରୋଟି ବୁଥ ଦେବଗଡ଼, ସତ୍ୟବାଦୀ , ତାଳଚେରର ଗୋଟିଏ ଗୋଟିଏ ବୁଥରେ ସାନି ମତଦାନ ପାଇଁ ସୁପାରିଶ କରାଯାଇଛି। ଇଭିଏମ୍‌କୁ ହ୍ୟାକ କରିବା ଅସମ୍ଭବ ବୋଲି ମଧ୍ୟ ନିର୍ବାଚନ କମିଶନ କହିଛନ୍ତି।

Categories
ଆଜିର ଖବର

ବ୍ରହ୍ମପୁର ଓ ମାଲ୍‌କାନଗିରିର ଦୁଇଟି ବୁଥ୍‌ରେ ହେବ ସାନି ଭୋଟ

ବ୍ରହ୍ମପୁର ଓ ମାଲକାନଗିରିର ଗୋଟିଏ ଲେଖାଏଁ ବୁଥ୍‌ରେ ହେବ ସାନି ଭୋଟ। ଏପ୍ରିଲ ୧୮ରେ ୨ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ତଥ୍ୟରେ ତାଳମେଳ ନରହିବାରୁ ସାନି ଭୋଟ ହେବା ନେଇ ଘୋଷଣା କରାଯାଇଛି। ମାଲକାନଗିରିର ଏମ୍‌ଭି-୬୫ ବୁଥ୍‌ରେ ଦିନ ୭ରୁ ୪ଟା ଯାଏ ମତଦାନ, ବ୍ରହ୍ମପୁର ସିଟି ହାଇସ୍କୁଲ ବୁଥ୍‌ରେ ଦିନ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍‌ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୧୧ ତାରିଖରେ ହୋଇଥିବାବେଳେ ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହୋଇଥିଲା।