ମୁଜାଫରନଗର : ପ୍ରବାସୀ ଶ୍ରମିକମାନେ ନିଜର ସର୍ବସ୍ବ ହରାଇ ସାରିଥିବା ପ୍ରବାସୀ ଶ୍ରମିକମାନେ ଏବେ ରାସ୍ତାରେ ପ୍ରାଣ ହରାଇବାରେ ଲାଗିଛନ୍ତି । ଲକ୍ ଡାଉନ୍ ଯୋଗୁଁ ଶହ ଶହ କିମି ରାସ୍ତା ଚାଲି ଚାଲି ଅତିକ୍ରମ କରୁଥିବା ବେଳେ ପ୍ରବାସୀ ଶ୍ରମିକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଉତ୍ତରପ୍ରଦେଶରର ମୁଜାଫରନଗରର ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ବସ୍ ମାଡି ଯିବା ଯୋଗୁଁ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ପୁଲିସ୍ ସୂଚନା ଅନୁଯାୟୀ ପଞ୍ଜାବରୁ କିଛି ଶ୍ରମିକ ସଡକ ପଥରେ ଚାଲି ଚାଲି ବିହାର ଯାଉଥିଲେ। ଉତ୍ତରପ୍ରଦେଶର ମୁଜାଫରନଗର ଜାତୀୟ ରାଜପଥରେ ଯାଉଥିବାବେଳେ ବିଳମ୍ବିତ ରାତ୍ରିରେ ଏହି ଅଘଟଣ ଘଟିଥିଲା। ଉତ୍ତରପ୍ରଦେଶ ସରକାରଙ୍କ ସରକାରୀ ବସ୍ଟି ଦ୍ରୁତଗତିରେ ଯାଉଥିବାବେଳେ ଚାଲି ଚାଲି ଯାଉଥିବା ଏହି ପ୍ରବାସୀଙ୍କ ଉପରେ ଚଢି ଯାଇଥିଲା। ସହାରନପୁରର ଜାତୀୟ ରାଜପଥର ଟୋଲ୍ପ୍ଲାଜା ନିକଟରେ ଏହି ଦୁର୍ଘଟଣା ଘଟିଛି। ଶ୍ରମିକମାନେ ପଞ୍ଜାବରେ କାର୍ଯ୍ୟ କରୁଥିବାବେଳେ ଚାଲି ଚାଲି ବିହାରର ଗୋପାଲଗଞ୍ଜକୁ ଫେରୁଥିଲେ।
ମୁଜାଫରନଗର ପୋଲିସର କହିବାନୁସାରେ ରୋହନାସ୍ଥିତ ସହରାନପୁର-ମୁଜାଫରନଗର ରାଜ୍ୟ ରାଜପଥଠାରେ ଏହି ଦୁର୍ଘଟଣା ଘଟିଛି। ପଞ୍ଜାବରୁ ବିହାର ଯାଉଥିବା ଏକ ଡର୍ଜନରୁ ଅଧିକ ଶ୍ରମିକଙ୍କ ଉପରେ ଏହି ବସ୍ଟି ମାଡି ଯାଇଥିଲା। ବସ୍ ଡ୍ରାଇଭର୍ ନିଶାଗ୍ରସ୍ତ ଥିବାବେଳେ ଗାଡି ଉପରେ ନିୟନ୍ତ୍ରଣ ରକ୍ଷା କରିନପାରି ଶ୍ରମିକଙ୍କ ଉପରେ ଚଢାଇ ଦେଇଥିଲା। ପୋଲିସ୍ ଡ୍ରାଇଭରକୁ ଅଟକ ରଖିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଗୁରୁତରଙ୍କୁ ମେରଟ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । (ଏଜେନ୍ସି)