Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫୭,୧୨୩ କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଲା ରିଲାଏନ୍ସ ଜିଓ, ଓଡିଶା ସର୍କଲରେ ବଢିବ କ୍ଷମତା

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ନିକଟରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଭାରତର ସମସ୍ତ ୨୨ଟି ସର୍କଲ୍‌ରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ଏହା ସଫଳତାର ସହ ହାସଲ କରିଛି। ଏଥି ମଧ୍ୟରେ ଓଡ଼ିଶା ଟେଲିକମ ସର୍କଲରେ ଏହି ତିନୋଟି ବ୍ୟାଣ୍ଡରେ ୨୦ ମୋଗାହର୍ଜ ସ୍ପେକ୍ଟ୍ରମ୍ କ୍ରୟ କରାଯାଇଛି।

ଆରଜେଆଇଏଲ୍ ନିକଟରେ ଏବେ ଏଲ୍‌ଟିଇ ସେବାରେ ବ୍ୟବହାର ଏବଂ ଭବିଷ୍ୟତରେ ୫ଜି ପ୍ରଯୁକ୍ତିକୁ ଉନ୍ନତୀକରଣ ପାଇଁ ଅତ୍ୟନ୍ତ ସନ୍ତୁଳିତ ସ୍ପେକ୍ଟ୍ରମ୍ ରହିଛି। ଏହି ଅଧିଗ୍ରହଣ ଜରିଆରେ ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍ ପରିମାଣ ୫୫% ବୃଦ୍ଧି ପାଇ ୧,୭୧୭ ମେଗାହର୍ଜ (ଅପଲିଙ୍କ୍ +ଡାଉନ୍‌ଲିଙ୍କ୍‌)ରେ ପହଂଚିଛି।

ଆରଜେଆଇଏଲ୍ ପାଖରେ ସର୍ବାଧିକ ପରିମାଣର ସବ୍‌-ଗିଗାହର୍ଜ ସ୍ପେକ୍ଟ୍ରମ ୨*୧୦ ନିରନ୍ତର ସ୍ପେକ୍ଟ୍ରମ୍ ଅଧିକାଂଶ ସର୍କଲ୍‌ରେ ରହିଛି । ଏହା ପାଖରେ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଅତିକମ୍‌ରେ ୨*୧୦ ମେଗାହର୍ଜ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍ ସମସ୍ତ ୨୨ଟି ସର୍କଲ୍‌ରେ ରହିଛି ।

ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍‌ର ହାରାହାରି ବୈଧତା ୧୫.୫ ବର୍ଷ ରହିଛି ଏବଂ ଏହା ସମ୍ପୂର୍ଣ୍ଣ ରୂପେ ସ୍ପେକ୍ଟ୍ରମ୍‌କୁ ବିପଦମୁକ୍ତ କରିପାରିଛି । ଆର୍‌ଜେଆଇଏଲ୍ ପକ୍ଷରୁ ମେଗାହର୍ଜ ପିଛା ୬୦.୮ କୋଟି ଟଙ୍କା ଭଳି ପ୍ରଭାବୀ ମୂଲ୍ୟରେ ଅତ୍ୟନ୍ତ ଦକ୍ଷ ଢଙ୍ଗରେ ସ୍ପେକ୍ଟ୍ରମ୍ ହାସଲ କରାଯାଇଛି ।

ଉନ୍ନତ ସ୍ପେକ୍ଟ୍ରମ୍ ଉପସ୍ଥିତି ସହିତ ନିରବଚ୍ଛିନ୍ନ ସ୍ପେକ୍ଟ୍ରମ୍ ଉପଲବ୍ଧତା ଏବଂ ସର୍ବଭାରତୀୟ ସ୍ତରରେ ମୂତୟନ ହୋଇଥିବା ଭିତିଭୂମିକୁ ନେଇ ଆର୍‌ଜେଆଇଏଲ୍‌ର ନେଟ୍‌ୱର୍କ କ୍ଷମତାରେ ବୃଦ୍ଧି ଘଟିଛି । ଏହା ଜରିଆରେ ଏହା ନିଜ ନେଟ୍‌ୱର୍କରେ ବର୍ତମାନ ରହିଥିବା କୋଟି କୋଟି ପୁରୁଣା ଗ୍ରାହକଙ୍କ ସହିତ ଶହ ଶହ ନିୟୁତ ଅନ୍ୟ ଗ୍ରାହକମାନଙ୍କୁ ସେବା ଯୋଗାଇପାରିବ ।

ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‌କୁ କମ୍ପାନି ୫ଜି ସେବାକୁ ରୂପାନ୍ତରିତ ହେବା ବେଳେ ଉପଯୁକ୍ତ ସମୟରେ ବିନିଯୋଗ କରାଯାଇପାରିବ, ଯେଉଁଠାରେ ଜିଓ ନିଜର ୫ଜି ଷ୍ଟାକ୍ ବିକଶିତ କରିସାରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ଭାରତୀୟ ଡିଜିଟାଲ୍ ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବା ସହିତ ଦେଶ ଦ୍ରୁ୍‌ତ ଗତିରେ ଡିଜିଟାଲ୍ ଜୀବନକୁ ଗ୍ରହଣ କରିଛି। ଆମେ ନିଶ୍ଚିତ କରୁଛୁ ଯେ ଆମେ କେବଳ ଆମର ପୁରୁଣା ଗ୍ରାହକ ନୁହେଁ ବରଂ ଡିଜିଟାଲ୍ ସେବାକୁ ଆପଣାଇବାକୁ ଥିବା ପରବର୍ତୀ ୩୦ କୋଟି ଉପଭୋକ୍ତାଙ୍କ ପାଇଁ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବୁ । ଆମର ସ୍ପେକ୍ଟ୍ରମ୍ ପରିମାଣ ବୃଦ୍ଧି ପାଇଥିବାରୁ ଆମେ ଭାରତରେ ଡିଜିଟାଲ୍ ଉପସ୍ଥିତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହେବା ସହିତ ନିଜକୁ ୫ଜି ପ୍ରବର୍ତ୍ତନ ପାଇଁ ପ୍ରସ୍ତୁତ କରିଛୁ ।’’

ଏହି ସ୍ପେକ୍ଟ୍ରମ୍‌କୁ ୨୦ ବର୍ଷ ପାଇଁ ବ୍ୟବହାର କରିବା ନିମନ୍ତେ ଅଧିକାର ହାସଲ କରିବା ଲାଗି ୫୭,୧୨୩ କୋଟି ଟଙ୍କାର ଦେୟ ପ୍ରଦାନ କରାଯିବ । ଏଥି ମଧ୍ୟରେ ରହିଛି ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୩୩.୭୫ ମୋଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୩୪,୪୯୧ କୋଟି ଟଙ୍କା, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୭୪.୬୦ ମେଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୧୨,୪୬୧ କୋଟି ଟଙ୍କା ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୨୮୦ ମେଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୧୦,୧୭୦ କୋଟି ଟଙ୍କା ।

ସ୍ପେକ୍ଟ୍ରମ୍ ନିଲାମର ସର୍ତାବଳୀ ଅନୁସାରେ ଡିଫରଡ୍ ପେମେଂଟ୍ ୧୮ ବର୍ଷରେ ପ୍ରଦାନ କରାଯିବ (୨ ବର୍ଷର ମୋରାଟୋରିଅମ୍ ଓ ୧୬ ବର୍ଷର ପରିଶୋଧ ଅବଧି) ଏବଂ ବାର୍ଷିକ ୭.୩% ହାରରେ ସୁଧ ଲାଗୁ ହେବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶରେ ଟେଲିକମ୍ ସେବାକୁ ଆଗକୁ ନେବାକୁ ହେଲେ ୨ଜି ସେବା ବନ୍ଦ କରିବାକୁ ପଡିବ, ମୁକେଶ ଆମ୍ବାନୀ

ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ ଆଣିଥିବା ମୁକେଶ ଅମ୍ବାନି। ପ୍ରଥମ ମୋବାଇଲ୍ କଲ୍‌ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି ଯେ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍‌କୁ ବନ୍ଦ କରିବାର ଆବଶ୍ୟକତା ରହିଛି।

ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବର୍ତ୍ତମାନ ସୁଦ୍ଧା ଫିଚର ଫୋନ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ମୌଳିକ ଇଟଂରନେଟ୍ ସେବା ପାଇବାରୁ ବଂଚିତ ହେଉଛନ୍ତି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅମ୍ବାନି କହିଛନ୍ତି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ ୧୯୯୫ରେ ମୋବାଇଲ୍ ସେବାର ଅଭ୍ୟୁଦୟ ହେବା ସହ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଭାରତ ଏକ ବଡ ଲମ୍ଫ ସହିତ ଯାତ୍ରା ଆରମ୍ଭ କରିଥିଲା । ଯେତେବେଳେ ଲ୍ୟାଣ୍ଡ୍‌ଲାଇନ୍‌ର ଆବିସ୍କାର ହୋଇଥିଲା ତାହା ଏକ ବିରଳ ଐତିହାସିକ ମୁହୂର୍ତ ଥିଲା । ମାତ୍ର ତାହା ଯୋଗାଯୋଗରେ ଆଂଶିକ ସ୍ୱାଧୀନତା ଦେଉଥିଲା ।

