Categories
ଆଜିର ଖବର

ଶ୍ରେୟସ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ : ଓ୍ବେଷ୍ଟଇଣ୍ଡିଜ୍‌ ସମ୍ମୁଖରେ 288 ରନ୍‌ର ବିଜୟ ଲକ୍ଷ୍ୟ

ଚେନ୍ନାଇ, 15/12 : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ 287 ରନ୍‌ ସଂଗ୍ରହ କରିଛି । ଏହା ଫଳରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ 288 ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍‌ ଜିତ ୱେଷ୍ଟଇଣ୍ଡିଜ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 25 ରନ୍‌ରେ ଦୁଇଟି ଓ୍ବିକେଟ୍‌ ହରାଇବା ସହିତ ଭାରତ ସଙ୍କଟରେ ପଡିଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ(71) ଓ ଶ୍ରେୟସ ଆୟର(70) ରନ୍‌ର ଇନିଂସ ଫଳରେ ଭାରତ 287 ରନ୍‌ ସଂଗ୍ରହ କରିଥିଲା । ଶେଷ ଭାଗରେ କେଦାର ଜାଦବ(40) ଏବଂ ରବୀନ୍ଦ୍ର ଜାଡେଜା(21)ଙ୍କ ଇନିଂସ ବଳରେ ଭାରତ 280 ରନ୍‌ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ୍‌ କର୍ଟେଲ, ଆଲଜାରୀ ଜୋଶେଫ ଓ କିମୋ ପଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଶ୍ରେୟସ୍‌ ଓ ପନ୍ତଙ୍କ ଅର୍ଦ୍ଧଶତକ : ଭାରତ 173/3

ଚେନ୍ନାଇ, 15/12 : ଭାରତ ଏବଂ ଓ୍ବିଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରେୟସ୍‌ ଆୟାର ଏବଂ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ଭାରତ 173/3 ରନ୍‌ ସଂଗ୍ରହ କରିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କଟରେଲ(2/12) ଫଳରେ 25 ରନ୍‌ ମଧ୍ୟରେ ରାହୁଲ ଏବଂ କୋହଲିଙ୍କ ଓ୍ବିକେଟ ହରାଇଥିଲା । ରୋହିତ ଶର୍ମା(36) ଆୟାରଙ୍କ ସହିତ 55 ରନ୍‌ ଯୋଡିଥିଲେ । ଆଲଜାରୀ ଯୋଶେଫ୍‌ ଏହି ଯୋଡି ଭାଙ୍ଗିବା ପରେ ପନ୍ତ ଏବଂ ଆୟାର ପଞ୍ଚମ ଓ୍ବିକେଟ୍‌ରେ ଅବିଭାଜିତ 85 ରନ୍‌ କରି ବ୍ୟାଟିଂ କରୁଛନ୍ତି । 33 ଓଭର ଶେଷ ସୁଦ୍ଧା ଆୟାର(59) ଏବଂ ପନ୍ତ(51) ରନ୍‌ରେ ବ୍ୟାଟିଂ କରୁଛନ୍ତି । (ଏଜେନ୍ସୀ)