ରାଉରକେଲା : ରାଉରକେଲା ମହାନଗର ନିଗମ ଅଫିସ୍କୁ ସାଧାରଣ ଲୋକଙ୍କ ପ୍ରବେଶକୁ ମନା କରାଯାଇଛି । ଅଗଷ୍ଟ 31 ଯାଏଁ ଅଫିସ୍ ଯିବାକୁ ବାରଣ କରିଛନ୍ତି ଆରଏମ୍ସି କମିଶନର । ଅଫିସ୍ରୁ 4 ଜଣ ଇଞ୍ଜିନିୟର ସହ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।
ସେହିପରି ଆରଏମ୍ସି ତରଫରୁ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିୟମ ଖିଲାପକାରୀଙ୍କ ଫଟୋ ଓ ଭିଡିଓ ପଠାଇବା ଲାଗି ଆର୍ଏମ୍ସି ହ୍ଵାଟ୍ସଆପ ନମ୍ବର ଜାରି କରିଛି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 4ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମକୁ ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ଡାଉନ୍ ରଖାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ସୁନ୍ଦରଗଡ ଜିଲ୍ଲାରୁ 83 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।