Categories
ଆଜିର ଖବର ଜାତୀୟ ଖବର ସିନେମା

ବର୍ତ୍ତମାନ ମୁମ୍ବାଇର ବାଇକୁଲା ଜେଲରେ ରହିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି

ମୁମ୍ବାଇ: ଗତକାଲି ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ବର୍ତ୍ତମାନ ମୁମ୍ବାଇର ବାଇକୁଲା ଜେଲରେ ରହିବେ। ସେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କରେ ସେ ଗିରଫ ହୋଇଛନ୍ତି। ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଫଳରେ ଗତକାଲି ଏନସିବି ର ହାଜତରେ ରିୟା ରାତି କଟାଇଥିଲେ।

ରିୟାଙ୍କ ବିରୋଧରେ ଲାଗିଛି ଏନଡିସିପି ଆକ୍ଟର ଧାରା ୨୭ । ଏହି ଆକ୍ଟ ଅନୁସାରେ ଯଦି ଜଣେ ଦୋଷୀ ସାବ୍ୟସ୍ତ ହୁଏ ତେବେ ସେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବ । ସେହିପରି ଆଉ ଏକ ୨୭ (A) ଧାରା ଲାଗୁ ହୋଇଛି। ଏହା ବେଆଇନ୍ ଡ୍ରଗ୍ସ କାରବାର ମାମଲାରେ ଟଙ୍କା ନେଣଦେଣ ମାମଲା ଆସୁଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିପାରେ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏବଂ ଗଂଜେଇ ମାମଲରେ ତଦନ୍ତ ପାଇଁ ଓଡିଶା ଆସିପାରନ୍ତି ଏନସିବି ଟିମ

ନୂଆଦିଲ୍ଲୀ, ଗତକାଲି ଡ୍ରଗ କାରାବାର ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ପରିଚାଳକ ସାମୁଏଲ ମିରିଣ୍ଡାଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ତେବେ ଏମାନେ ଗଂଜେଇ କାରାବାରରେ ସଂପୃକ୍ତ ଅଛନ୍ତି ବୋଲି ଏନସିବି ବଳିଷ୍ଠ ପ୍ରମାଣ ପାଇଛି।

ଏଥିସହିତ ଏହି ଗଂଜେଇ ଓଡିଶାରୁ ପଠାଯାଉଥିଲା ବୋଲି ସୁରାକ ମିଳିଛି ବୋଲି ଜଣାପ଼ଡିଛି। ଏପରିକି ରିୟା ତାଙ୍କ ହ୍ବାଟସପ ଚାର୍ଟରେ ଭୁବନେଶ୍ବର ଗଂଜେଇ ଭଲ ବୋଲି ଉଲ୍ଲେଖ କରିଥିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଫଳରେ ନାର୍କୋଟିକ୍ସ ଟିମ ଖୁବ ଶିଘ୍ର ଏହାର ଖିଅ ଖୋଳିବା ପାଇଁ ଓଡିଶା ଆସିବେ ବୋଲି ଜଣାପଡିଛି।

ଗତକାଲି ରାତିରେ ସୌଭିକ ଏବଂ ମିରିଣ୍ଡାଙ୍କୁ ଗିରଫ ପରେ ଏହି ଗଂଜେଇ ମାମଲରା ଖିଅ ଧିରେ ଧିରେ ଖୋଲିବାରେ ଲାଗିଛି। କାରଣ ଗତକାଲି ଏହି ଦୁଇଜଣଙ୍କୁ ୧୦ ଘଣ୍ଟା ପଚରାଉଚରା ପରେ ଏବଂ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଗିରଫ କରାଯାଇଛି।

ଏହାପୂର୍ବରୁ ଏନସିବି ସୌଭିକ୍ ଏବଂ ମିରାଣ୍ଡାଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ କରିଥିଲା। ସେମାନେ ବ୍ୟବହାର କରୁଥିବା ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ସେମାନେ କେଉଁଠାରୁ ଗଂଜେଇ ଆଣୁଥିଲେ ତାହାର ସୁରାକ ମିଳିଛି। ଏନସିବି ଏକ କୋର୍ଟକୁ ମଧ୍ୟ କହିଛି ଯେ ସୌଭିକ୍ ଡ୍ରଗ୍ସ ବେପାରୀ ଅବଦୁଲ ବସିତ୍ ପ୍ୟାରୀହରଙ୍କଠାରୁ ଗଞ୍ଜେଇ ଅର୍ଡର କରୁଥିଲେ ଏବଂ ଗୁଗୁଲ ପେ ମାଧ୍ୟମରେ ତାଙ୍କୁ ଦେୟ ପ୍ରଦାନ କରିଥିଲେ।

ଏନସିବି ଏ ସବୁ ପ୍ରମାଣ ଯୋଗାଡ କରିବା ପରେ ଗଂଜେଇ ଖିଅ କେଉଁଠି କେଉଁଠି ରହିଛି ତାହାର ଖୋଳତାଡ କରିବ। ଏନସିବି ଶନିବାର ଦିନ ଦୁହିଁଙ୍କୁ କୋର୍ଟରେ ହାଜର କରାଇବା ପରେ ସେମାନଙ୍କୁ ରିମାଣ୍ଡରରେ ନେବ। ଜଣ ଅଧିକାରଙ୍କ ସୂଚନା ଅନୁସାରେ ସେ ଦୁହିଁଙ୍କୁ ମୁହାଁମୁହିଁ ଜେରା କରାଯିବ। ସେ ସମୟରେ ସେମାନଙ୍କଠାରୁ ଗଂଜେଇ କାରାବାରର ପୁରା ତଥ୍ୟ ମିଳିପାରିବ ବୋଲି ଏହି ଅଧିକାରୀ କହିଛନ୍ତି।

Categories
ଫଟୋ ଖବର

ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ଦର୍ଶନରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ

ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ଦର୍ଶନରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