Categories
ଆଜିର ଖବର ଖେଳ ଜାତୀୟ ଖବର

କରୋନା ମୁକାବିଲା : ୧ ଲକ୍ଷ ଟଙ୍କା ପ୍ରଦାନ କଲେ ୧୬ ବର୍ଷୀୟା ଅଲରାଉଣ୍ଡର

କୋଲକାତା : କରୋନା ମୁକାବିଲା ପାଇଁ ବିଭିନ୍ନ କ୍ରୀଡାବିତ୍ ଏବଂ କଳାକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି ଋଚା ଘୋଷ । ଚଳିତ ବର୍ଷ ନିଜର ବିଶ୍ୱକପ୍ ପଦାର୍ପଣ କରିଥିବା ଋଚା ପ୍ରଥମ ମହିଳା କ୍ରିକେଟର ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ୧୬ ର୍ବଷୀୟା ଋଚାଙ୍କ ପିତା ସିଲିଗୁଡି ଜିଲ୍ଲାପାଳ ସୁମନ୍ତ ସହାୟଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଟି୨୦ ବିଶ୍ୱକପ୍‌ରେ ଋଚା ୨ଟି ମ୍ୟାଚ୍ ଖେଳିଥିଲେ । ଋଚାଙ୍କ ବ୍ୟତିତ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

Categories
ଆଜିର ଖବର ଖେଳ

ହରମନପ୍ରୀତ୍‌ଙ୍କ ନେତୃତ୍ବରେ ଟି 20 ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା : ରିଚା ଘୋଷ ନୂଆ ମୁହଁ

ମୁମ୍ବାଇ : ଟି 20 ବିଶ୍ବକପ୍‌ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ହରମନ୍‌ପ୍ରୀତ୍‌ କୌର୍‌ଙ୍କ ନେତୃତ୍ବରେ 15 ଜଣିଆ ଦଳ ଗଠନ କରାଯାଇଛି । ବିଶ୍ବକପ୍‌ ସହିତ ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ମଧ୍ୟ 16 ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ରିଚା ଘୋଷ ଏକମାତ୍ର ନୂଆ ଚେହେରା ରହିଛନ୍ତି । ରିଚା ଚ୍ୟାଲେଞ୍‌ଜର୍ସ ଟ୍ରଫିରେ ଗୋଟିଏ ମ୍ୟାଚ୍‌ ଖେଳି 36 ରନ୍‌ ସଂଗ୍ରହ କରିଥିଲେ । ରିଚାଙ୍କ ବ୍ୟତିତ ଶେଫାଳି ବର୍ମା ନିଜର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି ।

ବିଶ୍ବକପ୍‌ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଏବଂ ଅରୁନ୍ଧତୀ ରେଡ୍ଡୀ ।

ଅଷ୍ଟ୍ରେଲିଆ ସିରଜ୍‌ ଦଳ : ହରମନ୍‌ପ୍ରୀତ୍‌ କୌର(ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍‌ସ, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଅରୁନ୍ଧତୀ ରେଡ୍ଡୀ ଏବଂ ନୁଜହତ୍‌ ପରଓ୍ବିନ୍‌ ।