ଏହା ବାସ୍ତବରେ ଦୂରତ୍ୱକୁ ନେଇ ରହିଥିବା ସବୁ ସମସ୍ୟା ଦୂର କରିପାରିନଥିଲା । ଲୋକମାନେ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଚବିଶ ଘଂଟା ଯୋଗାଯୋଗରେ ରହିବାର ସୁଯୋଗ ପାଇନଥିଲେ । ସେ କହିଛନ୍ତି, ଭାରତରେ ମୋବାଇଲ୍ ଫୋନ୍ ଆଶା ଠାରୁ ଅଧିକ ସୁଲଭ ମୂଲ୍ୟର ହୋଇପାରିଛି । ୧୯୯୫ରେ ସେଲ୍ ଫୋନ୍‌ରୁ କରାଯାଉଥିବା କଲ୍‌ର ଦାମ୍ ୨୪ ଟଙ୍କା ଥିଲା । କଲ୍ କରୁଥିବା ବ୍ୟକ୍ତି ୧୬ ଟଙ୍କା ଓ କଲ୍ ଗ୍ରହଣ କରୁଥିବା ବ୍ୟକ୍ତି ୮ ଟଙ୍କା ଗଣୁଥିଲେ । ମାତ୍ର ଏବେ ଭଏସ୍ କଲ୍ ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏହାର କୌଣସି ସର୍ବାଧିକ ସୀମା ମଧ୍ୟ ନାହିଁ ।

ସୁଲଭ ମୋବାଇଲ୍ ସେବା ଗଣତନ୍ତ୍ରରେ ପରିଣତ ହୋଇଛି ଏବଂ ଦୀର୍ଘବର୍ଷ ପୂର୍ବ ସମୟ ଭଳି ଏହା ଆଉ ଧନୀ ବ୍ୟକ୍ତିଙ୍କ ଏକଚାଟିଆ ଅକ୍ତିଆରରେ ନାହିଁ । ମାନବ ଇତିହାସରେ ମୋବାଇଲ୍ ଫୋନ୍ ଭଳି ଅନ୍ୟ କୌଣସି ପ୍ରଯୁକ୍ତି ଉପକରଣ ଧନୀ ଓ ଗରିବଙ୍କ ଭିତରେ ଥିବା ପ୍ରଭେଦକୁ ଏଭଳି ଭାବେ ଦୂର କରିପାରିନାହିଁ । ମୋବାଇଲ୍ ଇଟଂରନେଟ୍ ଯୋଗୁଁ ପୂର୍ବରୁ କେବଳ ଗୋଟିଏ କାର୍ଯ୍ୟ ହୋଇପାରୁଥିବା ମୋବାଇଲ୍ ଫୋନ୍‌ରେ ଆଜି ବିବିଧ ପ୍ରକାର କାର୍ଯ୍ୟ ହେଉଛି । ଏହା ସହିତ ଯୋଗାଯୋଗର ବିପ୍ଳବ ମାନବିକ ଅଭିନବ ଚିନ୍ତାଧାରାର ବନ୍ୟା ସୃଷ୍ଟି କରିଛି ବୋଲି ଅମ୍ବାନି କହିଛନ୍ତି ।

ସେ କହିଛନ୍ତି, ୨୫ ବର୍ଷ ପୂର୍ବେ ମୋବାଇଲ୍ ଟେଲି ଯୋଗାଯୋଗ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଠାରୁ ଭାରତ ବହୁ ପଛରେ ଥିଲା । କିନ୍ତୁ ଏବେ ଦେଶ ପାଇଁ ସମୟ ଆସିଛି ପ୍ରଯୁକ୍ତିର ପ୍ରମୁଖ ଭାଗରେ ବିଶ୍ୱର ଅନ୍ୟମାନଙ୍କ ଠାରୁ ଆଗରେ ରହିବା ପାଇଁ । ଲୋକମାନେ ଏବେ ନିଜ ମୋବାଇଲ୍ ଫୋନ୍‌ରେ ଜ୍ଞାନ ହାସଲ କରିବା ସହ ପରସ୍ପର ସହ ବାଂଟୁଛନ୍ତି, ଖବର ପାଉଛନ୍ତି ଏବଂ ଭିଡିଓ ଦେଖୁଛନ୍ତି ଓ ତିଆରି ମଧ୍ୟ କରୁଛନ୍ତି ।

ଲୋକମାନେ ଫୋନ୍ ଜରିଆରେ ଘରେ ରହି କାମ କରୁଛନ୍ତି ଏବଂ ପଢ଼ୁଛନ୍ତି । ଭର୍ଚୁଆଲ୍ ବୈଠକରେ ସେମାନେ ଭାଗ ନେଉଛନ୍ତି । ମୋବାଇଲ୍ ଫୋନ୍ କିଭଳି ଲୋକମାନଙ୍କୁ ସଶକ୍ତ କରୁଛି କୋଭିଡ୍ ଲକ୍‌ଡାଉନ ତାହାର ଶ୍ରେଷ୍ଠ ଉଦାହରଣ ପ୍ରଦାନ କରିଛି । ସାରା ଦେଶକୁ ଏହା ଯୋଗାଯୋଗ ମାଧ୍ୟମରେ ସଂଯୁକ୍ତ ରଖିଛି ବୋଲି ସେ କହିଛନ୍ତି ।