Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପାଳନ, ରାଜ୍ୟପାଳ କଲେ ପତାକା ଉତ୍ତୋଳନ, ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥୀ

ଭୁବନେଶ୍ବର, ଆଜି ନିରାଡମ୍ବର ଭାବେ ରାଜ୍ୟ ସ୍ତରୀୟ 72 ତମ ଗଣତନ୍ତ୍ର ଦିବସ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ହୋଇଯାଇଛି। ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଅତିଥୀ ଭାବେ ଯୋଗଦେଇଥିଲେ।

ରାଜ୍ୟପାଳ ଗାନ୍ଧୀ ମାର୍ଗରେ ପହଁଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ତେବେ କରୋନା କଟକଣା ପାଇଁ ଏହି ଉତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଛି। ପାରଡରେ ମାତ୍ର 14ଟି ଟ୍ରୁପ ଅଂଶ ଗ୍ରହଣ କରିଥିଲେ। ସୁରକ୍ଷା ପାଇଁ ପୋଲିସ କମିଶନରେଟ ତରଫରୁ 25 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।