Categories
ଆଜିର ଖବର ଜାତୀୟ ଖବର

70 ଦିନ ପରେ ଖୋଲିଲା ଶାହିନ୍‌ବାଗ୍‌ ରାସ୍ତା

ନୂଆଦିଲ୍ଲୀ : ଦୀର୍ଘ 70 ଦିନ ପରେ ଶାହିନବାଗ ରାସ୍ତା ଖୋଲିଛି । ସୁପ୍ରିମକୋର୍ଟ ନିଯୁକ୍ତ ମଧ୍ୟସ୍ଥିଙ୍କ ସହିତ ଆଲୋଚନା ପରେ ପ୍ରତିବାଦକାରୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ ରାସ୍ତା ଖୋଲା ଯାଇନଥିଲେ ମଧ୍ୟ ନୋଇଡା-କାଳିନ୍ଦୀକୁଞ୍ଜ ରାସ୍ତା ଖୋଲାଯାଇଛି । ଏହା ଫଳରେ ଜାମିଆ ଏବଂ ଫରିଦାବାଦକୁ ଯିବା ସହଜ ହେବ । ପୂର୍ବରୁ ରାସ୍ତା ନମ୍ବର 9କୁ ଖୋଲାଯାଇଥିଲା ମାତ୍ର କିଛି ସମୟ ମଧ୍ୟରେ ପ୍ରତିବାଦକାରୀଙ୍କ ଅନ୍ୟ ଏକ ଦଳ ଏହି ରାସ୍ତାକୁ ବନ୍ଦ କରି ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ମଧ୍ୟସ୍ଥି ସନ୍ତୋଷ ହେଗ୍‌ଡେ ଏବଂ ସାଧନା ରାମଚନ୍ଦ୍ରନଙ୍କ ସହିତ ଆଲୋଚନା ପରେ ଏହି ରାସ୍ତାକୁ ଆଂଶିକ ଭାବରେ ଖୋଲାଯାଇଛି । (ଏଜେନ୍ସି)