Categories
ଆଜିର ଖବର ରାଜ୍ୟ ଖବର

ଅଗଷ୍ଟ 31 ଯାଏଁ ଆରଏମ୍‌ସି ଅଫିସ୍‌ ମନା

ରାଉରକେଲା : ରାଉରକେଲା ମହାନଗର ନିଗମ ଅଫିସ୍‌କୁ ସାଧାରଣ ଲୋକଙ୍କ ପ୍ରବେଶକୁ ମନା କରାଯାଇଛି । ଅଗଷ୍ଟ 31 ଯାଏଁ ଅଫିସ୍‌ ଯିବାକୁ ବାରଣ କରିଛନ୍ତି ଆରଏମ୍‌ସି କମିଶନର । ଅଫିସ୍‌ରୁ 4 ଜଣ ଇଞ୍ଜିନିୟର ସହ କିଛି କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

ସେହିପରି ଆରଏମ୍‌ସି ତରଫରୁ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିୟମ ଖିଲାପକାରୀଙ୍କ ଫଟୋ ଓ ଭିଡିଓ ପଠାଇବା ଲାଗି ଆର୍‌ଏମ୍‌ସି  ହ୍ଵାଟ୍ସଆପ ନମ୍ବର ଜାରି କରିଛି ।

Image

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 4ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମକୁ ଅଗଷ୍ଟ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରଖାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ସୁନ୍ଦରଗଡ ଜିଲ୍ଲାରୁ 83 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର

ଭଦ୍ରକ ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ବିସ୍ଫୋରଣ

ଭଦ୍ରକରେ ଥବା ଆରଏମସି ମାର୍କେଟ କମ୍ପ୍ଲେକ୍ସର ବ୍ଲିଚିଂ ଥିବା ତିନୋଟି ରୁମରେ ବିସ୍ଫୋରଣ ଘଟିଛି। ଉକ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ସେଠାରେ ଥିବା ତିନୋଟି ରୁମରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ହୋଇଥିବା ରୁମରେ ୧୩୦ଟନ ବ୍ଲିଚିଂ ପାଉଡ଼ର ରହିଥିଲା। କିନ୍ତୁ ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।