Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ରିୟାଙ୍କ ପାଇଁ ଅଡୁଆ ବଢୁଛି : ଜାମିନ ଆବେଦନ ଖାରଜ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ରିୟାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା । ତେବେ କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହିତ ରିୟା ଜେଲରେ ରହିବା ସ୍ପଷ୍ଟ ହୋଇଛି । ରିୟାଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଜାମିନ ମଧ୍ୟ ନାମଞ୍ଜୁର କରିଛନ୍ତି ସେସନ୍ସ କୋର୍ଟ ।

ପୂର୍ବରୁ ନିଶା କାରବାରରେ ସମ୍ପୃକ୍ତି ନେଇ ରିୟା ସ୍ୱୀକାର କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବୟାନ ବଦଳାଇବା ସହିତ ଏପରି ବୟାନ ଦେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା ବୋଲି ମତ ଦେଇଥିଲେ । ରିୟାଙ୍କ ଭାଇ ସୌଭିକ ମଧ୍ୟ ରିୟାଙ୍କ ସପକ୍ଷରେ ବୟାନ ଦେଇଥିଲେ । ତେବେ କୋର୍ଟ ଜାମିନ ଅଗ୍ରାହ୍ୟ କରିବା ପରେ ସମସ୍ତ ଅଭିଯୁକ୍ତ ହାଜତ ମଧ୍ୟରେ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ  ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଏନସିବି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଦୀର୍ଘ 21 ଘଣ୍ଟାର ଜେରା ପରେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସ ସେବନ ନେଇ ରିୟା ସ୍ୱୀକାର କରିବା ପରେ ଏନସିବି ପକ୍ଷରୁ ରିୟାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ରିୟା ଡ୍ରଗ୍ସ ସେବନ ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ସୌଭିକଙ୍କ ସହିତ ମିଳିତ ଭାବରେ ଜେରା କରାଯାଇଥିଲା । ଏହାପରେ ରିୟା ନିଜର ଅଭିଯୋଗ ସ୍ୱୀକାର କରିଥିଲେ । ଏହା ସହିତ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ରିୟାଙ୍କୁ ମିଶଇ ଏନସିବି  9 ଜଣଙ୍କୁ ଗିରଫ କରିଛି । ଏହା ମଧ୍ୟରେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ  ଏବଂ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ଲିଙ୍କ ମାମଲାରେ ଦୁଇଜଣଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ :  ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ଏନ୍‌ସିବି । ଅବଦୁଲ୍‌ ବାସିତ ପରିହାର ଓ ଜୈଦ୍‌ ଭିଲିଟ୍ରାଙ୍କୁ ମୁମ୍ବାଇ ଓ ବାନ୍ଦାରୁ ଗିରଫ କରାଯାଇଛି । ରିୟାଙ୍କ ସହଯୋଗୀ ସାମୁଏଲ୍‌ ମିରଣ୍ଡାଙ୍କ ଲିଙ୍କ୍‌ରେ ଦୁହେଁ ଗିରଫ ହୋଇଥିବାର ସୂଚନା ରହିଛି । ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କଠାରୁ ଡ୍ରଗ୍ସ ଆଣୁଥିଲେ ।

ସୂଚନାଯୋଗ୍ୟ, ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ଆସିବାରେ ଲାଗିଛି । ସୁଶାନ୍ତଙ୍କ ମାମଲାରେ ରିୟାଙ୍କ ଡ୍ରଗ୍ସ ଚାଟ୍‌ ଭାଇରାଲ୍‌ ହେବା ପରେ ଏନ୍‌ସିବି ଏବେ ଏହି ମାମଲାର ଯାଞ୍ଚ କରୁଛି । (ଏଜେନ୍ସି)